1 min read

୧୫ରେ ବଙ୍ଗୋପସାଗରରେ ଅବପାତ!

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ପାଣିପାଗ ପରିବର୍ତ୍ତନର ସଙ୍କେତ। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଧୀରେ ଧୀରେ ଏହି ପାଣିପାଗ ପ୍ରଣାଳୀ ଶକ୍ତିଶାଳୀ ହେବା ନେଇ ଆକଳନ କରାଯାଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୪ ତାରିଖ ବେଳକୁ ଏହା ଅଧିକ ସଂଗଠିତ ହୋଇ ସ୍ପଷ୍ଟ-ଚିହ୍ନିତ ଲଘୁଚାପର ରୂପ ନେଇପାରେ। ଏହାପରେ ୧୫ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ବଙ୍ଗୋପସାଗରରେ ଏହି ନୂଆ ପାଣିପାଗ ପ୍ରଣାଳୀକୁ ନେଇ ଏବେଠୁ ନଜର ରହିଛି। ଘୂର୍ଣ୍ଣିବଳୟରୁ ଲଘୁଚାପ, ଆଉ ଲଘୁଚାପରୁ ଅବପାତ! ମାତ୍ର କିଛି ଦିନ ମଧ୍ୟରେ ପାଣିପାଗର ଏଭଳି ପରିବର୍ତ୍ତନ ଉପକୂଳ ଅଞ୍ଚଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *