ମହାନଦୀରେ ବନ୍ୟା, ଚାଷଜମି ଜଳମଗ୍ନ
ବାଙ୍କୀ, ୨୮୲୭ : ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ରୁ ଉଦୃତ ଜଳ ନିଷ୍କାସନ ପରେ ମହାନଦୀ ରେ ବନ୍ୟା ସୃଷ୍ଟି ହୋଇଛି ଫଳରେ ବାଙ୍କୀ ଅଞ୍ଚଳର ବିଭିନ୍ନ ତଳିଆ ଓ ଖାଲୁଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଜନ ସାଧାରଣ ଙ୍କ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି ।
ଅନ୍ୟପଟେ ପ୍ରତେକ ଭଳି ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଦ୍ୱାରା ଉତ୍ତର ବାଙ୍କୀ ର ସୁବର୍ଣ୍ଣପୁର ପଞ୍ଚାୟତ ଠାରୁ ରତାଗଡ , ବନ୍ଦାଳ ଓ ବାଉଁଶ ପୁଟ ଆଦି ପଞ୍ଚାୟତ ଆଗକୁ ବିଚ୍ଛିନ୍ନ ହୋଇପାରେ ।
ସେହିପରି ମହାନଦୀ ରୁ ରଣ ନଦୀ ଦେଇ ବନ୍ୟା ଜଳ ପ୍ରବାହିତ ହେବା ଦ୍ୱାରା ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଶିମିଳି ପୁର ଓ ବିଲିପଡା ରୁ ତାଳବାସ୍ତ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେବାଦ୍ବାରା ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । ଅନ୍ୟପଟେ ବାଙ୍କୀ ରୁ କଳା ପଥର ଦେଇ ନୟାଗଡ଼ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେବାଦ୍ବାରା ଯାତାୟାତ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ବାଙ୍କୀ ଏକ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୁଡିକର ପ୍ରଶାସନ ପକ୍ଷରୁ ଉଚ୍ଚତା ବୃଦ୍ଧି କରାଯାଉ ନଥିବାରୁ ପ୍ରତେକ ବର୍ଷ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।
ଲଗାଣ ବର୍ଷା ରେ ଅନେକାଂଶ ଗରିବ ଓ ଅସହାୟ ଲୋକଙ୍କ ଘର ମଧ୍ୟ ଭାଙ୍ଗିବାର ଅଭିଯୋଗ ହୋଇଛି । ବାଙ୍କୀ ରେ ଚାଷୀ ମାନେ ବ୍ୟାଙ୍କ ଋଣ ଓ ହାତ ଉଧାରି କରଜ କରି ଧାନ ଓ ପରିବା ଚାଷ କରିଥିଲେ ସେ ସବୁ ବନ୍ୟାରେ ଜଳମଗ୍ନ ହୋଇଥିବା ସମସ୍ତ ଚାଷୀ ମାନଙ୍କ କ୍ଷୟକ୍ଷତି ର ଆକଳନ କରି କ୍ଷତି ପୂରଣ ଯୋଗାଇଦେବା ଏବଂ ବ୍ୟାଙ୍କ ଋଣ ଛାଡ଼ କରିବାକୁ ବାଙ୍କୀ ର କୋଣ ଅନୁକୋଣ ର ଚାଷୀ ମାନେ ଦାବି କରିଛନ୍ତି ।

