jay jagannath
ଚିତଉ ପିଠାର ନିଆରା ପରମ୍ପରା ଚିତାଲାଗି ଅମାବାସ୍ୟା
ଓଡ଼ିଶାରେ ପାଳିତ ହେଉଥିବା ଅନେକ ଗଣପର୍ବ ମଧ୍ୟରେ ଗୋଟିଏ ହେଲା ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା। ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଏହା ପାଳିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା ହୋଇଛି। ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ। ଏହା ଓଡିଶାର ପଶୁଯନ୍ତୁ ପ୍ରତି ଭଲ ପାଇବାର ଉଦାହରଣ। ଏହି ପ୍ରଥା ଶବର ପରମ୍ପରାରୁ ଆସିଛି ବୋଲି କୁହାଯାଏ। ତେବେ ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ ପାଇଁ ବିଲକୁ ଯାଆନ୍ତି। ବିଲରେ ଗେଣ୍ଡାମାନଙ୍କ ଯୋଗୁଁ ଗୋଡ଼ କଟି କ୍ଷତି ହୋଇଥାଏ। ଏଣୁ ଏହି ଆଶଙ୍କାକୁ ଏଡ଼େଇବା ପାଇଁ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶୟକୁ ପକାଯାଏ। ପାଳନ ବିଧି: ଜଗନ୍ନାଥ ମନ୍ଦିର – ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା କଢାଯାଇଥାଏ ତାହା ପୁଣି ଶ୍ରାବଣ ଅମାବାସ୍ୟା ତିଥିରେ ଲାଗି କରାଯାଏ। ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ। ଉତ୍ତର ଓଡ଼ିଶାରେ ଘରେ – ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଏହାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାଙ୍କ ପାଇଁ ସମର୍ପଣ କରି ପୋତନ୍ତି। ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି। ଏହାସହ ବିଲରେ ପ୍ରଚୁର ଗେଣ୍ଡା ଥିବାରୁ ଏମାନେ ଚାରା ସବୁକୁ କାଟି ପକାନ୍ତି। ପୁଣି ବଛା ଖେଳା ବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି। ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ପକାଯାଏ। ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ଦୂରେଇ ଯାଆନ୍ତି। ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା, ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କୁହନ୍ତି: “ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣିମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ।ଆମ ଫସଲ କାଟିବୁ ନାହିଁ ।” ଏଥିପାଇଁ ଏହି ଓଷାରେ ଗେଣ୍ଡାଙ୍କୁ ଗେଣ୍ଡେଇଶୁଣୀ ନାମରେ ପୂଜା ମଧ୍ୟ କରାଯାଇଥାଏ। ଏହି ବିଧି ପାଇଁ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ଆଦିରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣାଶୁଣା।
ସମ୍ପର୍ଣ୍ଣ ହେଲା ବାହୁଡା ଯାତ୍ରା: ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଲେ।
ରାୟଗଡ,୨୫୲୭:ରାୟଗଡ ଶ୍ରଦ୍ଧା ଶ୍ରୀକ୍ଷତ୍ର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି ନଅ ଦିନ ପରେ ଫେରିଛନ୍ତି। ପୂଜକ ପ୍ରଭାକର ପଣ୍ଡାଙ୍କ ଦ୍ୱାରା ଶୁକ୍ରବାର ପ୍ରାତଃ ନୀତିକାନ୍ତି ହୋଇଥିଲା। ମଧ୍ୟାହ୍ନ ରେ ବ୍ରାହ୍ମଣ ସାହି ଶ୍ରୀଅଙ୍ଗ ସେବାୟତଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବେଶ କରାଯାଇଥିଲା। ଖଣ୍ଡୁଆ ପାଟରେ ସଜ୍ଜିତ ହୋଇଥିଲେ ବଡ଼ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ। ଏଥିସହ ଟାହିଆ ଭିଡ଼ାଯାଇଥିଲା ଶ୍ରୀଜୀଉଙ୍କୁ। ସୁସଜ୍ଜିତ ହେବାପରେ ବିଗ୍ରହଙ୍କୁ ପହଣ୍ଡିବିଜେ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରଯାଇଥିଲା। ରାଜପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ […]
ପୁରୀରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ: ଜଳବନ୍ଦୀ ସମସ୍ୟା ମୋକାବିଲା ଓ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା
ପୁରୀ, ୨୩/୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ବିଜେ ପାଇଁ ପୁରୀ ପ୍ରଶାସନ, ପୋଲିସ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱଶେଷ ବ୍ୟବସ୍ଥା କରାଯାଇଛି। ଗତ ଜୁଲାଇ ୧୬ ତାରିଖ ଗୁଣ୍ଡିଚା ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବାହୁଡ଼ା ଯାତ୍ରା ମାଧ୍ୟମରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ପରବର୍ତ୍ତୀ […]
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକତାର ଅପୂର୍ବ ମହାପର୍ବ
ପୁରୀ, ଜୁଲାଇ ୧୬ (ପ୍ରଜାତନ୍ତ୍ର): ଓଡ଼ିଶାର ସର୍ବବୃହତ୍ ଧାର୍ମିକ ପର୍ବ ଭାବେ ପରିଚିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ପାରମ୍ପରିକ ଉତ୍ସବ ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ବିଶ୍ୱାସ, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ଏକ ମହାସଙ୍ଗମ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ନିଜ ନିଜ ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରନ୍ତି। ଧାର୍ମିକ ପରମ୍ପରା ଅନୁଯାୟୀ, ରଥାରୂଢ଼ ମହାପ୍ରଭୁଙ୍କ […]
ରଥଯାତ୍ରା-୨୦୨୬ର ପ୍ରମୁଖ କାର୍ଯ୍ୟସୂଚୀ
ପୁରୀ, ୧୫ ଜୁଲାଇ (ପିପିଏସ): ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ବରଂ ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ପରମ୍ପରାର ଏକ ମହାନ ପର୍ବ। ବର୍ଷରେ ଏହି ଏକମାତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ କରନ୍ତି। ଏହି ଅନନ୍ୟ ପରମ୍ପରା ହଜାର ହଜାର ବର୍ଷର ଐତିହ୍ୟ ବହନ କରୁଥିବା […]
