1 min read
ଭୁବନେଶ୍ୱର ବିମାନବନ୍ଦରରୁ ୮.୫ କେଜି ମାରିଜୁଆନା ଜବତ
ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ଜବତ ହୋଇଛି ୮ କିଲୋ ୫୦୦ ଗ୍ରାମର ହାଇଡ୍ରୋପୋନିକ ଗଞ୍ଜେଇ (ମରିଜୁଆନା) । ବ୍ୟାଙ୍କ୍କକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ମାତ୍ରେ ପୁଣି ଆରମ୍ଭ ହୋଇଗଲା ଦାମୀ ବିଦେଶୀ ଗଞ୍ଜେଇ ଚାଲାଣ। ମାରିଜୁଆନା ଚାଲାଣ ଅଭିଯୋଗରେ ରାଜ୍ୟ ବାହାରର ୩ ଅଟକ ରଖିଛି DRI ଏବଂ କଣ୍ଟମ୍ସ ବିଭାଗ। ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି। ପୂର୍ବରୁ ୧୭ ତାରିଖରେ ଭୁବନେଶ୍ବର ଏୟାରପୋର୍ଟରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏବଂ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବ୍ୟାଗ୍ର ସିକ୍ରେଟ ଚାମ୍ବର ଓ କୁକୁର ଖାଦ୍ୟ ଡବାରୁ ୪ କିଲୋ ୮୭୭ ଗ୍ରାମର ଗଞ୍ଜେଇ ଜବତ କରିଥିଲେ।ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧.୮୫ କୋଟି ଟଙ୍କା ହେବ । ଏହି ୪ ଜଣ ଅଣଓଡି଼ଆ ଯାତ୍ରୀଙ୍କୁ ଅଟକ ରଖାଯାଇଥିଲା ।

