ଜାପାନରେ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ : ଜାପାନର ବୋନିନ୍ ଦ୍ୱୀପପୁଞ୍ଜ ନିକଟର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ। ରବିବାର ସକାଳେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୁଇଟି ଭିନ୍ନ ଭୂକମ୍ପ ଅନୁଭୂତ ହୋଇଛି। ଜାପାନର ବୋନିନ୍ ଦ୍ୱୀପ ଅଞ୍ଚଳରେ ୬.୫ ତୀବ୍ରତାର ଭୂକମ୍ପ ଆସିଥିବା ବେଳେ ଭାନୁଆଟୁ ଦ୍ୱୀପପୁଞ୍ଜରେ ୬.୨ ତୀବ୍ରତାର ଝଟକା ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ନେଇ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS)ର ସୂଚନା ଦେଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍ (GFZ) ଅନୁଯାୟୀ, ରବିବାର ସକାଳେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଭାନୁଆଟୁ ଦ୍ୱୀପପୁଞ୍ଜରେ ୬.୨ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି। ଏହି ଭୂକମ୍ପ ପୃଥିବୀ ପୃଷ୍ଠରୁ ପ୍ରାୟ ୧୨୫ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଭାନୁଆଟୁ ପ୍ରଶାନ୍ତ ମହାସାଗରର ଏକ ଭୂକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ। ଏଠାରେ ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକର ଗତିବିଧି ଯୋଗୁଁ ବାରମ୍ବାର ଭୂକମ୍ପ ଏବଂ ଆଗ୍ନେୟଗିରି କାର୍ଯ୍ୟକଳାପ ଦେଖିବାକୁ ମିଳେ।ଭୂକମ୍ପର ଗଭୀରତା ଏହାର ପ୍ରଭାବ ନିର୍ଣ୍ଣୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ କାରକ। ସାଧାରଣତଃ, ଭୂକମ୍ପର ଗଭୀରତା ଏବଂ କେନ୍ଦ୍ରଠାରୁ ଦୂରତା ଅନୁସାରେ ପୃଥିବୀ ପୃଷ୍ଠରେ ଅନୁଭୂତ ଝଟକାର ତୀବ୍ରତା ଭିନ୍ନ ହୋଇପାରେ। ତେବେ ଭାନୁଆଟୁରେ ହୋଇଥିବା ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷତି ହୋଇଛି କି ନାହିଁ, ତାହାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।
