ଗମ୍ଭାରୀପଦରରେ ସପ୍ତାହେ ହେଲା ପଡ଼ି ରହିଛନ୍ତି ଅଜଣା ବୃଦ୍ଧ, ଉଦ୍ଧାର ପାଇଁ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦାବି

0
ChatGPT Image Jul 24, 2026, 05_32_12 PM

ବୌଦ୍ଧ, ୨୪/୭: ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଛକରେ ଥିବା ଯାତ୍ରୀ ବିଶ୍ରମାଗାରରେ ଗତ ରଥଯାତ୍ରା ଦିନ ଠାରୁ ଜଣେ ଅଜଣା ବ୍ଯକ୍ତି ଆଶ୍ରୟ ନେଉଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ଦାବି କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର l

ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରର ଅଳିଆ ଆବର୍ଜନା, ସନ୍ତସନ୍ତିଆ ଓ ଆସ୍ଵାସ୍ଥ୍ୟକର ପରିବେଶରେ ରହୁଥିବାରୁ ମଶା କାମୁଡି ରୋଗ ହେବାର ଆଶଙ୍କା ରହିଛି । ଆଖପାଖ ଲୋକେ ଖାଇବାକୁ ଦେଲେ ଖାଉଛନ୍ତି ନଚେତ ଓପାସରେ ରହୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ଖବର ପାଇ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସଦସ୍ୟ ତଥା ପୂର୍ବତନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ଗମ୍ଭାରୀପଦରରେ ପହଞ୍ଚି ବୃଦ୍ଧଙ୍କ ପରିଚୟ ଜାଣିବାକୁ ଚାହିଁଥିଲେ l

ବୃଦ୍ଧ ଜଣକ ଅସ୍ପଷ୍ଟ ଭାବରେ କଥାବାର୍ତ୍ତା କରୁଥିବା ଓ ମାନସିକ ଅସୁସ୍ଥ ଥିବା ଜାଣିବା ପରେ ତାଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ବୌଦ୍ଧ ଆଶ୍ରୟସ୍ଥଳୀର ତତ୍ତ୍ୱାବଧାରକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଥିଲେ l ଜିଲ୍ଲା ପ୍ରଶାସନ ଉକ୍ତ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।

ChatGPT Image Jul 24, 2026, 05_32_12 PM

Leave a Reply

Your email address will not be published. Required fields are marked *

You may have missed