1 min read

କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୭.୪

ବୋଗୋଟା: ଦକ୍ଷିଣ ଆମେରିକାର କଲମ୍ବିଆରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପଶ୍ଚିମ କଲମ୍ବିଆରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ୭.୪ ଥିବା ଜଣାପଡ଼ିଛି। ଏହାର ଝଟକା ଦେଶର ଏକାଧିକ ସହର ସମେତ ଭେନେଜୁଏଲା ସୀମାନ୍ତ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟା ୩୪ ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ସାନ୍ ଜୋସ୍ ଡେଲ୍ ପାଲମାର ନିକଟରେ ଭୂପୃଷ୍ଠରୁ ପ୍ରାୟ ୧୦୭ କିଲୋମିଟର ଗଭୀରରେ ରହିଥିଲା। ରାଜଧାନୀ […]

1 min read

ଏସବିଆଇରେ ୧,୫୩୮ କ୍ଲର୍କ ପଦବି ପାଇଁ ନିଯୁକ୍ତି ସୁଯୋଗ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପକ୍ଷରୁ ୧,୫୩୮ଟି କ୍ଲର୍କ ପଦବିରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଅଗଷ୍ଟ ୭, ୨୦୨୬ରୁ ଆବେଦନ ପ୍ରକ୍ରିୟା ଚାଲୁଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯୋଗ୍ୟତା ଓ ବୟସ:କ୍ଲର୍କ ପଦବି ପାଇଁ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ ଡିଗ୍ରି ଥିବା ପ୍ରାର୍ଥୀ ଆବେଦନ କରିପାରିବେ। ସଂରକ୍ଷିତ ବର୍ଗ ପାଇଁ ନିୟମ ଅନୁସାରେ […]

1 min read

ଚିନି ଦର ବୃଦ୍ଧି ରୋକିବାକୁ ବଡ଼ ପଦକ୍ଷେପ! ଇଥାନଲ୍ ପାଇଁ ଆଖୁ ଯୋଗାଣ ରୋକିପାରେ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଚିନି ଦର ବଢ଼ୁଥିବା ମଧ୍ୟରେ ଇଥାନଲ୍ ଉତ୍ପାଦନ ପାଇଁ ଆଖୁର ବ୍ୟବହାରକୁ ସାମୟିକ ଭାବେ ସୀମିତ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ଜଣାପଡ଼ିଛି। ଆଖୁକୁ ଅଧିକ ପରିମାଣରେ ଚିନି କଳକୁ ଯୋଗାଇ ଚିନି ଉତ୍ପାଦନ ବଢ଼ାଇବା ଏହି ପଦକ୍ଷେପର ଲକ୍ଷ୍ୟ। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କମ୍ ବର୍ଷା ଯୋଗୁଁ ଆଖୁ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏପଟେ ଚିନିର ଚାହିଦା ବଢ଼ିବା ସହ ଅଳ୍ପ ସମୟ ମଧ୍ୟରେ ଦର ପ୍ରାୟ […]

1 min read

୨ ଅଗଷ୍ଟରେ ଆକାଶରେ ବିରଳ ଦୃଶ୍ୟ! ଏକାଠି ଦେଖାଯିବ ୬ ଗ୍ରହ, ସୂର୍ଯ୍ୟୋପରାଗ ଓ ଉଲ୍‌କାପାତ

ୱାଶିଂଟନ, ୧୦ ଅଗଷ୍ଟ: ଆସନ୍ତା ୧୨ ଅଗଷ୍ଟରେ ମହାକାଶ ପ୍ରେମୀଙ୍କ ପାଇଁ ରହିଛି ଏକ ବିଶେଷ ଦିନ। ୨୪ ଘଣ୍ଟା ମଧ୍ୟରେ ଆକାଶରେ ଏକାଧିକ ଉଲ୍ଲେଖନୀୟ ମହାକାଶୀୟ ଘଟଣା ଦେଖିବାକୁ ମିଳିବ। ସୂର୍ଯ୍ୟୋଦୟ ପୂର୍ବରୁ ଆକାଶରେ ବୃହଷ୍ପତି, ବୁଧ, ମଙ୍ଗଳ, ଶନି, ୟୁରାନସ୍‌ ଓ ନେପ୍‌ଚୁନ—ଏହି ୬ଟି ଗ୍ରହ ଏକ ଧାଡ଼ିରେ ଥିବା ଭଳି ଦେଖାଯିବ। ମଙ୍ଗଳ ଓ ଶନିଙ୍କୁ ଖାଲି ଆଖିରେ ଦେଖିହେବା ସମ୍ଭବ ହୋଇଥିବା ବେଳେ ଅନ୍ୟ ଗ୍ରହ ପାଇଁ ବାଇନୋକୁଲାର କିମ୍ବା ଟେଲିସ୍କୋପ୍‌ […]

1 min read

ଲୋକସଭାରେ ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ୨୦୨୬ ପାରିତ

ନୂଆଦିଲ୍ଲୀ, ୧୦ ଅଗଷ୍ଟ: ଲୋକସଭାରେ ସୋମବାର ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ୨୦୨୬ ପାରିତ ହୋଇଛି। ଏହି ବିଲ୍‌ରେ ବିଭିନ୍ନ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି, ଯୋଗ୍ୟତା, କାର୍ଯ୍ୟକାଳ ଏବଂ ସେବା ସର୍ତ୍ତାବଳୀକୁ ନେଇ ଏକ ସମାନ ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍‌ଟିକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ସରକାରଙ୍କ ମତରେ, ଟ୍ରିବ୍ୟୁନାଲ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବା ସହ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସୁସଂଗଠିତ କରିବା ଏହି ସଂସ୍କାରର ମୁଖ୍ୟ […]

1 min read

କେରଳର ନାମ ବଦଳିବ, ‘କେରଳମ୍’ ରଖିବାକୁ ଲୋକସଭାରେ ବିଲ୍

ନୂଆଦିଲ୍ଲୀ, ୧୦ ଅଗଷ୍ଟ: କେରଳର ନାମ ପରିବର୍ତ୍ତନ କରି ‘କେରଳମ୍’ ରଖିବା ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆଗକୁ ବଢ଼ାଇଛନ୍ତି। ଏ ସମ୍ପର୍କିତ ‘କେରଳ (ନାମ ପରିବର୍ତ୍ତନ) ବିଲ୍, ୨୦୨୬’ ଲୋକସଭାରେ ଆଗତ ହୋଇଛି। କେରଳ ବିଧାନସଭା ୨୦୨୪ ଜୁନ୍ ୨୪ ତାରିଖରେ ସର୍ବସମ୍ମତିକ୍ରମେ ରାଜ୍ୟର ନାମ ‘କେରଳ’ରୁ ‘କେରଳମ୍’ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲା। ପରେ କେନ୍ଦ୍ରୀୟ କ୍ୟାବିନେଟ୍ ମଧ୍ୟ ଏହି ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଥିଲା। ‘କେରଳମ୍’ ହେଉଛି ମାଲାୟାଲମ୍ ଭାଷାରେ […]

1 min read

ଭାରତୀୟ ନୌସେନାରେ ଯୋଡ଼ିବ ନୂଆ ଯୁଦ୍ଧଜାହାଜ, ଆସନ୍ତାକାଲି କୋଲକାତାରେ ଜଳାବତରଣ

ନୂଆଦିଲ୍ଲୀ, ୧୦ ଅଗଷ୍ଟ: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଉଛି। ନୌସେନା ପାଇଁ ନିର୍ମାଣ ହେଉଥିବା ପରବର୍ତ୍ତୀ ପିଢ଼ିର ୧୧ଟି ଯୁଦ୍ଧଜାହାଜ ମଧ୍ୟରୁ ତୃତୀୟ ଜାହାଜଟି ଅଗଷ୍ଟ ୧୧ ତାରିଖରେ କୋଲକାତାରେ ଜଳାବତରଣ କରିବ। ଗାର୍ଡେନ ରିଚ୍ ଶିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍‌ (GRSE) ଓ ଗୋଆ ଶିପୟାର୍ଡ ଲିମିଟେଡ୍‌ (GSL) ମିଳିତ ଭାବେ ଏହି ଜାହାଜଗୁଡ଼ିକର ନିର୍ମାଣ କରୁଛନ୍ତି। ଏନେଇ ସୋମବାର ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି […]

1 min read

ବିଶ୍ୱ ଆଥଲେଟିକ୍ସ ଅଣ୍ଡର-୨୦ ଚାମ୍ପିୟନଶିପ୍‌ରେ ଭାରତ ୨୭ତମ ସ୍ଥାନରେ

ଓରେଗନ, ଅଗଷ୍ଟ ୧୦: ଆମେରିକାର ଓରେଗନ୍‌ରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ ଅଣ୍ଡର-୨୦ ଚାମ୍ପିୟନଶିପ୍ ୨୦୨୬ରେ ଭାରତ ମୋଟ ୩ଟି ପଦକ ସହ ୨୭ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଭାରତୀୟ ଆଥଲେଟ୍‌ମାନେ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି। ଜାଭେଲିନ୍ ଥ୍ରୋରେ ଆଶିଷ ଯାଦବ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ ହାଇଜମ୍ପରେ ବସନ୍ତ କୁମାର ମେଘୱାଲ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୨.୨୧ ମିଟର ଉଚ୍ଚତା ଅତିକ୍ରମ […]

1 min read

ଆସନ୍ତା ୭ ଦିନ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା, ଏକାଧିକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ

ଭୁବନେଶ୍ୱର, ୧୦ ଅଗଷ୍ଟ: ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ବର୍ଷାର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି। ଭୀଷଣ ବର୍ଷା ସହ ଝଡ଼, ବଜ୍ରପାତ ଓ ପବନକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ୨୫ ଜିଲ୍ଲାରେ ଭାରୀ ବର୍ଷା ହେବାର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ପ୍ରାୟ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। […]

1 min read

୧୩୨୬ ଯୁବକ-ଯୁବତୀଙ୍କୁ ମିଳିଲା ନିଯୁକ୍ତି, ଜନସେବାକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୧୦ ଅଗଷ୍ଟ: ଭୁବନେଶ୍ୱର ରେଳ ଅଡିଟୋରିଅମରେ ଆୟୋଜିତ ନିଯୁକ୍ତିମେଳାରେ ଆଜି ବିଭିନ୍ନ ସରକାରୀ ବିଭାଗରେ ୧୩୨୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ୯ଟି ବିଭାଗରେ ଏହି ନିଯୁକ୍ତି ଦିଆଯାଇଥିବା ବେଳେ ନୂଆ କର୍ମଚାରୀଙ୍କୁ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଯୁକ୍ତିପତ୍ର ବଣ୍ଟନ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଚାକିରି କେବଳ ଏକ ପଦବୀ ନୁହେଁ, ଏହା ଲୋକଙ୍କ ସେବା କରିବାର ଏକ ବଡ଼ ଦାୟିତ୍ୱ। ସାଧାରଣ ଲୋକ ନିଜର ସମସ୍ୟା […]