1 min read

ମହାନଦୀରେ ବନ୍ୟା ପାଣି, ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ

ଭାପୁର : ମହାନଦୀରେ ବନ୍ୟା ଜଳ ଆସି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ସେହିପରି କରବର-ବୈଦେଶ୍ଵର ରାସ୍ତାର କାଳିଗିରି ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଛିନ୍ନ ହୋଇଛି। ମହାନଦୀରେ ବନ୍ୟା ଆସିଥିବାରୁ କରବର ପଞ୍ଚାୟତର କରବର, ବଡ଼ବର, ଲଣ୍ଡାବର, ଗୁଡ଼ୁପଡ଼ା, ମାଣିତ୍ରି, ଶାସନ ପଞ୍ଚାୟତର ଯଶୋବନ୍ତପୁର, ଟିକିରିପଡ଼ା, ପଦ୍ମାବତୀ ପଞ୍ଚାୟତର ପଦ୍ମାବତୀ, ଝଗଡ଼ପଡ଼ା, ଧାନଚେଙ୍ଗଡ଼ା ପଞ୍ଚାୟତର ଧାନଚେଙ୍ଗଡ଼ା, ଲଷ୍ମୀପ୍ରସାଦ, ଭଗବାନପୁର ପଞ୍ଚାୟତର ଭଗବାନପୁର, ଲୁଣିଆଉଟି, ବାଇଗୁଣିଆ ପଞ୍ଚାୟତର କେଶରସିଂ, ବୋରଗାଁ, ଗୋଳାପୋଖରୀ ପଞ୍ଚାୟତର ନୀଳକଣ୍ଠପ୍ରସାଦ, ତରବାଲୋ, ପାଥପୁର, କରଡ଼ାପଲ୍ଲୀ, ଫତେଗଡ଼ ପଞ୍ଚାୟତର ଫତେଗଡ଼ ଓ ମଣିପୁର ଗ୍ରାମର ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ଲହରୀ ମାରୁଛି ।ମହାନଦୀରେ ବନ୍ୟା ଆସିଲେ ମଣିପୁର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଉପରେ ୫/୬ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।

Leave a Reply

Your email address will not be published. Required fields are marked *