ହଦଗଡ଼ ଡ୍ୟାମ୍‌ର ୪ ଗେଟ୍‌ ଖୋଲିବା ପରେ ଭଦ୍ରକରେ ବନ୍ୟା ପରିସ୍ଥିତି
1 min read

ହଦଗଡ଼ ଡ୍ୟାମ୍‌ର ୪ ଗେଟ୍‌ ଖୋଲିବା ପରେ ଭଦ୍ରକରେ ବନ୍ୟା ପରିସ୍ଥିତି

ଭଦ୍ରକ, ୩୦୲୦୭: ହଦଗଡ଼ ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲିବା ପରେ ଭଦ୍ରକ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ, ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଜଳ ସିଧାସଳଖ ଭଦ୍ରକ ସହର ଓ ଗ୍ରାମାଞ୍ଚଳ ଭିତରକୁ ପ୍ରବେଶ କରିଛି।

ଗତ ତିନି ଦିନ ହେବ ସାଳନ୍ଦୀର ବନ୍ୟା ପାଣିରେ ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ସହର ଓ ଗ୍ରାମାଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି।

ଲଗାଣ ବର୍ଷା ଓ ସାଳନ୍ଦୀ ନଦୀର ଜଳବୃଦ୍ଧି ଯୋଗୁଁ ସହର ଓ ଗ୍ରାମାଞ୍ଚଳବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, ୧୪ଟି ପଞ୍ଚାୟତ ଓ ସହରର ଏକାଧିକ ୱାର୍ଡ ଜଳମୟ ହୋଇଛି।

Leave a Reply

Your email address will not be published. Required fields are marked *