1 min read

ଇଟାଲୀର ସ୍କୁଲ୍‌ରେ ବୁର୍ଖା-ନିକାବ ଉପରେ ବ୍ୟାନ୍‌ ପ୍ରସ୍ତାବ, ବିଦେଶୀ ଛାତ୍ର ସଂଖ୍ୟା ମଧ୍ୟ ସୀମିତ ହେବ

ରୋମ୍: ଇଟାଲୀର ସ୍କୁଲ୍‌ଗୁଡ଼ିକରେ ବୁର୍ଖା ଓ ନିକାବ ପିନ୍ଧିବା ଉପରେ ନିଷେଧ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ସେପ୍ଟେମ୍ବର ୨୦, ୨୦୨୬ରେ ଏକ ଦଳୀୟ ଯୁବ ସମାବେଶରେ ମେଲୋନି କହିଥିଲେ ଯେ ଏ ସମ୍ପର୍କିତ ପ୍ରସ୍ତାବ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଆଗତ ହେବ। ତେବେ ଏହା ଏଯାବତ୍‌ ଆଇନରେ ପରିଣତ ହୋଇନାହିଁ; ଆଗାମୀ ବିଧାନ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହା କାର୍ଯ୍ୟକାରୀ ହୋଇପାରିବ। ମେଲୋନିଙ୍କ ପ୍ରସ୍ତାବରେ କେବଳ ବୁର୍ଖା ଓ ନିକାବ ଉଲ୍ଲେଖ […]

1 min read

ଚୀନ୍‌ ବନ୍ଦରରେ ମାଲବାହୀ ଜାହାଜରେ ନିଆଁ ଲାଗିଲା: ୨୦ ମୃତ

ବେଜିଂ: ଚୀନ୍‌ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କରମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳରେ ଥିବା ଏକପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ବେହାଇ ଜାହାଜ ନିର୍ମାଣ କମ୍ପାନିରେ ମରାମତି ପାଇଁଡକିଂ କରାଯାଇଥିଲା। ଟ୍ରାକିଂ ୱେବସାଇଟ୍ ଫାଇଣ୍ଡର ଅନୁଯାୟୀ, ସିନହୁଆ ସମାଚାର ଏଜେନ୍ସି ଦ୍ୱାରାପ୍ରକାଶିତ ଏକ ଫଟୋରେ ଜାହାଜଟି ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି। ଲାଇବେରିଆ ପତାକାବହନ କରୁଥିବା ଜାହାଜରେ ୪୨ […]

1 min read

ବିଶ୍ୱ ନଡ଼ିଆ ଉତ୍ପାଦନରେ ଭାରତ ନମ୍ବର-୧, ତାମିଲନାଡୁ ଆଗରେ

ନୂଆଦିଲ୍ଲୀ: ବିଶ୍ୱ ନଡ଼ିଆ ଉତ୍ପାଦନରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ବିଶ୍ୱ ଉତ୍ପାଦନରେ ଭାରତର ଅଂଶ ୩୧.୨୪ ପ୍ରତିଶତ ଥିବା ବେଳେ, ନଡ଼ିଆ ଚାଷ ହେଉଥିବା ଅଞ୍ଚଳ ଦୃଷ୍ଟିରୁ ଭାରତ ୧୭.୯୦ ପ୍ରତିଶତ ଅଂଶୀଦାରିତା ସହ ତୃତୀୟ ସ୍ଥାନରେ ରହିଛି। ମଙ୍ଗଳବାର ଜାରି ହୋଇଥିବା ଏକ ସରକାରୀ ଫ୍ୟାକ୍ଟସିଟ୍‌ରେ ଏହି ସୂଚନା ଦିଆଯାଇଛି। ୨୦୨୪-୨୫ରେ ଭାରତ ୨.୧୯ ନିୟୁତ ହେକ୍ଟର ଜମିରୁ ୨୦,୩୦୧ ନିୟୁତରୁ ଅଧିକ ନଡ଼ିଆ ଉତ୍ପାଦନ କରିଛି। ଏହି ସମୟରେ ହାରାହାରି ଉତ୍ପାଦକତା ହେକ୍ଟର […]

1 min read

ଇଂଲଣ୍ଡରେ ସଙ୍କଟଜନକ ସ୍ଥିତି: ଅଧାରୁ ଅଧିକ ଅଞ୍ଚଳରେ ମରୁଡ଼ି ଘୋଷଣା, ଜଳ ବ୍ୟବହାର ଉପରେ କଟକଣା

ଲଣ୍ଡନ, ୨୯ ଜୁଲାଇ: ଅତିମାତ୍ରାରେ କମ୍ ବର୍ଷା ଏବଂ ଅପ୍ରତ୍ୟାଶିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଇଂଲଣ୍ଡର ୫୦ ପ୍ରତିଶତରୁ ଅଧିକ ଭୂଭାଗରେ ଆଧିକାରିକ ଭାବେ ‘ମରୁଡ଼ି’ (Drought) ଘୋଷଣା କରାଯାଇଛି। ୟୁକେ ସରକାରଙ୍କ ‘ଏନଭାୟରନମେଣ୍ଟ ଏଜେନ୍ସି’ (Environment Agency) ବୁଧବାର ଏହି ଜରୁରୀ ସୂଚନା ଦେଇଛନ୍ତି। ଚଳିତ ଜୁଲାଇ ମାସଟି ଦେଶର ଇତିହାସରେ ସବୁଠାରୁ ଶୁଷ୍କ ମାସ ଭାବେ ରେକର୍ଡ କରିବାକୁ ଯାଉଥିବା ବେଳେ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ […]

1 min read

ଚୀନ୍‌ର ‘କୃତ୍ରିମ ସୂର୍ଯ୍ୟ’ ପ୍ରକଳ୍ପକୁ ବଡ଼ ସଫଳତା: ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବେଇଜିଙ୍ଗ, ୨୮୲୭: ବିଶ୍ୱବ୍ୟାପୀ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍‌ ଏକ ଯୁଗାନ୍ତକାରୀ ସଫଳତା ହାସଲ କରିଛି। ଦେଶର ଚର୍ଚ୍ଚିତ ‘ଆର୍ଟିଫିସିଆଲ୍ ସନ୍’ (କୃତ୍ରିମ ସୂର୍ଯ୍ୟ) ପ୍ରକଳ୍ପ ପାଇଁ ଚୀନ୍‌ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion Magnet) ନିର୍ମାଣ କରିବା ସହ ଏହାର ସଫଳ ପରୀକ୍ଷଣ ଶେଷ କରିଛି। ୫୮୨ ଟନ୍ ଓଜନବିଶିଷ୍ଟ ଏହି ମ୍ୟାଗନେଟ୍ ଆଗାମୀ ଦିନରେ ବିନା କାର୍ବନ ନିର୍ଗମନରେ ବିପୁଳ ପରିମାଣର ବିଦ୍ୟୁତ୍ ଉତ୍ପାଦନ […]

1 min read

ଫ୍ରାନ୍ସ ଏବଂ ସ୍ପେନ୍‌ରେ ଭୟଙ୍କର ରୂପ ନେଲା ବନାଗ୍ନି

ମାଦ୍ରିଦ୍,୨୫୲୭: ଫ୍ରାନ୍ସ ଓ ସ୍ପେନ୍‌ରେ ଜଙ୍ଗଲ ନିଆଁ ଏବେ ଭୟଙ୍କର ରୂପ ନେଇଛି। ଫ୍ରାନ୍ସର ବୋର୍ଡୋ ଅଞ୍ଚଳରେ ଲାଗିଥିବା ନିଆଁରୁ ୧୯ ହଜାର ହେକ୍ଟରରୁ ଅଧିକ ଜମି ଜଳିସାରିଛି। ବହୁ ଘର କ୍ଷତିଗ୍ରସ୍ତ ହୋଇଛି ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ସେଭଳି ସ୍ପେନ୍‌ରେ ମାଡ୍ରିଡ୍‌ର ପଶ୍ଚିମ ଭାଗରେ ନିଆଁ ଲାଗିଥିବାର ଖବର ମିଳିଛି। ଏହାପରେ ସରକାରଙ୍କୁ ଜରୁରୀକାଳୀନ ସ୍ଥିତି ଘୋଷିତ କରିବାକୁ ପଡିଛି।  ଦୁଇ ଦେଶରେ ପ୍ରାୟ ୨.୨୦ ଲକ୍ଷ ଲୋକଙ୍କୁ ନିଜର ଘର ଛାଡିବାକୁ ପଡିଛି। ସ୍ପେନ୍ ଇତିହାସରେ ପ୍ରଥମ ଥର ପାଇଁ ନ୍ୟାସନାଲ ଫାୟର ଏମର୍ଜେନ୍ସି ପରିସ୍ଥିତି ଘୋଷଣା କରିବାକୁ ପଡିଛି। ଏହି ସମୟରେ, ସ୍ପେନ୍ ପୋଲିସ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ସେ କୃଷି ଯନ୍ତ୍ରପାତି ବ୍ୟବହାର କରିଥିଲେ, ଯାହା ଜଙ୍ଗଲ ନିଆଁକୁ ଜାଳି ଦେଇଥିଲା। ଅଧିକାରୀଙ୍କ ଅନୁଯାୟୀ ମରୁଡି ଏବଂ ଭୀଷଣ ଗରମ ଯୋଗୁଁ ଚାଷ ଜମି ଓ ଜଙ୍ଗଲ ବାରୁଦ ଭଳି ଶୁଖିଲା ଥିଲା। କୃଷି ଯନ୍ତ୍ରପାତି ବ୍ୟବହାର କାରଣରୁ ନିଆଁ ଧରି ନେଇଥିଲା। ଏହି ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ନେଇ ତଦନ୍ତ ଚାଲିଛି। ଦୁହିଁଙ୍କ ପାଇଁ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଘର ହରାଇବାକୁ ପଡିଛି।  ନିଆଁ ଉପରେ ନିୟନ୍ତ୍ରଣ ପାଇବାକୁ ଫ୍ରାନ୍ସ ଓ ସ୍ପେନ୍‌ରେ ହଜାର ହଜାର ଦମକଳକର୍ମୀ, ସେନା ଓ ହେଲିକପ୍ଟରକୁ ଲଗାଯାଇଛି। ୟୁରୋପୀୟ ୟୁନିୟନ ମଧ୍ୟ ଗ୍ରୀସ୍ ଓ କ୍ରୋଏଶିୟା ଭଳି ଦେଶରୁ ସାହାଯ୍ୟ ପଠାଇଛି। ଅତ୍ୟାଧିକ ଗରମ ଓ ଆଦ୍ରତା କମ୍ ଥିବାରୁ ଜଙ୍ଗଲର ନିଆଁ ଦୃତ ଗତିରେ ବ୍ୟାପିବାରେ ଲାଗିଛି। ଫ୍ରାନ୍ସର ବୋର୍ଡୋ ନିକଟରେ ଲାଗିଥିବା ନିଆଁ ଏତେ ଦୃତ ଗତିରେ ବ୍ୟାପି ଯାଇଥିଲା ଯେ, ପୁରା ଅଞ୍ଚଳକୁ ଖାଲି କରିବାକୁ ପଡିଥିଲା। ଏହାଦ୍ବାରା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କ୍ୟାପ୍ ଫେରେ ମଧ୍ୟ ରହିଛି। ସେଠାରେ କିଛି ଲୋକ ଡଙ୍ଗା ଦ୍ବାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସେଭଳି ଫ୍ରାନ୍ସରେ ମଧ୍ୟ ହଜାର ହଜାର ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି। ବହୁ ଅଞ୍ଚଳରେ ଥିବା ଲୋକଙ୍କ ଯିବା ଆସିବା ବି ରୋକି ଦିଆଯାଇଛି। ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ନିଆଁ ଲାଗିବା ଦ୍ବାରା ପ୍ରବଳ କ୍ଷତି ହୋଇଛି। ନିଆଁ ଦ୍ବାରା ପ୍ରାୟ ୮୦ ଘର କ୍ଷତିଗ୍ରସ୍ତ ହୋଇଛି ଓ କ୍ୟାମ୍ପସାଇଟ୍ ବି ଜଳି ଯାଇଛି।

1 min read

ଫିଫା ବିଶ୍ୱକପ୍ ଫାଇନାଲ୍ ୨୦୨୬! ଫାଇନାଲରେ ଆର୍ଜେଣ୍ଟିନା-ସ୍ପେନ୍ ମହାମୁକାବିଲା

ନ୍ୟୁୟର୍କ, ଜୁଲାଇ ୧୬ (ପ୍ରଜାତନ୍ତ୍ର ଡେଲି): ୨୦୨୬ ଫିଫା ବିଶ୍ୱକପ୍‌ର ଫାଇନାଲ୍ ଲାଇନ୍-ଅପ୍ ସ୍ପଷ୍ଟ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଏବଂ ୟୁରୋପିଆନ୍ ଚାମ୍ପିଅନ୍ ସ୍ପେନ୍ ମଧ୍ୟରେ ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ମହାମୁକାବିଲା ହେବ। ସେମିଫାଇନାଲରେ ଆର୍ଜେଣ୍ଟିନା ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲକୁ ପହଞ୍ଚିଥିଲା। ଅନ୍ୟପଟେ ସ୍ପେନ୍ ଶକ୍ତିଶାଳୀ ଫ୍ରାନ୍ସକୁ ୨-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ସ୍ପେନ୍ ବଲ୍ ଦଖଲ, ସଠିକ୍ ପାସିଂ ଓ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି […]

1 min read

ରୁଷ୍‌ଠାରୁ ତେଲ କିଣିଲେ ବଢ଼ିବ ଅଡ଼ୁଆ

ନୂଆଦିଲ୍ଲୀ/ୱାସିଂଟନ, ୧୨ ଜୁଲାଇ(ଉଦୟ): ରୁଷଠାରୁ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ଚାପ ପ୍ରୟୋଗ କରିବା ପାଇଁ ଆମେରିକା ଏକ ବଡ଼ ଏବଂ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ସହମତି କ୍ରମେ ଆମେରିକା ସିନେଟ୍‌ର ଚାରି ଜଣ ପ୍ରଭାବଶାଳୀ ସଦସ୍ୟ ରୁଷ ବିରୋଧୀ କଟକଣାକୁ ନେଇ ଏକ ନୂତନ ବିଲ୍ ଆଗକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ଏହି ପ୍ରସ୍ତାବିତ ଆଇନ ଚୀନ୍ ସହିତ ଭାରତକୁ ମଧ୍ୟ […]

1 min read

ଭିଏତନାମରେ ଅଘଟଣ: ଡଙ୍ଗା ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ, ୧୧ ଜୁଲାଇ (ଉଦୟ): ଭିଏତନାମର ଫୁ କ୍ୱୋକ୍ ଦ୍ୱୀପ (Phu Quoc Island) ନିକଟରେ ଶନିବାର ଏକ ଦ୍ରୁତଗାମୀ ପର୍ଯ୍ୟଟନ ଡଙ୍ଗା (ସ୍ପିଡ୍ ବୋଟ୍) ଓଲଟି ପଡ଼ିବାରୁ ଅତିକମରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଭିଏତନାମ ଗଣମାଧ୍ୟମ ସୂତ୍ରରୁ ଏହି ସୂଚନା ମିଳିଛି। ଦୁର୍ଘଟଣା ସମୟରେ ଏହି ଡଙ୍ଗାରେ ୩୨ ଜଣ ଭାରତୀୟ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟ ଥିଲେ। ଦକ୍ଷିଣ ଭିଏତନାମର ଫୁ କ୍ୱୋକ୍ ଦ୍ୱୀପ କୂଳରେ ଏହି […]

1 min read

ବ୍ୟାଙ୍ଗକ୍: ଥାଇଲ୍ୟାଣ୍ଡର ପାଲିଓଣ୍ଟୋଲୋଜିଷ୍ଟ (ଜୀବାଶ୍ମ ବିଜ୍ଞାନୀ)ମାନେ ଦେଶର ଉତ୍ତର-ପୂର୍ବରେ ଅବସ୍ଥିତ କାଲାସିନ୍ ପ୍ରଦେଶରୁ ଡାଇନୋସରର ଏକ ସମ୍ପୂର୍ଣ୍ଣ ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି। ଶାକାହାରୀ ଶ୍ରେଣୀର ଏହି ବିଶାଳକାୟ ଡାଇନୋସରର ନାମ ‘ଉରାଗାସରସ୍ କାଲାସିନେନସିସ୍’ (Uragasaurus kalasinensis) ରଖାଯାଇଛି। ବୈଜ୍ଞାନିକମାନଙ୍କ ଅନୁମାନ ଅନୁଯାୟୀ, ଏହି ପ୍ରଜାତି ପ୍ରାୟ ୧୫ କୋଟି (୧୫୦ ମିଲିୟନ) ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିଲେ। କ୍ରିକେଟ୍ ପିଚ୍ ଭଳି ଲମ୍ବା ବେକ: ଏହି ନୂଆ ପ୍ରଜାତିର ଡାଇନୋସରର ବେକ ଅସାଧାରଣ ଭାବେ […]