ନେପାଳରେ ଭୟାବହ ସାମ୍ପ୍ରଦାୟିକ ହିଂସା: ଏକାଧିକ ସହରରେ କର୍ଫ୍ୟୁ, ଆକାଶମାର୍ଗରୁ ସେନାର ନଜର, ଭାରତ-ନେପାଳ ସୀମାରେ ହାଇଆଲର୍ଟ
1 min read

ନେପାଳରେ ଭୟାବହ ସାମ୍ପ୍ରଦାୟିକ ହିଂସା: ଏକାଧିକ ସହରରେ କର୍ଫ୍ୟୁ, ଆକାଶମାର୍ଗରୁ ସେନାର ନଜର, ଭାରତ-ନେପାଳ ସୀମାରେ ହାଇଆଲର୍ଟ

କାଠମାଣ୍ଡୁ, ୩୦୲୦୭: ନେପାଳର ସୁନସରୀ ଜିଲ୍ଲାରୁ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ଏବେ ଦେଶର ବିଭିନ୍ନ ପ୍ରମୁଖ ସହରକୁ ବ୍ୟାପିବାରେ ଲାଗିଛି। ଗତ ୪ ଦିନ ଧରି ଚାଲିଥିବା ଭଙ୍ଗାରୁଜା, ପୋଡ଼ାଜଳା ଏବଂ ପୁଲିସ ଉପରକୁ ପଥରମାଡ଼ ଯୋଗୁଁ ସମଗ୍ର ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ୬ରୁ ଅଧିକ ସହରରେ କର୍ଫ୍ୟୁ ବଳବତ୍ତର ରଖାଯାଇଥିବା ବେଳେ ଭାରତ-ନେପାଳ ସୀମାରେ ସୁରକ୍ଷା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି।

ସେନାର ପାଟ୍ରୋଲିଂ: ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବା ପାଇଁ ନେପାଳ ସେନା ପକ୍ଷରୁ ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ କଡ଼ା ପାଟ୍ରୋଲିଂ କରାଯାଉଛି।ଶାନ୍ତି ପାଇଁ ରାଷ୍ଟ୍ରପତିଙ୍କ ନିବେଦନ: ଦେଶରେ ଉପୁଜିଥିବା ଏହି ଗମ୍ଭୀର ସଙ୍କଟ ଉପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ ଗଭୀର ଚିନ୍ତା ପ୍ରକଟ କରିବା ସହ ନାଗରିକମାନଙ୍କୁ ଶାନ୍ତି, ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ ଆକୁଳ ନିବେଦନ କରିଛନ୍ତି।

ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ସ୍ଥିତିକୁ ସାଧାରଣ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ପ୍ରଶାସନ ସମଗ୍ର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

Leave a Reply

Your email address will not be published. Required fields are marked *