ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ, ବରମ୍ବା-କଟକ ଚିନିକଳ ପାଇଁ ନିମନ୍ତ୍ରଣ
1 min read

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ, ବରମ୍ବା-କଟକ ଚିନିକଳ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ: କଟକ ସାଂସଦ ଡ. ଭର୍ତ୍ତୃହରି ମହତାବ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ତାଙ୍କ କର୍ତ୍ତବ୍ୟ ଭବନସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏହି ସାକ୍ଷାତକାର ସମୟରେ ଡ. ମହତାବ ବରମ୍ବା-କଟକରେ ପ୍ରସ୍ତାବିତ ଚିନିକଳର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଆନ୍ତରିକ ନିମନ୍ତ୍ରଣ ଜଣାଇଛନ୍ତି।

ବରମ୍ବା-କଟକ ଅଞ୍ଚଳରେ ଚିନିକଳ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅର୍ଥନୀତିକୁ ଗତି ମିଳିବା ସହ ଚାଷୀ ଓ ଅଞ୍ଚଳବାସୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *