1 min read

ପ୍ରଧାନମନ୍ତ୍ରୀଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀରେ ଏକତା ନଗର (କେଭାଡିଆ)ରେ ଆୟୋଜିତ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମରେ ମୋଦୀ ଯୋଗ ଦେଇଥିଲେ। ସେ ୪୦୦ କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଆଜି ଶନିବାର ଦିନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ଅବସରରେ ସାରା ଦେଶରେ ଜାତୀୟ ଏକତା ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳେ ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହି ସମୟରେ ସେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଅଞ୍ଚଳରେ ୪୨୬.୭୧ କୋଟି ଟଙ୍କାର ୩୧ଟି ପର୍ଯ୍ୟଟନ ଏବଂ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀରେ ନୂଆଦିଲ୍ଲୀର ପଟେଲ ଚୌକରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ଲୌହ ପୁରୁଷ, ଅଖଣ୍ଡ ଭାରତର ସ୍ଥପତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସମ୍ମାନଜନକ ଶ୍ରଦ୍ଧାଞ୍ଜଳି। ସେ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ସକ୍ଷମ ଭାରତ ନିର୍ମାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ।” ଭାରତ ମାତାର ସେବାରେ ତାଙ୍କର ତ୍ୟାଗ ଏବଂ ସମର୍ପଣ ଏକ ବିକଶିତ ଏବଂ ସ୍ୱାବଲମ୍ବୀ ଭାରତ ନିର୍ମାଣ ପାଇଁ ପ୍ରେରଣାର ଏକ ମହାନ ଉତ୍ସ।

Leave a Reply

Your email address will not be published. Required fields are marked *