Popular News
ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ଯ ବନ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ଯାଜପୁର, ୨୮୲୭(ପିପିଏସ): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ସୁଦ୍ଧା ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ, ବିଶେଷ କରି ଯାଜପୁର, ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକ୍ ଅଞ୍ଚଳ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଏହି […]
ମହାନଦୀରେ ବନ୍ୟା, ଚାଷଜମି ଜଳମଗ୍ନ
ବାଙ୍କୀ, ୨୮୲୭ : ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ରୁ ଉଦୃତ ଜଳ ନିଷ୍କାସନ ପରେ ମହାନଦୀ ରେ ବନ୍ୟା ସୃଷ୍ଟି ହୋଇଛି ଫଳରେ ବାଙ୍କୀ ଅଞ୍ଚଳର ବିଭିନ୍ନ ତଳିଆ ଓ ଖାଲୁଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଜନ ସାଧାରଣ ଙ୍କ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । ଅନ୍ୟପଟେ ପ୍ରତେକ ଭଳି ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ […]
ଟିଟିଲାଗଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ
ଟିଟିଲାଗଡ଼, ୨୭।୭: ବଲାଙ୍ଗିରରୁ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ର ଗୋଟିଏ ବଗି ଟ୍ରାକ୍ରୁ ଖସିଯାଇଥିବାରୁ ଏହି ଅଘଟଣ ଘଟିଛି। ଘଟଣା ପରେ ସେହି ରୁଟ୍ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ପାଇବା ସହିତ ରେଳ ବିଭାଗର କର୍ମଚାରୀ ଓ ପ୍ରାଯୁକ୍ତିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଇନ୍ ସ୍ୱାଭାବିକ କରିବା ଏବଂ ଟ୍ରାକ୍ ମରାମତି କାମ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣାରେ କୌଣସି ଜୀବନହାନି […]
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ବିଜେପିର ପାଲଟା ଆକ୍ରମଣ, ନବୀନଙ୍କୁ ଟାର୍ଗେଟ୍ କଲେ ବିରଞ୍ଚି ତ୍ରିପାଠୀ
ଭୁବନେଶ୍ୱର, ୨୭।୭: ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ନେଇ ରାଜନୀତି ଗରମ ହୋଇପଡ଼ିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିବୃତ୍ତି ପରେ ଏବେ ବିଜେପି ପାଲଟା ଯୋରଦାର ଆକ୍ରମଣ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରି ବିଜେଡି ଶାସନ କାଳର ପରୀକ୍ଷା ବିଭ୍ରାଟ ଓ ବିଫଳତାକୁ ମନେ ପକାଇ ଦେଇଛନ୍ତି। ଖବରର […]
ବଙ୍ଗୋପସାଗରରେ ଗଭୀର ଅବପାତ: ୪୮ ଘଣ୍ଟା ଅତି ଭୟଙ୍କର! ୩ ଜିଲ୍ଲାକୁ ରେଡ୍ ଆଲର୍ଟ
ଭୁବନେଶ୍ୱର, (୨୭।୭): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ (Deep Depression)ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟସାରା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଗଭୀର ଅବପାତଟି ପଶ୍ଚିମ-ପଶ୍ଚିମପୂର୍ବ ଦିଗକୁ ଗତି କରି ଦିନ ୧୨ଟା ମଧ୍ୟରେ ପାରାଦୀପ ଓ ସାଗର ଦ୍ବୀପ ମଝିରେ ଉତ୍ତର […]
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ମୋଡ଼: କୋର୍ଟରେ ଆତ୍ମସମର୍ପଣ କଲେ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା
ପାରଳାଖେମୁଣ୍ଡି, (୨୭।୭): ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ଏକ ବଡ଼ ଆଇନଗତ ମୋଡ଼। ଦୀର୍ଘ ଦିନର ଚର୍ଚ୍ଚା ଓ ଆଇନଗତ ପ୍ରକ୍ରିୟା ପରେ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ (DFO) ସଂଗ୍ରାମ କେଶରୀ ବେହେରା ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ସେ ପାରଳାଖେମୁଣ୍ଡି SDJM କୋର୍ଟରେ ସରେଣ୍ଡର କରିଥିବା ଜଣାପଡ଼ିଛି। DFOଙ୍କ ଆତ୍ମସମର୍ପଣ ପରେ ଏହି ସମ୍ବେଦନଶୀଳ ମାମଲା ପୁଣି ଥରେ ରାଜ୍ୟସାରା ହଇଚଇ ସୃଷ୍ଟି କରିଛି। କ’ଣ ଥିଲା ପୂରା ଘଟଣା? ୨୦୨୧ ମସିହା […]
ଲଘୁଚାପ ନୁହେଁ, ଡ୍ରେନେଜ-ଜଳସମ୍ପଦ ବିଭାଗର ନିଦ୍ରାରେ ଉଜୁଡିଲା ଶହ ଶହ ଏକର।
ଅସ୍ତରଙ୍ଗ, ୨୭/୦୭: ଲଘୁଚାପ ଆସିଲା, ବର୍ଷା ହେଲା। ଆଉ ପୁରୀ ଜିଲ୍ଲା ଅସ୍ତରଙ୍ଗର ଚାଷୀଙ୍କ କପାଳ ଫାଟିଲା। କାରଣ ଚାରି ଆଡେ ଧାନ କ୍ଷେତ ନୁହେଁ, ଦେଖିଲେ ଲାଗୁଛି ଯେମିତି ନୂଆ ନଈ ବହୁଛି। ଧାନ କ୍ଷେତ ସୃଷ୍ଟି କରୁଛି ନଈର ଭ୍ରମ – ଏହା ପ୍ରକୃତିର ଦୋଷ ନୁହେଁ, ଏହା ବିଭାଗର ଅବହେଳାର ପ୍ରମାଣ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ୧୫ ଟି ପଂଚାୟତ ଅଧୀନ ବିଭିନ୍ନ ଗାଁ ଶିଶୁଅ, କୋରଣା, ଇନାୟିତିପୁର, ବେଳଙ୍ଗ, ବଡସିରେଇ, […]
ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ, ସରକାର ଙ୍କ ଦ୍ୱାରା ପ୍ରଣୋଦିତ କେଜି ଟୁ ପିଜି ମାଗଣା ଶିକ୍ଷାଦାନ ବିଷୟ ରେ ଆଲୋଚନା
ନୟାଗଡ, ୨୭।୭: ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ପାଠପଢା ଆରମ୍ଭ ହୋଇଅଛି । ପ୍ରଥମ ଦିବସରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଇଂଡକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ପ୍ରଣୋଦିତ ‘କେଜି ଟୁ ପିଜି’ ମାଗଣା ଶିକ୍ଷାଦାନ ର ଆଭିମୁଖ୍ୟ ସୁଚାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରେଣୀଗୃହ ଉପସ୍ଥାନ ଅନ୍ୟୁନ […]
ଇଣ୍ଡିଆନ୍ ଆଇଡଲ୍ Season 16 ର ମହାମଞ୍ଚରେ ବିଜୟିନୀ ମୁକୁଟ ପିନ୍ଧିଛନ୍ତି ଆମ ଓଡ଼ିଶାର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ!
ମୁମ୍ବାଇ, ୨୭।୭: ଜାତୀୟ ସ୍ତରର ସବୁଠାରୁ ପ୍ରତିଷ୍ଠିତ ଏବଂ ଲୋକପ୍ରିୟ ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ୍ ଆଇଡଲ୍ ସୋଡ଼ଶ ଋତୁର ମହାମଞ୍ଚରେ ଓଡ଼ିଶାର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ବିଜୟୀ ହୋଇ ଐତିହାସିକ ସଫଳତା ହାସଲ କରିଛନ୍ତି। ଏହି ଅଭୂତପୂର୍ବ ବିଜୟ ସମଗ୍ର ଓଡ଼ିଶା ପାଇଁ ଏକ ଅପୂର୍ବ ଗୌରବ ଓ ଆନନ୍ଦର ବାର୍ତ୍ତା ବହି ଆଣିଛି। ଭାରତର କୋଣ ଅନୁକୋଣରୁ ଆସିଥିବା ଅସଂଖ୍ୟ ପ୍ରତିଭାବାନ ସଙ୍ଗୀତ ସାଧକଙ୍କୁ ପଛରେ ପକାଇ ଜ୍ୟୋତିର୍ମୟୀ ନିଜର ସୁମଧୁର କଣ୍ଠ, ଶାସ୍ତ୍ରୀୟ ସଙ୍ଗୀତର […]
ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହାସମାରୋହରେ ସ୍ୱାଗତ: ଓଡ଼ିଆ ଅସ୍ମିତା, ଉଚ୍ଚ ନୈତିକତା ଏବଂ ସମର୍ପିତ ନେତୃତ୍ୱର ବିଜୟ ଉଲ୍ଲାସ
ନୂଆଦିଲ୍ଲୀ, ୨୭।୭: ଭାରତୀୟ ସଂସଦର ମକର ଦ୍ୱାର ସମ୍ମୁଖରେ ଆଜି ସୃଷ୍ଟି ହୋଇଥିବା ଅଭୂତପୂର୍ବ ଦୃଶ୍ୟ ସମଗ୍ର ଦେଶ ଏବଂ ଓଡ଼ିଶାର ଜନସାଧାରଣଙ୍କ ମନରେ ଏକ ନୂତନ ଗୌରବ, ସ୍ୱାଭିମାନ ଓ ଆତ୍ମସନ୍ତୋଷ ଭରିଦେଇଛି। ଜୁଲାଇ ୨୭, ୨୦୨୬ରେ କେନ୍ଦ୍ରୀୟ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ସ୍ୱରୂପ ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ସଂସଦ ଭବନ ପରିସରରେ ପାଦ ଥାପିଥିଲେ, ସେତେବେଳେ ଶାସକ ଏନଡିଏର ବହୁ ସାଂସଦ ଏବଂ ବରିଷ୍ଠ […]
