ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
1 min read

ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ବୌଦ୍ଧ, ୨୪/୭: ଶୁକ୍ରବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ରମାକାନ୍ତ ଦୀପଙ୍କ ପୁଅ ରାଧାକାନ୍ତ ଗୁରୁବାର  ରାତିରେ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ରାତି ୩ଟା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।

ପରିବାର ଲୋକେ ତୁରନ୍ତ ତାଙ୍କୁ ହରଭଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ପରେ ସେଠାରୁ ଅଧିକ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ସେଠାରେ ଡାକ୍ତର ରାଧାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ରାଧାକାନ୍ତ ଦୀପଙ୍କ ବୟସ ୨୮ ବର୍ଷ ହୋଇଥିବା ବେଳେ, ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି। ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ରାଧାକାନ୍ତଙ୍କ ମୃତ୍ୟୁ ଖବର ପ୍ରଚାର ପରେ ହରଭଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *