Popular News
କଳକାରଖାନା ପାଇଁ ମରୁଛି ଟିକିରା-ବ୍ରାହ୍ମଣୀ; ପ୍ରଦୂଷଣରେ ଅସ୍ତବ୍ୟସ୍ତ ଜନଜୀବନ
କଣିହାଁ: ଦିନେ ଥିଲା ଟିକିରା ଓ ବ୍ରାହ୍ମଣୀ ନଦୀର ପାଣି ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ସଦୃଶ। ସ୍ୱଚ୍ଛ ଓ ନିର୍ମଳ ଜଳରେ ନଦୀ ଦୁଇଟି ଅଞ୍ଚଳବାସୀଙ୍କ ଜୀବନ ଓ ଜୀବିକାର ମୁଖ୍ୟ ଆଧାର ଥିଲା। କିନ୍ତୁ ସମୟ ବଦଳିବା ସହ କଣିହାଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ କରି କଳକାରଖାନା ଗଢ଼ିଉଠିବା ପରେ ଏହି ଦୁଇ ନଦୀର ଅବସ୍ଥା ଦୟନୀୟ ହୋଇପଡ଼ିଛି। କଳକାରଖାନା ଯୋଗୁଁ ଲୋକଙ୍କୁ ନିଯୁକ୍ତି ମିଳିଛି ସତ, ହେଲେ ଏହାର ପ୍ରତିକୂଳ ପ୍ରଭାବ ସ୍ଥାନୀୟ […]
ବିକାଶଠାରୁ ବହୁ ଦୂରରେ ବିଜେପୁର; ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର-କର୍ମଚାରୀ ଅଭାବ
ବିଜେପୁର: ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚିତ ବିଜେପୁର ନିର୍ବାଚନମଣ୍ଡଳୀ ଦୁଇଟି ହାଇପ୍ରୋଫାଇଲ୍ ଉପନିର୍ବାଚନର ସାକ୍ଷୀ ରହିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ସହ ବିକାଶ ପାଇଁ ଦିଆଯାଇଥିଲା ଅନେକ ପ୍ରତିଶ୍ରୁତି। ହେଲେ ଏବେ ବି ବିଜେପୁରର ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି। ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ଲୋକଙ୍କ ପାଇଁ ବଡ଼ ସମସ୍ୟା […]
ବିକାଶରେ ଲାଗିଲା ବ୍ରେକ୍: ୧୫ ବର୍ଷ ହେଲା୪ଗ୍ରାମର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଠପ
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମହୁଲଡିହା ପଞ୍ଚାୟତରେ ରାସ୍ତା ସମସ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ପଞ୍ଚାୟତର ୪ଟି ଗାଁକୁ ଯୋଗାଯୋଗ କରୁଥିବା ପ୍ରମୁଖ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇପଡ଼ିଥିବା ବେଳେ ବିକାଶ କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାଇଛି। ପଞ୍ଚାୟତର ହରିହରପୁର ମାଝୀସାହିରୁ ଭାୟା ଖଣ୍ଡମୁଣ୍ଡା ଦେଇ କତ୍ରାପାଲି ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ମାଟି ରାସ୍ତାର ଉନ୍ନତୀକରଣ ହୋଇନଥିବାରୁ ଲୋକେ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି। ପ୍ରାୟ ୧୫ ବର୍ଷ ଧରି […]
ମରାମତି ଓ ନୂତନ ଶ୍ରେଣୀଗୃହ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ଜମନକିରା: ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ଝରୁଛି ପାଣି। ଛାତରୁ ପାଣି ଗଳି ଶ୍ରେଣୀଗୃହରେ ଜମିଯାଉଥିବାରୁ ବିପଦସଙ୍କୁଳ ପରିବେଶରେ ପିଲାଙ୍କ ପାଠପଢ଼ା ଚାଲିଛି। ସ୍କୁଲର ଜରାଜୀର୍ଣ୍ଣ ଛାତ ମରାମତି ସହ ଦୁଇଟି ନୂଆ ଶ୍ରେଣୀଗୃହ ନିର୍ମାଣ ଦାବିରେ ଶନିବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିବା ଘଟଣାକୁ ନେଇ ସର୍ବେଜାଲ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ […]
ଆଜିର ରାଶିଫଳ: କାହା ପାଇଁ ଶୁଭ, କାହାକୁ ରହିବାକୁ ପଡ଼ିବ ସାବଧାନ?
ମେଷ: ଆଜି ନୂଆ ଯୋଜନା ଆରମ୍ଭ ପାଇଁ ଭଲ ଦିନ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଆର୍ଥିକ ମାମଲାରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବୃଷ: ଆଜି ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିପାରେ। ବ୍ୟବସାୟରେ ନୂଆ ସୁଯୋଗ ଆସିବ। ପରିବାରରେ ଖୁସିର ପରିବେଶ ରହିବ। ମିଥୁନ: ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସହଯୋଗ ମିଳିବ। ତେବେ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। କର୍କଟ: ମନରେ ଥିବା କିଛି ଚିନ୍ତା ଦୂର […]
ଅଗଷ୍ଟ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା; ଅନେକ ଜିଲ୍ଲାକୁ ଭାରୀ ବର୍ଷା ଆଶଙ୍କା
ଭୁବନେଶ୍ୱର, ୨୩/୮: ସକ୍ରିୟ ଲଘୁଚାପ ପ୍ରଭାବରେ ଅଗଷ୍ଟ ୨୪ରେ ଓଡ଼ିଶାର ଅନେକ ଅଞ୍ଚଳରେ ପାଗ ବର୍ଷାମୟ ରହିବ। ରାଜ୍ୟରେ ବିସ୍ତୃତ ଭାବେ ହାଲୁକାରୁ ମଧ୍ୟମ ବର୍ଷା ହେବା ସହ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବର୍ଷା ସହିତ ବଜ୍ରପାତ ଓ ଝଟକା ପବନର ଆଶଙ୍କା ମଧ୍ୟ ରହିଛି। ତେଣୁ ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନରହିବା ଏବଂ ଅସୁରକ୍ଷିତ କୋଠା କିମ୍ବା ଗଛ ତଳେ ଆଶ୍ରୟ ନନେବାକୁ ସତର୍କ ରହିବା ଆବଶ୍ୟକ। ଆସନ୍ତାକାଲି ରାଜ୍ୟରେ […]
ଚୀନ୍ ଯିବେ ଅଜିତ ଡୋଭାଲ; ସୀମା ବିବାଦ ନେଇ ୱାଙ୍ଗ ୟିଙ୍କ ସହ ୨୫ତମ ପର୍ଯ୍ୟାୟ ଆଲୋଚନା
ନୂଆଦିଲ୍ଲୀ, ୨୩/୮: ଭାରତ-ଚୀନ୍ ସୀମା ବିବାଦକୁ ନେଇ କୂଟନୈତିକ ଆଲୋଚନା ପୁଣିଥରେ ଗୁରୁତ୍ୱ ପାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର, ଅଗଷ୍ଟ ୨୪ରେ ବେଜିଂ ଗସ୍ତ କରିବେ। ସେଠାରେ ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ଚୀନ୍ର ସ୍ୱତନ୍ତ୍ର ପ୍ରତିନିଧି ୱାଙ୍ଗ ୟିଙ୍କ ସହ ସୀମା ପ୍ରସଙ୍ଗରେ ଆଲୋଚନା କରିବେ। ସରକାରୀ ସୂତ୍ର ଅନୁଯାୟୀ, ଡୋଭାଲ ଓ ୱାଙ୍ଗ ୟି ମଙ୍ଗଳବାର ଭାରତ-ଚୀନ୍ ସ୍ୱତନ୍ତ୍ର ପ୍ରତିନିଧି (SR) ଆଲୋଚନାର ୨୫ତମ ପର୍ଯ୍ୟାୟରେ ଯୋଗଦେବେ। ଏହି ବୈଠକରେ […]
ବନ୍ତିଲୋରେ କୋଟି କୋଟି ଟଙ୍କାର ‘ଭୂତ କୋଠା’! ରୋଗୀ ନୁହେଁ, ଗଡୁଛି ମଦ ବୋତଲ।
ଅସ୍ତରଙ୍ଗ, ୨୩/୦୮: ଦୂରରୁ ଦେଖିଲେ ଲାଗିବ ଯେପରି ଏକ ପରିତ୍ୟକ୍ତ କୋଠା। ଚାରିଆଡ଼େ ଅନ୍ଧାର, ପରିସରରେ ମଦ ବୋତଲ, ସିଗାରେଟ୍ ପ୍ୟାକେଟ୍ ଓ ଅଳିଆ ଆବର୍ଜନା। ରୋଗୀଙ୍କ ଚଳପ୍ରଚଳ ବଦଳରେ ଏଠାରେ ନିଶାଡ଼ିଙ୍କ ଆଡ଼ା ଜମୁଥିବା ଅଭିଯୋଗ ହେଉଛି। ଏହା କୌଣସି ଭୂତକୋଠା ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ନିର୍ମିତ ବନ୍ତିଲୋ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଚିତ୍ର। ୨୦୨୩ ନଭେମ୍ବର ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି […]
ବର୍ଷାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମବାସୀ
ଭାପୁର, ୨୩/୦୮: ରାଜ୍ୟ ସରକାର ଲୋକମାନଙ୍କୁ ପାଇପ ଯୋଗେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଗୁରୁତ୍ୱ ଦେଉଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମରେ. ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ପମ୍ପ ହାଉସ)ମାଧ୍ୟମରେ ପାଇପ ଯୋଗେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି. ପମ୍ପ ହାଉସରେ ପାଣି ଚଲାଇବା ପାଇଁ କର୍ମଚାରୀ ନିଯୁକ୍ତି କରାଯାଇଛି. କିନ୍ତୁ […]
‘ସ୍ପିରିଟ୍’କୁ ନେଇ ବଢ଼ିଲା ବିବାଦ; ଦୀପିକାଙ୍କୁ ବାଦ ଦେବା ପଛରେ ଏହି କାରଣ!
ମୁମ୍ବାଇ: ଅଭିନେତା ପ୍ରଭାସଙ୍କ ଆଗାମୀ ଫିଲ୍ମ **‘ସ୍ପିରିଟ୍’**କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଫିଲ୍ମରୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବାଦ ଦିଆଯିବା ପଛର କାରଣକୁ ନେଇ ଏବେ ନୂଆ ଦାବି ସାମ୍ନାକୁ ଆସିଛି। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଭାଇ ପ୍ରଣୟ ରେଡ୍ଡୀ ଭାଙ୍ଗା ଦୀପିକାଙ୍କୁ ଫିଲ୍ମରୁ ହଟାଯିବା ସମ୍ପର୍କରେ ଦାବି କରିଛନ୍ତି। ପ୍ରଣୟଙ୍କ କହିବା ଅନୁଯାୟୀ, ଦୀପିକା ଫିଲ୍ମ ପାଇଁ ଏକ ବଡ଼ […]
