ତିନି ଦିନ ଧରି ବନ୍ୟା ପାଣି ଘେରରେ ମଣିପୁର ଗ୍ରାମବାସୀ, ବିଧାୟକଙ୍କ ଦ୍ଵାରା ଚୁଡା, ଚିନି, ବିସ୍କୁଟ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଗୋ ଖାଦ୍ୟ ବଣ୍ଟନ

0
ChatGPT Image Aug 1, 2026, 11_58_05 PM

ଭାପୁର, ୧/୮(ପିପିଏସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ମହାନଦୀରେ ବନ୍ୟା ଆସି ଭାପୁର ବ୍ଲକ୍‌ର ଫତେଗଡ଼ ପଞ୍ଚାୟତ ମଣିପୁର ଗ୍ରାମବାସୀ ଆଜକୁ ୩ଦିନ ଧରି ପାଣି ଘେରରେ ରହିଛନ୍ତି। ଖାଦ୍ୟ, ପିଇବା ପାଣି, ଗୋଖାଦ୍ୟ ଓ ଗମନା ଗମନକୁ ଦୁଷ୍ଟିରେ ରଖି ସ୍ଥାନୀୟ ବିଧାୟକ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି, ବ୍ଳକ ପ୍ରଶାସନ ସହ ବିଭିନ୍ନ ସଂଗଠନ ଆଗେଇ ଆସିଛନ୍ତି।

ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଚୁଡା, ଚିନି, ବିସ୍କୁଟ ବଣ୍ଟନ କରିଛନ୍ତି l ବ୍ଳକ ପ୍ରଶାସନ ପକ୍ଷରୁ ଯାତାୟତ ପାଇଁ ଡ଼ଙ୍ଗା ଯୋଗାଇ ଦିଆଯାଇଛି l ସେହିପରି ଶନିବାର ଦିନ ଭାରତୀୟ ଜନତା ଦଳର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ବନ୍ୟା ପୀଡ଼ିତ ମଣିପୁର ଗ୍ରାମରେ ପହଞ୍ଚି ପ୍ରଭାବିତ ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରି ପ୍ରତ୍ୟେକ ପରିବାରର ସମସ୍ୟା ଓ କ୍ଷୟକ୍ଷତି ବିଷୟରେ ଅବଗତ ହୋଇ ଗାଈ, ଛେଳି, ମଇଁଷି ଓ ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ବଣ୍ଟନ କରିଥିଲେ। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ବନ୍ୟା ସମୟରେ ଜନସାଧାରଣ ମାନଙ୍କ ସମସ୍ୟା ସମାଧାନ ସହିତ ପଶୁ ସମ୍ପଦକୁ ବଞ୍ଚାଇ ରଖିବା ଗ୍ରାମୀଣ ଅର୍ଥନୀତି ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

କେବଳ ତୁରନ୍ତ ସହାୟତା ନୁହେଁ, ଆଗାମୀ ଦିନରେ ମଧ୍ୟ ପୀଡ଼ିତଙ୍କ ସହ ରହିବେ ବୋଲି ସେ ଆଶ୍ୱାସନା ଦେଇଥିଲେ। ବନ୍ୟା ପରି ବିପଦ ସମୟରେ ତୁରନ୍ତ ରିଲିଫ୍ ସହାୟତା ଯେତିକି ଆବଶ୍ୟକ, ସେତିକି ଭବିଷ୍ୟତ ପାଇଁ ସ୍ଥାୟୀ ସମାଧାନ ମଧ୍ୟ ଅପରିହାର୍ଯ୍ୟ, ବନ୍ୟାଜଳର ଶୀଘ୍ର ନିଷ୍କାସନ, କ୍ଷୟକ୍ଷତିର ସଠିକ୍ ଆକଳନ, କ୍ଷତିଗ୍ରସ୍ତ ପରିବାରଙ୍କୁ ପର୍ଯ୍ୟାପ୍ତ ସହାୟତା ଏବଂ ଭବିଷ୍ୟତରେ ଏଭଳି ପରିସ୍ଥିତିର ସ୍ଥାୟୀ ସମାଧାନ ପାଇଁ ଦୀର୍ଘମିଆଦି ବନ୍ୟା ନିୟନ୍ତ୍ରଣ ଯୋଜନା ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଥିବା ସେ କହିଛନ୍ତିl

   ରିଲିଫ୍ କାର୍ଯ୍ୟକ୍ରମରେ ଭଗବାନପୁର ସମିତି ସଭ୍ୟାଙ୍କ ପ୍ରତିନିଧି ବସନ୍ତ କୁମାର ନାୟକ, ବାଳଗୋପାଳ ଷଡ଼ଙ୍ଗୀ ସ୍ଥାନୀୟ ଯୁବକ ଓ ସ୍ୱେଚ୍ଛାସେବୀଙ୍କୁ ସଙ୍ଗଠିତ କରି ରିଲିଫ୍ ବଣ୍ଟନକୁ ସୁଚାରୁ ଭାବେ ପରିଚାଳନା କରି ସମସ୍ତ ପରିବାର ନିକଟରେ ପହଞ୍ଚାଇଥିଲେ। ଏହି ଅବସରରେ ନୟାଗଡ଼ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସତ୍ୟେନ୍ଦୁ ସେଖର ମିଶ୍ର, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି କିଶୋର ରାଉତ, ଜିଲ୍ଲା ସମ୍ପାଦକ ସୁରେଶ କୁମାର ରାଉତ, ସମାଜସେବୀ ଜିତେନ୍ଦ୍ର କାଟିଆ, ପରମେଶ୍ୱର ମହାନ୍ତି, ରଞ୍ଜନ ଜେନା, ଚିତ୍ତରଞ୍ଜନ ରାଉତଙ୍କ ସମେତ ବହୁ ଯୁବ କର୍ମୀ ଓ ସ୍ୱେଚ୍ଛାସେବୀ ରିଲିଫ୍ ବଣ୍ଟନରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

You may have missed