ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ; ଗାଈ ଫସିଲା, ମାଛ ଗୋଦାମ ଡୁବିଲା, କିନ୍ତୁ ପ୍ରଶାସନ ଆଶ୍ବସ୍ତି ନାହିଁ

0
ChatGPT Image Aug 1, 2026, 11_55_15 PM

ଅସ୍ତରଙ୍ଗ, ୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି ର ସମୀକ୍ଷା କରିବା ପାଇଁ ଶନିବାର ଅପରାହ୍ନ ରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏବଂ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଅସ୍ତରଙ୍ଗ ବ୍ଲକ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ବିଧାୟକ ଶ୍ରୀ ବେହେରା ପ୍ରଥମେ ବାଉରିଆକଣ ନିକଟରେ ଦେବୀ ନଦୀ ର ଜଳସ୍ତର ଅନୁଧ୍ୟାନ କରିଥିଲେ। ଏହା ପରେ ସେ ତାଳଦା, ପୁଇଁଚାନ୍ଦିଆ, ନଗର, ଆଳସାହି, ପାଟସୁନ୍ଦରପୁର ଏବଂ ଝାଡଲିଙ୍ଗ ପଂଚାୟତ ଗ୍ରସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପାଣି ରେ ଡୁବି ରହିଥିବା ଚାଷ ଜମି ଦେଖି ସେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଚାଷୀ ମାନେ ଅଭିଯୋଗ କରିଥିଲେ ଯେ ବନ୍ୟା ଆସିବା ର ୩ ଦିନ ହେଲାଣି କିନ୍ତୁ ବ୍ଲକ ରୁ କୌଣସି ଅଧିକାରୀ କ୍ଷତି ଆକଳନ କୁ ଆସିନାହାନ୍ତି।ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଧବଳେଶ୍ୱର ନିକଟରେ ୫୦ରୁ ଉର୍ଦ୍ଧ ଗାଈ ଘଣ୍ଟା ଘଣ୍ଟା ଧରି ପାଣି ଘେରେ ଫସି ରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ଗୋଖାଦ୍ୟ କି ପାଣି ଦିଆଯାଇନଥିଲା। ସେହିପରି କାଳିଆକଣ ଏବଂ ପାଟସୁନ୍ଦରପୁର ନିକଟରେ ମାଛ ଗୋଦାମ ବୁଡିଯିବା ପରେ ମଧ୍ୟ ବ୍ଲକ ପ୍ରଶାସନ ପହଂଚି ମତ୍ସ୍ୟଜୀବି ଙ୍କୁ କୌଣସି ଆଶ୍ୱାସନା ଦେଇନଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ସରକାରୀ ବୋଟ ଖତ ଖାଉଥିବା ବେଳେ ମତ୍ସ୍ୟଜୀବି ମାନେ ନିଜ ବୋଟ ରେ ମଇଁଷି ଓ ଲୋକଙ୍କୁ ଉଦ୍ଧାର କରୁଛନ୍ତି।

ଏହି ଅବସର ରେ ବିଧାୟକ କାକଟପୁର ଜଳସମ୍ପଦ ବିଭାଗ ର ଏସଡିଓ ପାୟଲ ପ୍ରିୟଦର୍ଶନୀ ଏବଂ ଯନ୍ତ୍ରୀ ତପନ ନାୟକ ଙ୍କ ସହ ଆଲୋଚନା କରି ଦେବୀ ନଦୀ ର ବନ୍ଧ ସ୍ଥିତି ସମ୍ପର୍କ ରେ ବୁଝିଥିଲେ।ତେବେ ବନ୍ୟା ସମୟ ରେ ଅସ୍ତରଙ୍ଗ ତହସିଲଦାର ନିଜେ ଏକୁଟିଆ ବିଭିନ୍ନ ଅଞ୍ଚଳ ରେ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ର ଏହି ତତ୍ପରତା କୁ ବିଧାୟକ ତୁଷାରକାନ୍ତି ବେହେରା ପ୍ରଶଂସା କରିଥିଲେ।”ଜଳ ବହୁଳେ ସର୍ବନାଶ, ଜଳ ବିହୁନେ ସର୍ବନାଶ। ଏବେ ପାଣି ବଢି ଚାଷୀ ର ସବୁ ଆଶା ଭାସି ନେଲାଣି। କିନ୍ତୁ ସବୁଠୁ ଦୁଃଖ ର କଥା ହେଉଛି ଅସ୍ତରଙ୍ଗ ବ୍ଲକ ପ୍ରଶାସନ ସମ୍ପୂର୍ଣ ନିଷ୍କ୍ରିୟ। ଗାଈ ଫସିଲା, ମାଛ ଗୋଦାମ ଡୁବିଲା, କିନ୍ତୁ ବ୍ଲକ ରୁ କେହି ଆସିଲେନି। ସରକାରୀ ବୋଟ ପଡି ରହିଛି, ଲୋକେ ନିଜ ବୋଟ ରେ ଉଦ୍ଧାର ହେଉଛନ୍ତି। ତହସିଲଦାର ନିଜେ ମାଟିରେ କାମ କରୁଥିବାରୁ ତାଙ୍କୁ ଧନ୍ୟବାଦ। କିନ୍ତୁ ବ୍ଲକ ର ଏହି ଅପାରଗତା କୁ ମୁଁ ତୁରନ୍ତ ରାଜ୍ୟ ପଂଚାୟତରାଜ ବିଭାଗ, ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କୁ ଜଣାଇବି। ଯଦି ୨୪ଘଣ୍ଟା ମଧ୍ୟରେ ସହାୟତା ନପହଞ୍ଚେ ତେବେ ଆନ୍ଦୋଳନ କରିବୁ।”ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ କହିଛନ୍ତି “ଅସ୍ତରଙ୍ଗ ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ବ୍ଲକ ପ୍ରଶାସନ ଲୋକଙ୍କ ପାଖରେ ପହଂଚି ପାରୁନାହିଁ। କାଗଜ ରେ ସବୁ ହେଉଛି, ବାସ୍ତବତା ରେ କିଛି ନାହିଁ। ମତ୍ସ୍ୟଜୀବି ମାନଙ୍କ ଗୋଦାମ ଡୁବିଲା, କିନ୍ତୁ ବ୍ଲକ ତରଫରୁ କୌଣସି ସହାୟତା ନାହିଁ କି ଆଶ୍ୱାସନା ନାହିଁ।ତହସିଲଦାର ନିଜେ କାମ କରୁଥିବାରୁ ସେ ପ୍ରଶଂସା ର ପାତ୍ର। ଜିଲ୍ଲାପରିଷଦ ତରଫରୁ ଆମେ ତୁରନ୍ତ ରିଲିଫ ପାଇଁ ଦାବି କରିବୁ।”ସ୍ଥାନୀୟ ଲୋକେ କହିଛନ୍ତି ପାଣି କମୁଥିଲେ ମଧ୍ୟ ଚାଷୀ ର ଦୁଃଖ କମୁନି। ତୁରନ୍ତ କ୍ଷତିପୂରଣ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

You may have missed