1 min read

ଭସାଣ ଶୋଭାଯାତ୍ରାରେ ଡିଜେ ଗାଡ଼ି ମନା

ଭୁବନେଶ୍ୱର  : ଭସାଣ ଶୋଭାଯାତ୍ରାରେ ଡିଜେକୁ ନାଁ। ଯିଏ ଡିଜେ ଆଣିବ ହେବ କଡା କାର୍ଯ୍ୟାନୁଷ୍ଠାନ। ମଣ୍ଡପରୁ ମୂର୍ତ୍ତି ବାହାରିବା ସମୟରେ କେହି ଡିଜେ ଗାଡ଼ି ନେଇ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି। ରାତି ୧୦ଟା ପରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବଜାଇବା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ରହିଛି। ଏହି ନିୟମକୁ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି।  ଭସାଣ ଶୋଭାଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା ପାଇଁ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ। ମୂର୍ତ୍ତି ବିସର୍ଜନ ପାଇଁ ୬ଟି ସ୍ଥାନରେ ଅସ୍ଥାୟୀ ପୁଷ୍କରିଣୀ ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ କୁଆଖାଇ ନଦୀରେ ୩ଟି ଏବଂ ଦୟା ନଦୀରେ ଗୋଟିଏ ସ୍ଥାନରେ ଅସ୍ଥାୟୀ ପୁଷ୍କରିଣୀ କରାଯାଇଛି।  ସେହିପରି ରାବଣ ପୋଡ଼ି କାର୍ଯ୍ୟକ୍ରମ ପାଇଁ ୯ଟି ସ୍ଥାନକୁ ଅନୁମତି ପ୍ରଦାନ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଭସାଣ ଉତ୍ସବ ସମ୍ପନ୍ନ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି।

Leave a Reply

Your email address will not be published. Required fields are marked *