FLOOD NEWS
ଫୁଲୁଛି ମହାନଦୀ ଲଗାତର ଦୁଇଦିନ ଧରି ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ।
ଭାପୁର, ୩୧୲୦୭ (ପିପିଏସ): ଲଘୁଚାପ ଜନିତ ବର୍ଷା ଦ୍ଵାରା ମହାନଦୀରେ ବନ୍ୟା ଜଳ ଆସି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି. ସେହିପରି କରବର-ବୈଦେଶ୍ଵର ରାସ୍ତାର କାଳିଗିରି ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଛିନ୍ନ ହୋଇଛି। ମହାନଦୀରେ ବନ୍ୟା ଆସିଥିବାରୁ କରବର ପଞ୍ଚାୟତର କରବର, ବଡ଼ବର, ଲଣ୍ଡାବର, ଗୁଡ଼ୁପଡ଼ା, ମାଣିତ୍ରି, ଶାସନ ପଞ୍ଚାୟତର ଯଶୋବନ୍ତପୁର, ଟିକିରିପଡ଼ା, ପଦ୍ମାବତୀ ପଞ୍ଚାୟତର ପଦ୍ମାବତୀ, […]
ଜଳ ପତ୍ତନ ହ୍ରାସ ପାଇଥିଲେ ବି ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ; ବିପନ୍ନଙ୍କ ପାଖରେ ପହଞ୍ଚୁଛି ଶୁଖିଲା ଓ ରନ୍ଧା ଖାଦ୍ୟ।
ଧାମନଗର,୩୧୲୦୭: ବୈତରଣୀ ଓ ଏହାର ଶାଖାନଦୀ ଗେଙ୍ଗୁଟିରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସାମାନ୍ଯ କମିଛି। ବୈତରଣୀ ନଦୀର ଆଖୁଆପଦାଠାରେ ଜଳ ସ୍ତର ବିପଦ ସଂକେତ ତଳେ ରହିଛି। ଏଠାରେ ବିପଦ ସଂକେତ ସ୍ତର ୧୮.୩୩ ମିଟର ଥିବାବେଳେ ସଂଧ୍ଯା ୬ଟା ସୁଦ୍ଧା ୧୮.୨୦ ମିଟର ରହିଥିବା ଜଣାପଡ଼ିଛି। ଚଳିତ ବନ୍ଯାରେ ଧାମନଗର ବ୍ଲକର ୩୦ଟି ପଞ୍ଚାୟତର ୧୪୩ଟି ଗାଁର ୧ ଲକ୍ଷ ୬୦ ହଜାର ୨୦୩ ଜଣ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଏହାସହିତ ଧାମନଗର […]
ହଦଗଡ଼ ଡ୍ୟାମ୍ର ୪ ଗେଟ୍ ଖୋଲିବା ପରେ ଭଦ୍ରକରେ ବନ୍ୟା ପରିସ୍ଥିତି
ଭଦ୍ରକ, ୩୦୲୦୭: ହଦଗଡ଼ ଡ୍ୟାମ୍ର ୪ଟି ଗେଟ୍ ଖୋଲିବା ପରେ ଭଦ୍ରକ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ, ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଜଳ ସିଧାସଳଖ ଭଦ୍ରକ ସହର ଓ ଗ୍ରାମାଞ୍ଚଳ ଭିତରକୁ ପ୍ରବେଶ କରିଛି। ଗତ ତିନି ଦିନ ହେବ ସାଳନ୍ଦୀର ବନ୍ୟା ପାଣିରେ ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ସହର ଓ ଗ୍ରାମାଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ […]
ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ଯ ବନ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ଯାଜପୁର, ୨୮୲୭(ପିପିଏସ): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ସୁଦ୍ଧା ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ, ବିଶେଷ କରି ଯାଜପୁର, ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକ୍ ଅଞ୍ଚଳ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଏହି […]
