ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାର ଆନୁକୁଲ୍ୟରେ ଭଜନ କାର୍ଯ୍ୟକ୍ରମ
1 min read

ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାର ଆନୁକୁଲ୍ୟରେ ଭଜନ କାର୍ଯ୍ୟକ୍ରମ

ବଲାଙ୍ଗିର, ୨୫୲୭: ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର, ଡେର୍ଲିମାର୍କେଟ ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ରଶ୍ମି ପାତ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଦିଲିପ କୁମାର ପୁରୋହିତ ଙ୍କ ନେତୃତ୍ୱରେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭବାନୀ ଶଙ୍କର ପଟେଲ ଓ ବଳିଷ୍ଠ ପଧାନ ଉପସ୍ଥିତ ରହି ନିଜସ୍ୱ ଉଚିତ ଭଜନ ଗାନ କରିଥିଲେ ।

ଏହା ସହ ସମସ୍ତ କବି ଓ କବିୟତ୍ରୀ ଭକ୍ତିପୂର୍ଣ୍ଣ ଭାବରେ ଭଜନ ସବୁ ପରିବେଷଣ କରି ରାମ ମନ୍ଦିର ପରିସରକୁ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । କବିୟିତ୍ରୀ ସରସ୍ୱତୀ ମିଶ୍ର ସଂଯୋଜନା କରିଥିଲେ । ରାଜଶ୍ରୀ ତ୍ରିପାଠି, ସସ୍ମିତା ସାହୁ, ନିରୁମା ମିଶ୍ର, ଜ୍ୟୋତିମୟୀ ତ୍ରିପାଠୀ, ଅମ୍ବିକା ଦାନୀ, ସୋଦାମିନୀ ମିଶ୍ର, ସନ୍ଧ୍ୟାରାଣୀ ତ୍ରିପାଠୀ, ଆରତୀ ତ୍ରିପାଠି, କୁମୁଦିନୀ ପୃଷ୍ଟି, ରଶ୍ମିତା ପାତ୍ର, ରାମ ଶଙ୍କର ଶତପଥି, କୃଷ୍ଣଚନ୍ଦ୍ର ମିଶ୍ର, ମନରଞ୍ଜନ ଚାନ୍ଦ, ଆରତୀ ମିଶ୍ର, ଲିଲି ପଟେଲ ପ୍ରଭୃତି ଭଜନ କବିତା ଗାନ କରି ସାଫଲ୍ୟ ମଣ୍ଡିତ କରିଥିଲେ । ପରେ ପ୍ରଭୁଙ୍କ ସନ୍ଧ୍ୟା ଆଳତି ଦର୍ଶନର ସୋ÷÷ଭାଗ୍ୟ ଅର୍ଜନ କରିଥିଲେ ।

Leave a Reply

Your email address will not be published. Required fields are marked *