ସାଂସଦଙ୍କ ସହ ବାଙ୍କୀର ବନ୍ୟାଞ୍ଚଳ ପରିଦର୍ଶନ କଲେ କୃଷକ ମୋର୍ଚ୍ଚା ସଭାପତି
1 min read

ସାଂସଦଙ୍କ ସହ ବାଙ୍କୀର ବନ୍ୟାଞ୍ଚଳ ପରିଦର୍ଶନ କଲେ କୃଷକ ମୋର୍ଚ୍ଚା ସଭାପତି

ବାଙ୍କୀ, ୦୧/୦୮: ମହାନଦୀରେ ଆସିଥିବା ବନ୍ୟା ପ୍ରଭାବରେ ବାଙ୍କୀର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପରିବା ଓ ଧାନ ଫସଲର ବ୍ୟାପକ କ୍ଷତି ଘଟିଛି। ଏହି ପରିସ୍ଥିତିର ଅନୁଧ୍ୟାନ ପାଇଁ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଶନିବାର ବାଙ୍କୀ ବ୍ଲକ ଓ ବାଙ୍କୀ ଡମପଡା ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିଥିଲେ।

ପରିଦର୍ଶନ ସମୟରେ ସେମାନେ ଡମପଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରପା ସେତୁ, ବିଲିପଡା ପଞ୍ଚାୟତ ଏବଂ ପାଥପୁର ପଞ୍ଚାୟତର ବିଭିନ୍ନ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ପାଥପୁରରେ ବନ୍ୟାପୀଡ଼ିତ ଚାଷୀମାନେ ସାଂସଦ ଓ କୃଷକ ମୋର୍ଚ୍ଚା ସଭାପତିଙ୍କୁ ଭେଟି ନିଜର ଦୁଃଖ, ଦୁର୍ଦ୍ଦଶା ଏବଂ ଫସଲ କ୍ଷତି ସମ୍ପର୍କରେ ଅବଗତ କରାଇଥିଲେ।

ଏହି ଅବସରରେ ଶ୍ରୀ ପାଢ଼ୀ ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ବାଙ୍କୀକୁ ଓଡ଼ିଶାର ‘ତରକାରୀ ହାଣ୍ଡି’ ଭାବେ ପରିଚିତ କରାଯାଉଥିବା ବେଳେ ଚଳିତ ବନ୍ୟାରେ ବିପୁଳ ପରିମାଣର ପରିବା ଚାଷ ଓ ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଗଭୀର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *