ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି “ସ୍ବର୍ଗ ରଥ”ଲୋକାର୍ପଣ
1 min read

ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି “ସ୍ବର୍ଗ ରଥ”ଲୋକାର୍ପଣ

ବଲାଙ୍ଗୀର,୨୫୲୭ (ପିପିଏସ): ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି ଅତ୍ୟାଧୁନିକ “ସ୍ବର୍ଗ ରଥ”ଲୋକାର୍ପଣ ହୋଇଯାଇଛି।ଏଥିରୁ ଗୋଟିଏ ଡିପ୍ ଫ୍ରିଜର୍ ସୁବିଧା ଯୁକ୍ତ ରହିଥିବା ବେଳେ ଆଉ ଗୋଟିଏ ସାଧାରଣ ବର୍ଗର ହୋଇଛି।ପୈ।ରାଧ୍ୟକ୍ଷା ଲିକା ସାହୁ ଏହି ଦୁଇଟି ସ୍ବର୍ଗ ରଥର ଉଦଘାଟନ କରିଛନ୍ତି।ପୈ।ର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ମଧ୍ୟ ଉପସ୍ଥିତ ଥିଲେ।

ଏଥିରେ ବରିଷ୍ଠ ପରିଷଦ ସଦସ୍ୟ ମହେନ୍ଦ୍ର ବାଗ, ଶମ୍ଭୁ ନାଗ, ନନ୍ଦିନୀ ପୋଡ଼, କିଶୋର କୁମ୍ଭାର, ଲଲାଟେନ୍ଦୁ ପଟ୍ଟନାୟକ, ଗଙ୍ଗା ଚାନ୍ଦ,ଓ ଶତୃଘ୍ନ ବାଗ, ଯୁବନେତା ବିଧୁଭୂଷଣ ତ୍ରିପାଠୀ,ମୁନା ଖାଁ, ଶିବ ବେହେରା, ସମାଜସେବୀ ସୋମନାଥ ମିଶ୍ର,ରାମ ଶଙ୍କର ଶତପଥୀ, ଗୋବିନ୍ଦ ଶତପଥୀ, ବିଭୁତି ଭୁଷଣ ମିଶ୍ର, ଜଗନ୍ନାଥ ମିଶ୍ର,ସଚିନ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଥିଲେ।ଏହି ଦୁଇଟି ସ୍ବର୍ଗରଥକୁ ସ୍ବେଚ୍ଛାସେବୀ ସଂଗଠନ ବିଙ୍ଗ୍ ହିୟୁମାନ୍ ଫାଉଣ୍ଡେସନ୍ କୁ ହସ୍ତାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *