1 min read

ଜମି ଉପରେ କବଜା ହିଁ ବିଜୟର ଏକମାତ୍ର ମାପକାଠି : ସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତୀୟ ସେନା ମୁଖ୍ୟ  ଜେନେରାଲ୍ ଧୀରଜ ସେଠ୍‌ଙ୍କ ବଡ଼ ବାର୍ତ୍ତା । ଜେନେରାଲ୍ ଧୀରଜ ସେଠ୍‌ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଏବଂ ଆଧୁନିକ ଯୁଦ୍ଧର କୌଶଳ ସମ୍ପର୍କରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ଯୁଦ୍ଧରେ ଯେତେ ବୈଷୟିକ ପ୍ରଗତି ହେଲେ ମଧ୍ୟ ଜମି ଉପରେ କବଜା କରିବା ହିଁ ସଫଳତାର ଏକମାତ୍ର ଠୋସ୍ ଏବଂ ପ୍ରକୃତ ମାପକାଠି ରହିବ । ଆଧୁନିକ ଯୁଦ୍ଧର ପରିବର୍ତ୍ତିତ ରୂପ ଉପରେ ଆଲୋକପାତ କରି ଜେନେରାଲ୍ ସେଠ୍ କହିଛନ୍ତି ଯେ, ଆଜି ସୋସିଆଲ ମିଡିଆରେ ଜାଣିଶୁଣି ଭୁଲ୍ ତଥ୍ୟ ଏବଂ ପ୍ରଚାର ମାଧ୍ୟମରେ ଯୁଦ୍ଧର ପ୍ରକୃତ ଚିତ୍ରକୁ ଧୂସର କରାଯାଉଛି । କିନ୍ତୁ ଏହି ସବୁ ହୋହାଲା ମଧ୍ୟରେ ଏକମାତ୍ର ସତ୍ୟ ଏହା ଯେ, ଯୁଦ୍ଧରେ ଜିତିବା ଏବଂ ଜମି ସୁରକ୍ଷା କରିବାର ମୂଳ କାମ କେବଳ ସେନା ଦ୍ୱାରା ହିଁ ସମ୍ଭବ ହୋଇଥାଏ । ସ୍ୱଦେଶୀକରଣ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ବର୍ଣ୍ଣନା କରି ସେନା ମୁଖ୍ୟ କହିଛନ୍ତି, ଆମକୁ ପ୍ରତ୍ୟେକ ପ୍ରତିରକ୍ଷା ସାମଗ୍ରୀ ଭାରତ ଭିତରେ ତିଆରି କରିବାକୁ ପଡ଼ିବ । ଭାରତରେ ନିର୍ମାଣ କରିବା, ଏହାର ଅପଗ୍ରେଡ୍ କରିବା ଏବଂ ବିଶ୍ୱ ବଜାର ପାଇଁ ମଧ୍ୟ ପ୍ରସ୍ତୁତ କରିବା । ଅନ୍ୟ ଦେଶର ସହାୟତା ବା ସ୍ପେୟାର୍ ପାର୍ଟସ୍ ଉପରେ ନିର୍ଭର ନ କରି ନିଜ ଗୋଡ଼ରେ ଠିଆ ହେବା । ଆଧୁନିକ ଯୁଦ୍ଧଗୁଡ଼ିକ ଏବେ କମ୍ ସମୟ କିନ୍ତୁ ବାରମ୍ବାର ଯୁଦ୍ଧବିରତି ସହ ଲଢ଼ାଯାଉଛି। ଯେକୌଣସି ପ୍ରଯୁକ୍ତିବିଦ୍ୟା କିମ୍ବା ଅସ୍ତ୍ରଶସ୍ତ୍ର ବିକଶିତ କରିବା ବେଳେ ପ୍ରଥମ ପ୍ରଶ୍ନ ଏହା ହେବା ଉଚିତ ଯେ, ଏହା ମୈଦାନରେ ଲଢ଼ୁଥିବା ସାଧାରଣ ସୈନିକକୁ କିପରି ସାହାଯ୍ୟ କରିବ ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶ ଭିତରେ ପ୍ରସ୍ତୁତ ହେଉଥିବା ଟେକ୍ନୋଲୋଜି ବ୍ୟବହାରକୁ ଆସିବା ବେଳକୁ ଯେପରି ପୁରୁଣା ନ ହୋଇଯାଏ, ସେଥିପାଇଁ ସମୟସୀମା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *