ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୨୦୨୬ରାଉଣ୍ଡ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ।
ଦେବଗଡ଼,୩୧୲୦୭: ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୨୦୨୬ରାଉଣ୍ଡ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
କୃମି ଏକ ଜନସ୍ବାସ୍ଥ୍ୟ ସମସ୍ୟା ଯାହା ପିଲାମାନଙ୍କ ଠାରେ ରକ୍ତ ହୀନତା ଏବଂ ଅଭିବୃଦ୍ଧି ରେ ବାଧକ ସୃଷ୍ଟି କରିଥାଏ ତେଣୁ ଏହାକୁ ମୂଳତ୍ପାଟନ କରିବା ଉଦ୍ଦେଶ୍ୟରେ ଆସନ୍ତା ଅଗଷ୍ଟ ୧୦ ତାରିଖରେ କୃମି ନାଶକ ଦିବସ ପାଳନ ଏକଲବ୍ୟ ବିଦ୍ୟାଳୟରେ କରାଯିବାପାଇଁ ସ୍ଥିର କରାଯାଇଛି।ବିଦ୍ୟାଳୟରେ ୧ ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ମାଗଣାରେ କୃମି ନାଶକ ଔଷଧ ଦିଆଯିବ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଉପଜିଲ୍ଲାପାଳ ପରକ୍ଷିତ ସାହୁ ,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର୍ ପ୍ରଧାନ , ଡଃ.ମନୋରଞ୍ଜନ ସାମଲ ,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର୍,କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ କଳିଙ୍ଗ ଆଶିଷ ଶତପଥି,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ,ବିଭିନ୍ନ ଲାଇନ ବିଭାଗ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
