ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ, ସରକାର ଙ୍କ ଦ୍ୱାରା ପ୍ରଣୋଦିତ କେଜି ଟୁ ପିଜି ମାଗଣା ଶିକ୍ଷାଦାନ ବିଷୟ ରେ ଆଲୋଚନା

0
Gemini_Generated_Image_3vhrjv3vhrjv3vhr

 ନୟାଗଡ, ୨୭।୭: ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ ଠାରେ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ପାଠପଢା ଆରମ୍ଭ ହୋଇଅଛି । ପ୍ରଥମ ଦିବସରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଇଂଡକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଉଦଘାଟନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ପ୍ରଣୋଦିତ ‘କେଜି ଟୁ ପିଜି’ ମାଗଣା ଶିକ୍ଷାଦାନ ର ଆଭିମୁଖ୍ୟ ସୁଚାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରେଣୀଗୃହ ଉପସ୍ଥାନ ଅନ୍ୟୁନ ୭୫ ପ୍ରତିଶତର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଶାସନିକ ଅଧିକାରୀ ଗୌରମୋହନ ସାହୁ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରିତ ଶିକ୍ଷା ପ୍ରଣାଳୀ, ପରୀକ୍ଷା ପଦ୍ଧତି ଓ ନିୟମାବଳୀ ସମ୍ପର୍କିତ ସୂଚନା ଦେଇଥିଲେ। ଛାତ୍ରଜୀବନରେ ନିର୍ଦିଷ୍ଟ ଲକ୍ଷ ସହିତ ଆଗକୁ ବଢିବାର ମହତ୍ୱ ସମ୍ପର୍କରେ ଅର୍ଥନୀତି ବିଭାଗ ମୁଖ୍ୟ ଅଜୟ କୁମାର ସେଠି ମତବ୍ୟକ୍ତ କରିଥିଲେ। ଉଚ ଶିକ୍ଷା ବିଭାଗ “ହିମ୍ସ ପୋର୍ଟାଲ” ରେ ଛାତ୍ରଛାତ୍ରୀ ମାନେ କିପରି ସହଜରେ ପଞ୍ଜିକରଣ କରିପାରିବେ ତତସଂଲଗ୍ନ ପ୍ରକ୍ରିୟା ଗୁଡିକୁ ନାମଲେଖା ଅଧିକାରିଣୀ ଦୀପିକା ରାଣୀ ଟୁରୁକ କମ୍ପ୍ୟୁଟର ମାଧ୍ୟମରେ ବୁଝାଇଥିଲେ। ଡକ୍ଟର ଜ୍ୟୋତ୍ସ୍ନାରାଣୀ କର ସଭାକାର୍ଯ୍ୟକୁ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Gemini_Generated_Image_3vhrjv3vhrjv3vhr

ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ୱାଗତ କରିବା ସହିତ ଚକୋଲେଟ ଓ କଲମ ଉପହାର ପ୍ରଦାନ କରାଯାଇଥିଲା । ପ୍ରାୟ ୧୬୦ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ସୁନୀଲ କୁମାର ପ୍ରଧାନ, ଡକ୍ଟର ଅନିୟ ସାମନ୍ତରା , ଡକ୍ଟର ଅପରାଜିତା ମିଶ୍ର, ବିଜୟିନୀ ଶୁଭଦର୍ଶିନୀ, ରୀନାବାଳା ଘଡେଇ, ବିଭୁତି କୁମାର ପ୍ରଧାନ, ଡକ୍ଟର ପ୍ରକାଶ ସାହୁ, ଡକ୍ଟର ଗିରିଶ ନାୟକ , ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed