ଟିଟିଲାଗଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ
1 min read

ଟିଟିଲାଗଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ

ଟିଟିଲାଗଡ଼, ୨୭।୭: ବଲାଙ୍ଗିରରୁ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ର ଗୋଟିଏ ବଗି ଟ୍ରାକ୍‌ରୁ ଖସିଯାଇଥିବାରୁ ଏହି ଅଘଟଣ ଘଟିଛି।

ଘଟଣା ପରେ ସେହି ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ପାଇବା ସହିତ ରେଳ ବିଭାଗର କର୍ମଚାରୀ ଓ ପ୍ରାଯୁକ୍ତିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲାଇନ୍‌ ସ୍ୱାଭାବିକ କରିବା ଏବଂ ଟ୍ରାକ୍‌ ମରାମତି କାମ ଆରମ୍ଭ କରିଛନ୍ତି।

ଏହି ଦୁର୍ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ତେବେ ରେଳ ଚଳାଚଳ କେବେ ସ୍ୱାଭାବିକ ହେବ ଏବଂ କେଉଁ କେଉଁ ଟ୍ରେନ୍‌ ପ୍ରଭାବିତ ହୋଇଛି, ସେନେଇ ରେଳ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ଜାରି କରାଯାଇନାହିଁ।

Leave a Reply

Your email address will not be published. Required fields are marked *