ସୋନିଆଙ୍କ ପୁସ୍ତକ ନେଇ ମହାରାଷ୍ଟ୍ରରେ ବଢ଼ିଲା ରାଜନୈତିକ ତାତି
1 min read

ସୋନିଆଙ୍କ ପୁସ୍ତକ ନେଇ ମହାରାଷ୍ଟ୍ରରେ ବଢ଼ିଲା ରାଜନୈତିକ ତାତି

ମୁମ୍ବାଇ: ସୋନିଆ ଗାନ୍ଧୀଙ୍କ ପୁସ୍ତକକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଉଷ୍ମ ହେବାରେ ଲାଗିଛି। ସିନ୍ଦେ ଶିବସେନାର ସଦସ୍ୟ ବୀର ସାଭରକରଙ୍କ ଉପରେ ତାଙ୍କର ମନ୍ତବ୍ୟକୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀରେ ପୁସ୍ତକର ପୃଷ୍ଠା ଚିରି ଦେଇଛନ୍ତି। ଏହା ସହ ସିନ୍ଦେ ଶିବସେନା ପୁସ୍ତକରେ ବୀର ସାଭରକରଙ୍କୁ ଅପମାନିତ କରିବା ପ୍ରସଙ୍ଗ ଉଠାଇ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛି। ପୁସ୍ତକର ପୃଷ୍ଠା ୨୦୧ରେ ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ, ବୀର ସାଭରକର ଲଗାତାର ବ୍ରିଟିଶ ସରକାରଙ୍କୁ କ୍ଷମା ମାଗୁଥିଲେ। ଶିବସେନା ନେତାମାନେ କହିଛନ୍ତି ଯେ, ପୁସ୍ତକର ୪୪୩ ପୃଷ୍ଠା ମଧ୍ୟ ସାଭରକର, ଆରଏସଏସ ଏବଂ ବିଜେପି ବିରୋଧରେ ଏକ ମିଥ୍ୟା କାହାଣୀ ପ୍ରସାର କରିବା ପାଇଁ ବ୍ୟବହାର କରାଯାଇଛି। ଏହି ପୁସ୍ତକକୁ ଉଦ୍ଧବ ଠାକରେ ଗ୍ରହଣ କରିଥିଲେ। ପୂର୍ବରୁ ବାଲାସାହେବ ଠାକରେ ସ୍ୱାଧୀନତା ବୀର ସାଭରକରଙ୍କୁ ଅପମାନିତ କରିବା ପାଇଁ ମଣି ଶଙ୍କର ଆୟାରଙ୍କ ଫଟୋକୁ ଚପଲରେ ମାଡ଼ କରିଥିଲେ। ଆଜି କଂଗ୍ରେସ ଦଳ ସାଭରକରଙ୍କୁ ଅପମାନ କରୁଛି। ମାତ୍ର ଉଦ୍ଧବ ଠାକରେ ଏବେ ବି ସେମାନଙ୍କ ସହିତ ମେଣ୍ଟରେ ଅଛନ୍ତି।

Leave a Reply

Your email address will not be published. Required fields are marked *