1 min read
ଝଲସୁଛି ରୌପ୍ୟନଗରୀ
କଟକ: ରୌପ୍ୟନଗରୀ କଟକର ଦଶହରା ଆୟୋଜନ ବିଶ୍ବ ପ୍ରସିଦ୍ଧ। ଦଶହରା ସମୟରେ ସୁନା ଓ ଚାନ୍ଦିର ମେଢ଼ ପ୍ରସ୍ତୁତି ପରମ୍ପରା କେବଳ ଦେଶରେ ନୁହେଁ, ବିଶ୍ବରେ ବିରଳ। ଚଳିତ ବର୍ଷ କଟକରେ ୩୬ଟି ଚାନ୍ଦି ମେଢ଼ରେ ମା’ ଦୁର୍ଗା ଓ ମହାଦେବ ପୂଜା ପାଉଥିବା ବେଳେ ୯ଟି ମଣ୍ଡପରେ ମେଢ଼ ଓ ଅଳଙ୍କାରରେ ସୁନା ବ୍ୟବହାର ହେଉଛି। ସୁନା, ଚାନ୍ଦିର ବ୍ୟବହାର ଦୃଷ୍ଟିରୁ ବିଚାର କଲେ କଟକ ଦଶହରା ସବୁଠୁ ବ୍ୟୟବହୁଳ ପୂଜା ଭାବେ ସାରା ଦେଶ ଏମିତିକି ବିଶ୍ବରେ ପରିଗଣିତ ହେଉଛି। କୌଣସି ପୂଜାରେ ଏତେ ପରିମାଣର ସୁନା, ଚାନ୍ଦିର ବ୍ୟବହାର ଦେଖାଯାଏ ନାହିଁ। ଅନ୍ୟପଟେ ସୁନା, ଚାନ୍ଦିର ବ୍ୟବହାର ସହିତ କଟକରେ ପିତ୍ତଳ ମେଢ଼ ପ୍ରସ୍ତୁତି ବି ବଢ଼ିଚାଲିଛି। ଚଳିତ ବର୍ଷ ସହରରେ ମୋଟ ୩ଟି ପିତ୍ତଳ ମେଢ଼ ପ୍ରସ୍ତୁତ କରାଯାଇଛି। ଚୌଧୁରୀ ବଜାର ପ୍ରଥମ ପୂଜା ମଣ୍ଡପ ଭାବେ ମେଢ଼ରେ ପ୍ରଥମେ ଚାନ୍ଦି ଓ ସୁନା ବ୍ୟବହାର ଆରମ୍ଭ କରିଥିଲା। ପରକୁ ପର ଏହି ଧାରା ବଢ଼ିବାରେ ଲାଗିଛି।


















