ସମ୍ପର୍ଣ୍ଣ ହେଲା ବାହୁଡା ଯାତ୍ରା: ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଲେ।
1 min read

ସମ୍ପର୍ଣ୍ଣ ହେଲା ବାହୁଡା ଯାତ୍ରା: ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଲେ।

ରାୟଗଡ,୨୫୲୭:ରାୟଗଡ ଶ୍ରଦ୍ଧା ଶ୍ରୀକ୍ଷତ୍ର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି ନଅ ଦିନ ପରେ ଫେରିଛନ୍ତି। ପୂଜକ ପ୍ରଭାକର ପଣ୍ଡାଙ୍କ ଦ୍ୱାରା ଶୁକ୍ରବାର ପ୍ରାତଃ ନୀତିକାନ୍ତି ହୋଇଥିଲା। ମଧ୍ୟାହ୍ନ ରେ ବ୍ରାହ୍ମଣ ସାହି ଶ୍ରୀଅଙ୍ଗ ସେବାୟତଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବେଶ କରାଯାଇଥିଲା। ଖଣ୍ଡୁଆ ପାଟରେ ସଜ୍ଜିତ ହୋଇଥିଲେ ବଡ଼ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ। ଏଥିସହ ଟାହିଆ ଭିଡ଼ାଯାଇଥିଲା ଶ୍ରୀଜୀଉଙ୍କୁ। ସୁସଜ୍ଜିତ ହେବାପରେ ବିଗ୍ରହଙ୍କୁ ପହଣ୍ଡିବିଜେ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରଯାଇଥିଲା। ରାଜପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ ଦ୍ୱାରା ଛେରା ପହଁରା ହେବା ପରେ ସନ୍ଧ୍ୟା ଚାରିଟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭକ୍ତିମୟ ଭିଡ ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷତ୍ର ଅଭିମୁଖେ ବାହାରିଥିଲେ।ଖରା ବର୍ଷାର ଖେଳରେ ଶହ ଶହ ସଂଖ୍ୟାରେ ଗୋଟିଏ ପାର୍ଶ୍ଵରେ ପୁରୁଷ ଏବଂ ଅନ୍ୟ ପାର୍ଶ୍ଵରେ ମହିଳାମାନେ ରହି ରଥ ଟାଣିଥିଲେ। ପୁରୁଣା ପୋଲିସ ଷ୍ଟେସନଠାରେ ରଥ ପହଂଚିବା ପରେ ପରମ୍ପରା ଅନୁଯାୟୀ ପୋଲିସ ବିଭାଗ ତରଫରୁ ପୁଜାର୍ଚନା ସହ ଭୋଗଲାଗି ,ଆଳତି ପରେ ରଥ ଆଗକୁ ବଢିଥିଲା।


କିନ୍ତୁ ଦୁଃଖର ବିଷୟ ଶ୍ରୀଗୁଣ୍ଡିଚା ଯାତ୍ରାରେ ସ୍ଥାନୀୟ ସାଂସଦ,ବିଧାୟକ,ସରକାରୀ ଦଳ କର୍ମକର୍ତା ଜିଲ୍ଲା ପ୍ରଶାସନର ମାଳ ମାଳ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ ହୋଇଥିବା ବେଳେ ବାହୁଡାରେ କେବେଳ ଅତିରିକ୍ତ ଜିଲ୍ଲାପାଳ ନବୀନ ନାଏକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ, ଏସ ଡି ପି ଓ ଗୌରହରି ସାହୁ,ରାୟଗଡ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଓ ଦୁଇ ଅତିରିକ୍ତ ତହସିଲଦାର ସିମନ୍ତ ସାହୁ ଏବଂ ସମୀରଞ୍ଜନ ଭୂୟାଁ ,ରାଜସ୍ୱ ବିଭାଗ ସୁପରଭାଇଜର ଦେବୀପ୍ରସାଦ ମଲିକ,ରାଜସ୍ୱ ନିରୀକ୍ଷକ ନିହାର ରଞ୍ଜନ ପାଲ ଭଳି କାଁ ଭାଁ କିଛି ହାତ ଗଣତି ଅଧିକାରୀଙ୍କ ଉପସ୍ଥିତିରେ ବାହୁଡା ଯାତ୍ରା ସମାପନ ହୋଇଥିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ତେବେ ନଅ ଦିନ ଯାତ୍ରାର ସମ୍ପୂର୍ଣ୍ଣ ଦାୟିତ୍ୱ ଜିଲ୍ଲା ପ୍ରଶାସନ ସହ ଦେବୋତ୍ତର ବିଭାଗର ଦାୟିତ୍ୱ ରହିଥିବା ବେଳେ ଅଧିକାଂଶ ଅଧିକାରୀଙ୍କ ଅନୁପସ୍ଥିତି ସମସ୍ତଙ୍କୁ ଚକିତ କରିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତି ଅପମାନ ବୋଲି ବୁଦ୍ଧିଜୀବୀ ମହଲରେ ଶୁଣିବାକୁ ମିଳିଛି। ତେବେ ଏ ନେଇ ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାୟଗଡ ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁଙ୍କୁ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।


ସନ୍ଧ୍ୟା ଛଅଟା ବେଳେ ଶ୍ରଦ୍ଧା ଶ୍ରୀକ୍ଷତ୍ର ରଥ ଛକ ଠାରେ ରଥ ପହଞ୍ଚିଥିଲା। ରଥ ପହଂଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି କାର୍ଯ୍ୟ ସମ୍ପର୍ଣ୍ଣ ହେବା ପରେ ରଥରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କୁ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେଇଛନ୍ତି। ଶନିବାର ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ସୁନା ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଇଛନ୍ତି। ବାହୁଡା ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିବରଣୀ ପାଠ କରାଯାଇଥିଲା। ବ୍ରାହ୍ମଣସାହି ଶ୍ରୀଅଙ୍ଗ ସେବାୟତଙ୍କ ମଧ୍ୟରେ ରଞ୍ଜନ ରଥ, ପ୍ରଶାନ୍ତ ତ୍ରିପାଠୀ, ମହେନ୍ଦ୍ର ରଥ, ଗୋପୀନାଥ ପାଳ, ସୁନୀଲ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ସାହୁ, ଗୋବିନ୍ଦ ରଥ, ସୁଧୀର ମିଶ୍ର, ସୁଜିତ ପଣ୍ଡା, ହରିଶ୍ଚନ୍ଦ୍ର ଦାସ, ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ପୋଲିସ ପକ୍ଷରୁ ବିଶୃଙ୍ଖଳା ପରିସ୍ଥିତି ଉପରେ ଦୃଷ୍ଟି ରହିଥିଲା।

Leave a Reply

Your email address will not be published. Required fields are marked *