ମହାକାଶରେ ଚୀନ୍‌ର ‘ଦିତିଙ୍ଗ’, ଶୁଣିବ ପୃଥିବୀର ରେଡିଓ ସିଗନାଲ
1 min read

ମହାକାଶରେ ଚୀନ୍‌ର ‘ଦିତିଙ୍ଗ’, ଶୁଣିବ ପୃଥିବୀର ରେଡିଓ ସିଗନାଲ

ବେଜିଂ: ମହାକାଶରେ ନିଜର ‘କାନ’ ନିୟୋଜିତ କରିଛି ଚୀନ୍। ଜିଉକ୍ୱାନ୍ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲିଜିଆନ୍-୧ ୱାଇ-୧୮ ରକେଟ୍ ଜରିଆରେ ମୋଟ ୯ଟି ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି। ଏଥିରେ ‘ଦିତିଙ୍ଗ-୦୧’ର ତିନୋଟି ଉପଗ୍ରହ ରହିଛି। ଉପଗ୍ରହଗୁଡ଼ିକ ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପ୍ରବେଶ କରିଛନ୍ତି।

ଚୀନ୍‌ର ପୌରାଣିକ କାହାଣୀର ଏକ ରହସ୍ୟମୟ ପ୍ରାଣୀ ‘ଦିତିଙ୍ଗ’ ନାମରେ ଏହି ଉପଗ୍ରହଗୁଡ଼ିକର ନାମକରଣ କରାଯାଇଛି। ପୌରାଣିକ ବର୍ଣ୍ଣନା ଅନୁସାରେ, ଦିତିଙ୍ଗ କେବଳ ଶବ୍ଦ ଶୁଣି ବସ୍ତୁ ଚିହ୍ନଟ କରିପାରୁଥିଲା। ସେହି ଧାରଣାକୁ ଆଧାର କରି ଏହି ଉପଗ୍ରହଗୁଡ଼ିକୁ ମହାକାଶରେ ଅତ୍ୟନ୍ତ ସମ୍ବେଦନଶୀଳ ‘କାନ’ ଭାବେ ବ୍ୟବହାର କରାଯିବ।

ଏହି ଉପଗ୍ରହଗୁଡ଼ିକ ପୃଥିବୀରୁ ବାହାରୁଥିବା ବିଭିନ୍ନ ରେଡିଓ ସିଗନାଲ୍‌କୁ ଧରିବା ସହ ସେଗୁଡ଼ିକ କେଉଁ ଦିଗ ଓ ସ୍ଥାନରୁ ଆସୁଛି ତାହା ନିର୍ଣ୍ଣୟ କରିବାରେ ସକ୍ଷମ ହେବେ। ଏଥିରେ ରାଡାର, ସାମରିକ ଯୋଗାଯୋଗ ନେଟୱାର୍କ ଏବଂ ଇଲେକ୍ଟ୍ରୋନିକ୍ ଜାମରରୁ ନିର୍ଗତ ସିଗନାଲ୍‌ ମଧ୍ୟ ରହିପାରେ। ଏଭଳି ଭାବେ ଚୀନ୍ ମହାକାଶଭିତ୍ତିକ ରେଡିଓ ସିଗନାଲ୍ ନିରୀକ୍ଷଣ କ୍ଷମତାକୁ ଆହୁରି ବଢ଼ାଇବାକୁ ଯାଉଛି।

Leave a Reply

Your email address will not be published. Required fields are marked *