sonam wangchuk
ୱାଙ୍ଗଚୁକ୍ଙ୍କ ‘ଟ୍ରାଇବାଲ୍ ହାଉସ୍’
ମାଟିକାନ୍ଥ ଘର । କିନ୍ତୁ ସୁବିଧାରେ ଭିଲ୍ଲାଠାରୁ କମ୍ ନୁହେଁ । ଲଦାଖର ବିଯୁକ୍ତ ତାପମାତ୍ରାରେ ବି ଘର ଭିତର ଉଷୁମ । ବିନା ହିଟରରେ ମଧ୍ୟ ଭିତରେ ୧୮ରୁ ୨୦ ଡିଗ୍ରୀ ତାପମାତ୍ରା । ପାରମ୍ପରିକ ପାହାଡ଼ିଆ ବାସ୍ତୁକଳା ଏବଂ ପାଣିପାଗ ଅନୁକୂଳ ଆଧୁନିକ ଇଞ୍ଜିନିୟରିଂର ଏହା ଏକ ଚମତ୍କାର ଉଦାହରଣ । ତାପମାତ୍ରାର ପ୍ରାକୃତିକ ନିୟନ୍ତ୍ରଣ ପାଇଁ ସବୁ ବ୍ୟବସ୍ଥା ଖଞ୍ଜାଯାଇଛି । ଘର ତିଆରିରେ ସିମେଣ୍ଟ ଓ କଂକ୍ରିଟ ବଦଳରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ସୂର୍ଯ୍ୟ କିରଣରେ ଘର ଗରମ ହେଉଛି । ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ପାଇଖାନା ରହିଛି । ୨୬ ଦିନ ଅନଶନ କରି ଦେଶବ୍ୟାପୀ ଚର୍ଚ୍ଚା ସାଉଁଟିଥିବା ଜଳବାୟୁ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ଙ୍କର ଏହି ‘ଟ୍ରାଇବାଲ୍ ଘର’ ଏବେ ବେଶ୍ ଚର୍ଚ୍ଚାରେ । ଜଳବାୟୁ କର୍ମୀ ହିସାବରେ ସେ ନିଜ ଘରକୁ ବାସ୍ତବରେ ପରିବେଶ ଅନୁକୂଳ ବନାଇଛନ୍ତି । ପରିବେଶ ପାଇଁ ଏହା ଦୃଷ୍ଟାନ୍ତ ସାଜିଛି । ଆମେରିକା ଓ ୟୁରୋପରେ ବି ଏହାକୁ ନେଇ ଚର୍ଚ୍ଚା ହେଉଛି । ଗବେଷଣା ବି କରାଯାଉଛି । ୱାଙ୍ଗଚୁକ୍ଙ୍କୁ ଲୋକେ ଜଣେ ଇଞ୍ଜିନିୟର, ଶିକ୍ଷା ସଂସ୍କାରକ ଏବଂ ପରିବେଶ ସଂରକ୍ଷକ ଭାବେ ଜାଣନ୍ତି । କିନ୍ତୁ ତାଙ୍କର ଲଦାଖସ୍ଥିତ ଘରକୁ ବହୁତ କମ୍ ଲୋକ ପାଖରୁ ଦେଖିଛନ୍ତି । ରହିବା ପାଇଁ ଏହା କେବଳ ଏକ ଘର ନୁହେଁ । ବରଂ ପ୍ରକୃତିକୁ ବୁଝି ଘର ନିର୍ମାଣ କଲେ ସ୍ୱଳ୍ପ ସମ୍ବଳରେ ମଧ୍ୟ ଆରାମଦାୟକ ଜୀବନ ବଞ୍ଚିହେବ ବୋଲି ଏହା ଶିଖାଉଛି । ଏହି ନିଆରା ଘର ‘ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ୍ସ ଲଦାଖ (ଏଚ୍ଆଇଏଏଲ୍)’ ପରିସରରେ ନିର୍ମାଣ ହୋଇଛି । ଏହାର ଛୋଟବଡ଼ ସମସ୍ତ ଅଂଶକୁ ପରିବେଶକୁ ଧ୍ୟାନରେ ରଖି ଡିଜାଇନ କରାଯାଇଛି । ଏଠାରେ ଆଧୁନିକ ସୁବିଧା ସାଙ୍ଗକୁ ପାରମ୍ପରିକ ଲଦାଖୀ ଭାବନା ବି ଖୁନ୍ଦି ହୋଇଛି । ଏହି କାରଣରୁ ଘରଟି ଆଜି ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି । ଘରଟିର ସବୁଠୁ ବିଶେଷତ୍ୱ ହେଉଛି ଏହାର କାନ୍ଥ । ସମ୍ପ୍ରତି ଅଧିକାଂଶ ଘର ସିମେଣ୍ଟ, କଂକ୍ରିଟ ଏବଂ ଇସ୍ପାତ ଦ୍ୱାରା ବନାଯାଉଛି । କିନ୍ତୁ ଏହି ଘରେ ମାଟି ଏବଂ ସ୍ଥାନୀୟ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ଲଦାଖରେ ଅନେକ ଶତାବ୍ଦୀ ଧରି ଏହି ପ୍ରକାର ଘର ନିର୍ମାଣ କରାଯାଉଛି । ମୁଖ୍ୟ କାରଣ ହେଉଛି ଏଠାକାର ପ୍ରତିକୂଳ ପାଣିପାଗ । ମୋଟା ମାଟିର କାନ୍ଥ ଗରମ ଦିନରେ ବି ଘରକୁ ଥଣ୍ଡା ରଖିଥାଏ ଏବଂ ବିଯୁକ୍ତ ତାପମାତ୍ରାରେ ଭିତରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଷୁମ ରଖେ । ଏହା ଫଳରେ ପୃଥକ ରୁମ୍ ହିଟର ଚଳାଇବା ଦରକାର ହୁଏନାହିଁ । ଘରର ସୋଲାର ଡିଜାଇନ ବି ଦୃଷ୍ଟି ଆକର୍ଷଣ କରେ । ଏହାର ବଡ଼ ବଡ଼ ଝରକା ଏଭଳି ଦିଗରେ ପ୍ରସ୍ତୁତ ହୋଇଛି, ଯାହାଦ୍ୱାରା ଦିନସାରା ଖରା ପଡ଼ିଥାଏ । ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଉତ୍ତାପ ମାଟିକାନ୍ଥରେ ଜମା ହୋଇ ରହିଥାଏ ଏବଂ ସନ୍ଧ୍ୟା ହେବା ପରେ ଧୀରେ ଧୀରେ ସାରା ଘରକୁ ଏହି ଉତ୍ତାପ ବ୍ୟାପିବାକୁ ଲାଗିଥାଏ । ଏହାଯୋଗୁ ଲଦାଖ ଭଳି ସାଙ୍ଘାତିକ ଥଣ୍ଡା ଜାଗାରେ ଘର ଭିତର ତାପମାତ୍ରା ଆରାମଦାୟକ ଅନୁଭୂତ ହୁଏ । ଏହାଦ୍ୱାରା ବିଜୁଳି ଏବଂ ଇନ୍ଧନ ସଞ୍ଚୟ ହୋଇଥାଏ । ବାହାରୁ ଦେଖିବାକୁ ଘରଟି ସମ୍ପୂର୍ଣ୍ଣ ପାରମ୍ପରିକ ଲଦାଖୀ ଘର ଭଳି ଲାଗିଥାଏ । କିନ୍ତୁ ଭିତରେ ପ୍ରବେଶ କରିବା କ୍ଷଣି ଆଧୁନିକ ସୁବିଧା ଦୃଷ୍ଟି ଆକର୍ଷଣ କରେ । ଘରକୁ ଆସୁଥିବା ନୂଆ ଅତିଥି ଏହାକୁ ଦେଖି ବିଭୋର ହୋଇଉଠନ୍ତି । ଏହାର ସୌନ୍ଦର୍ଯ୍ୟ ଏବଂ ବୈଶିଷ୍ଟ୍ୟକୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ । ଆରାମରେ ବସିବା ସ୍ଥାନ, ସୁନ୍ଦର କାଠ ଫର୍ନିଚର, ମଡ୍ୟୁଲାର କିଚେନ ଏବଂ ପରିବାର ସହ ବସି ଖାଇବାକୁ ଖୋଲା ସ୍ଥାନ ଏହାକୁ ସ୍ୱତନ୍ତ୍ର ବନାଉଛି । ସମସ୍ତ କକ୍ଷରେ ଜରୁରି ସୁବିଧା ମହଜୁଦ । ଏହି ଘରେ ସ୍ୱାଭାବିକ ଫ୍ଲସ ଟଏଲେଟ ସ୍ଥାନରେ ସ୍ୱତନ୍ତ୍ର ପ୍ରକାର କମ୍ପୋଷ୍ଟିଙ୍ଗ୍ ଟଏଲେଟ୍ ଲଗାଯାଇଛି । ଏଥିରେ ପ୍ରତିଥର ଫ୍ଲସ୍ କରିବା ଲାଗି ପାଣିର ଆବଶ୍ୟକ ହୁଏନାହିଁ । ଏହା ବଦଳରେ କାଠଗୁଣ୍ଡ କିମ୍ବା ମାଟି ବ୍ୟବହାର କରାଯାଏ । ଏହାଦ୍ୱାରା ବହୁତ ପାଣି ସଞ୍ଚୟ ହୋଇଥାଏ । ଶେଷରେ ଏହା ଜୈବିକ ସାରରେ ରୂପାନ୍ତରିକ ହୁଏ । ଲଦାଖ ଭଳି ଅଞ୍ଚଳରେ ପାଣି ବହୁତ ମହଙ୍ଗା । ସେଠାରେ ଏହି କୌଶଳ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଘର ପାଖରେ କମ୍ ଖାଲି ସ୍ଥାନ ଦେଖିବାକୁ ମିଳେ । ଏଠାରେ ଗ୍ରୀନହାଉସ ନିର୍ମାଣ କରାଯାଏ, ଯେଉଁଠାରେ ପାଣିପାଗ ଅନୁସାରେ ପନିପରିବା ଏବଂ ଅନ୍ୟ ଚାରା ରୋପଣ କରାଯାଏ । ଏହାଛଡ଼ା ସେଓ ଗଛ ବି ଲଗାଯାଏ । ସମଗ୍ର ପରିସରକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସ୍ଥାନୀୟ ସମ୍ବଳର ସର୍ବାଧିକ ଉପଯୋଗ ହେବ ଏବଂ ପ୍ରକୃତି ଉପରେ ଅନ୍ୟୂନ ଚାପ ପଡ଼ିବ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଶକ୍ତି ସଂରକ୍ଷଣ ଏବଂ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉଛି । ଏଭଳି ସମୟରେ ସୋନମ ୱାଙ୍ଗଚୁକ୍ଙ୍କର ଏହି ଘର ଦର୍ଶାଉଛି ଯେ ପାରମ୍ପରିକ ଜ୍ଞାନ ଓ ଆଧୁନିକ ବିଜ୍ଞାନକୁ ମିଶାଇ ଉନ୍ନତ ଭବିଷ୍ୟତ ନିର୍ମାଣ କରାଯାଇ ପାରିବ । ସ୍ଥାନୀୟ ସାମଗ୍ରୀର ବ୍ୟବହାର, ପାଣି ସଞ୍ଚୟ, ସୌର ଶକ୍ତି ଏବଂ ପ୍ରାକୃତିକ ଡିଜାଇନ ଏହି ଘରକୁ ଏକ ‘ଆଦର୍ଶ ଗ୍ରୀନ୍ ହୋମ୍’ ଭାବେ ଗଢ଼ିତୋଳିଛି ।
ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋନମ ଓ଼୍ବାଙ୍ଗଚୁକ୍ଙ୍କ ବୟାନ
ନୂଆଦିଲ୍ଲୀ,୨୫୲୭: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ ଦେଇ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଇସ୍ତଫା ପଛରେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନର ଚାପ ରହିଛି। ତେବେ ସିଜେପି ଆନ୍ଦୋଳନର ୩୬ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିବାଦ ମଧ୍ୟରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି ପ୍ରଶଂସା କରିଛନ୍ତି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ତାଙ୍କ ଇସ୍ତଫା ପଠାଇଛନ୍ତି। ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରର ସେବା ତାଙ୍କ ଜୀବନର ସର୍ୱୋଚ୍ଚ ପ୍ରାଥମିକତା। X ରେ ଏକ ପୋଷ୍ଟରେ, ସୋନମ ଲେଖିଛନ୍ତି, “ଏହା ଗଣତନ୍ତ୍ରର ବିଜୟ। ପ୍ରତ୍ୟକ୍ଷ ଗଣତନ୍ତ୍ର… ରାସ୍ତାରୁ ଜନ୍ମ। ଏହା ଶାନ୍ତି, ଧର୍ଯ୍ୟ ଏବଂ ଦୃଢ଼ତାର ବିଜୟ। CJP ଏବଂ ଦେଶର ‘ଜେନ Z’ଙ୍କୁ ଅଭିନନ୍ଦନ, ଏବଂ ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଯେଉଁମାନେ ଭୟକୁ ଦୂରେଇ ଦେଶର ପ୍ରତ୍ୟେକ କୋଣରୁ ସ୍ୱର ଉଠାଇଛନ୍ତି। ଦାୟିତ୍ୱରୁ ସଂସ୍କାର ଆଡ଼କୁ ଗତି କରୁଛନ୍ତି।”
ସୋନମ୍ ୱାଙ୍ଗଚୁକ୍ଙ୍କ NEET ଦାବି: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ, ଦାବି ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ, ୨୨/୭: NEET-UG ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କାର୍ଯ୍ୟକର୍ତ୍ତା ସୋନମ୍ ୱାଙ୍ଗଚୁକ୍ କରିଥିବା ଦାବିକୁ କେନ୍ଦ୍ର ସରକାର ଅସ୍ୱୀକାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରି କୁହାଯାଇଛି ଯେ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ କୌଣସି ପ୍ରତିଶ୍ରୁତି ଦିଆଯାଇ ନାହିଁ। ସୂତ୍ର ଅନୁଯାୟୀ, PMO ଏହା ମଧ୍ୟ ସ୍ପଷ୍ଟ କରିଛି ଯେ NEET ପରୀକ୍ଷା ପରିଚାଳନାରେ ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ତା’ର ତଦନ୍ତ କରାଯିବ। ତଦନ୍ତରେ […]
CJP ପ୍ରତିନିଧି ଦଳଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା
ନୂଆଦିଲ୍ଲୀ, ୨୦।୦୭: ‘କକରୋଚ ଜନତା ପାର୍ଟି’ (CJP) ର ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ସିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଦୀର୍ଘ ଆଲୋଚନା କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ବେଶ୍ ଆଶାଜନକ ରହିଥିଲା ଏବଂ କେନ୍ଦ୍ରମନ୍ତ୍ରୀ ସେମାନଙ୍କର ସମସ୍ତ ବିଷୟକୁ ଗୁରୁତ୍ୱର ସହ ଶୁଣିଥିବା ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ସରକାରଙ୍କ ଆଗରେ ରଖାଗଲା ୩ଟି […]
