ବିଦ୍ୟାଳୟ ନୂତନ ପରିଚାଳନା କମିଟି ଗଠନ, ସୁଧାକର ହେଲେ ସଭାପତି
ଧାମନଗର, ୨୩/୦୭:ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ପଳିକିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପରିସରରେ ଗୁରୁବାର ଅପରାହ୍ନ ବିଦ୍ୟାଳୟ ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି।ଚୟନ ହେବାକୁ ଥିବା ନୂତନ ପରିଚାଳନା କମିଟି ବୈଠକରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରାକାର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ସିଆରସିସି ମୋଜାଫର ହୋସେନ ଓ ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସିଂହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

ଏଥିସହ ଗତ ବୁଧବାର ପି ଟି ଏ ବୈଠକରେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ୧୫ ଜଣ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତ କମିଟି ସଭ୍ୟ/ ସଭ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସଭାପତି ସୁଧାକର ମାଝୀ ଓ ଉପ ସଭାନେତ୍ରୀ ପାର୍ବତୀ ଯେନା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।
କମିଟିରେ ସଭ୍ୟା ଭାବେ ସୁବ୍ରତ କୁମାର ନନ୍ଦ, ଝରଣା ସ୍ୱାଇଁ, ମଦନ ମୋହନ ସାହୁ, ରଞ୍ଜିତା ସାହୁ, ହୀରାଲତା ମାଝୀ, ମାମିନା ସ୍ୱାଇଁ, ଗାୟତ୍ରୀ ବାରିକ, ରାଜଲକ୍ଷ୍ମୀ ସାହୁ, ଶାନ୍ତିଲତା ଦାଶ ଓ ସଭ୍ୟ ଭାବେ ବାପୁନ ଚମ୍ପିଆ , ପ୍ରଭାତ ଯେନା, ଦିଲ୍ଲୀପ ପତି, ରତ୍ନାକର ବେହେରା, ପ୍ରମୁଖ ଚୟନ ହୋଇଥିଲେ। ଏଥି ସହିତ ସରକାରୀ ନିୟମ ଅନୁସାରେ ସମ୍ପୃକ୍ତ ୱାର୍ଡ଼ର ୱାର୍ଡ଼ ମେମ୍ବର ଗୌରାଙ୍ଗ ଦାଶ, ଅଙ୍ଗନୱାଡ଼ି କର୍ମୀ ଚିନ୍ମୟୀ ପଣ୍ତା, ଆଶା କର୍ମୀ ମାନସୀ ଯେନା ଓ ଶିକ୍ଷକ ପ୍ରତିନିଧି ଭାବେ ସୋହାଗୀ ହେମ୍ବ୍ରମ ମନୋନୀତ ହୋଇଥିଲେ। ଏହି କମିଟିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଉତ ସମ୍ପାଦକ ଭାବେ କାର୍ଯ୍ୟ କରିବେ। ସମସ୍ତ ସଭ୍ୟସଭ୍ୟାଙ୍କୁ ଶପଥ ପାଠ କରାଯିବା ସହ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
