ଫ୍ରାନ୍ସ ଏବଂ ସ୍ପେନ୍‌ରେ ଭୟଙ୍କର ରୂପ ନେଲା ବନାଗ୍ନି
1 min read

ଫ୍ରାନ୍ସ ଏବଂ ସ୍ପେନ୍‌ରେ ଭୟଙ୍କର ରୂପ ନେଲା ବନାଗ୍ନି

ମାଦ୍ରିଦ୍,୨୫୲୭: ଫ୍ରାନ୍ସ ଓ ସ୍ପେନ୍‌ରେ ଜଙ୍ଗଲ ନିଆଁ ଏବେ ଭୟଙ୍କର ରୂପ ନେଇଛି। ଫ୍ରାନ୍ସର ବୋର୍ଡୋ ଅଞ୍ଚଳରେ ଲାଗିଥିବା ନିଆଁରୁ ୧୯ ହଜାର ହେକ୍ଟରରୁ ଅଧିକ ଜମି ଜଳିସାରିଛି। ବହୁ ଘର କ୍ଷତିଗ୍ରସ୍ତ ହୋଇଛି ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ସେଭଳି ସ୍ପେନ୍‌ରେ ମାଡ୍ରିଡ୍‌ର ପଶ୍ଚିମ ଭାଗରେ ନିଆଁ ଲାଗିଥିବାର ଖବର ମିଳିଛି। ଏହାପରେ ସରକାରଙ୍କୁ ଜରୁରୀକାଳୀନ ସ୍ଥିତି ଘୋଷିତ କରିବାକୁ ପଡିଛି। 

ଦୁଇ ଦେଶରେ ପ୍ରାୟ ୨.୨୦ ଲକ୍ଷ ଲୋକଙ୍କୁ ନିଜର ଘର ଛାଡିବାକୁ ପଡିଛି।

ସ୍ପେନ୍ ଇତିହାସରେ ପ୍ରଥମ ଥର ପାଇଁ ନ୍ୟାସନାଲ ଫାୟର ଏମର୍ଜେନ୍ସି ପରିସ୍ଥିତି ଘୋଷଣା କରିବାକୁ ପଡିଛି। ଏହି ସମୟରେ, ସ୍ପେନ୍ ପୋଲିସ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ସେ କୃଷି ଯନ୍ତ୍ରପାତି ବ୍ୟବହାର କରିଥିଲେ, ଯାହା ଜଙ୍ଗଲ ନିଆଁକୁ ଜାଳି ଦେଇଥିଲା। ଅଧିକାରୀଙ୍କ ଅନୁଯାୟୀ ମରୁଡି ଏବଂ ଭୀଷଣ ଗରମ ଯୋଗୁଁ ଚାଷ ଜମି ଓ ଜଙ୍ଗଲ ବାରୁଦ ଭଳି ଶୁଖିଲା ଥିଲା। କୃଷି ଯନ୍ତ୍ରପାତି ବ୍ୟବହାର କାରଣରୁ ନିଆଁ ଧରି ନେଇଥିଲା। ଏହି ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ନେଇ ତଦନ୍ତ ଚାଲିଛି। ଦୁହିଁଙ୍କ ପାଇଁ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଘର ହରାଇବାକୁ ପଡିଛି।  ନିଆଁ ଉପରେ ନିୟନ୍ତ୍ରଣ ପାଇବାକୁ ଫ୍ରାନ୍ସ ଓ ସ୍ପେନ୍‌ରେ ହଜାର ହଜାର ଦମକଳକର୍ମୀ, ସେନା ଓ ହେଲିକପ୍ଟରକୁ ଲଗାଯାଇଛି। ୟୁରୋପୀୟ ୟୁନିୟନ ମଧ୍ୟ ଗ୍ରୀସ୍ ଓ କ୍ରୋଏଶିୟା ଭଳି ଦେଶରୁ ସାହାଯ୍ୟ ପଠାଇଛି। ଅତ୍ୟାଧିକ ଗରମ ଓ ଆଦ୍ରତା କମ୍ ଥିବାରୁ ଜଙ୍ଗଲର ନିଆଁ ଦୃତ ଗତିରେ ବ୍ୟାପିବାରେ ଲାଗିଛି। ଫ୍ରାନ୍ସର ବୋର୍ଡୋ ନିକଟରେ ଲାଗିଥିବା ନିଆଁ ଏତେ ଦୃତ ଗତିରେ ବ୍ୟାପି ଯାଇଥିଲା ଯେ, ପୁରା ଅଞ୍ଚଳକୁ ଖାଲି କରିବାକୁ ପଡିଥିଲା। ଏହାଦ୍ବାରା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କ୍ୟାପ୍ ଫେରେ ମଧ୍ୟ ରହିଛି। ସେଠାରେ କିଛି ଲୋକ ଡଙ୍ଗା ଦ୍ବାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସେଭଳି ଫ୍ରାନ୍ସରେ ମଧ୍ୟ ହଜାର ହଜାର ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି। ବହୁ ଅଞ୍ଚଳରେ ଥିବା ଲୋକଙ୍କ ଯିବା ଆସିବା ବି ରୋକି ଦିଆଯାଇଛି। ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ନିଆଁ ଲାଗିବା ଦ୍ବାରା ପ୍ରବଳ କ୍ଷତି ହୋଇଛି। ନିଆଁ ଦ୍ବାରା ପ୍ରାୟ ୮୦ ଘର କ୍ଷତିଗ୍ରସ୍ତ ହୋଇଛି ଓ କ୍ୟାମ୍ପସାଇଟ୍ ବି ଜଳି ଯାଇଛି।

Leave a Reply

Your email address will not be published. Required fields are marked *