ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ
1 min read

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିବା ଘଟଣାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ବୁଧବାର ସକାଳେ ”ହଷ୍ଟେଲ ଡେଜ୍” ନାମକ ବଏଜ୍ ପିଜି ଚଳାଉଥିବା ଦୁଇଜଣ ବ୍ୟବସାୟୀଙ୍କ ମଧ୍ୟରୁ ଅଭିଯୁକ୍ତ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣ ସହ-ଅଂଶୀଦାର ଶୁଭମ ତ୍ୟାଗୀ ଏବେ ବି ଫରାର୍ ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ଏହି ମାମଲାରେ ପୋଲିସ ପୂର୍ବରୁ ବେସମେଣ୍ଟ ମରାମତି କାମର ତଦାରଖ କରୁଥିବା ଠିକାଦାର ସନୋଜଙ୍କୁ ଗିରଫ କରିଥିଲା। ଏହାପରେ ରାଜସ୍ଥାନର ଭିୱାଡିରୁ ୮୧ ବର୍ଷୀୟ କୋଠା ମାଲିକ ହରିରାମ ବଂଶଲ, ତାଙ୍କ ସ୍ତ୍ରୀ ଉର୍ମିଳା ଗୁପ୍ତା ଏବଂ ପୁଅ ମହେଶ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟ ବୃଦ୍ଧ ଦମ୍ପତିଙ୍କୁ ୧୪ ଦିନିଆ ଜେଲକୁ ପଠାଇଥିବା ବେଳେ କୋଠାର ସମସ୍ତ ପରିଚାଳନା କରୁଥିବା ପୁଅ ମହେଶଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶର ସୁଧାଂଶୁ ଓ ଶୁଭମ ୨୦୨୫ ଅଗଷ୍ଟରୁ ଏହି କୋଠାକୁ ଭଡ଼ାରେ ନେଇ ପିଜି ଚଲାଉଥିଲେ। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କର ଅନ୍ୟ ୩ଟି ପିଜି ଚାଲୁଥିବା ଜଣାପଡ଼ିବା ପରେ ତଦନ୍ତ ବ୍ୟାପକ କରାଯାଇଛି।

Leave a Reply

Your email address will not be published. Required fields are marked *