Popular News
ଜାତୀୟ କୃମିନାଶକ ଦିବସ: ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର, ୧୦ ଅଗଷ୍ଟ: ଜାତୀୟ କୃମିନାଶକ ଦିବସ ଅବସରରେ ଭୁବନେଶ୍ୱରର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଔଷଧ ପ୍ରଦାନ କରିବା ସହ ସେମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ସ୍ୱଚ୍ଛତା, ପୋଷଣ ଏବଂ କୃମି ସଂକ୍ରମଣ ପ୍ରତିରୋଧ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦିଆଯାଇଥିଲା | ଏହି ଅଭିଯାନରେ ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ […]
ରାଜ୍ୟ ପଣ୍ୟାଗାର ନିଗମରୁ ୨.୮୮ କୋଟି ଟଙ୍କା ଲାଭ
ଭୁବନେଶ୍ୱର, ୧୦ ଅଗଷ୍ଟ: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨ କୋଟି ୮୮ ଲକ୍ଷ ୩୭ ହଜାର ୯୧୩ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷର ଲାଭ ଆଧାରରେ ଏହି ଲାଭାଂଶ ରାଶି ଦିଆଯାଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏହି ଲାଭାଂଶ ରାଶି ପ୍ରଦାନ କରାଯାଇଥିଲା। ଏହି ସମୟରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ […]
ଚାଷୀଙ୍କ ପାଇଁ ବଡ଼ ଖବର! ଧାନ ବିକ୍ରି ପାଇଁ ‘ଏଗ୍ରିଷ୍ଟାକ୍’ ବାଧ୍ୟତାମୂଳକ ନୁହେଁ
ଭୁବନେଶ୍ୱର, ୧୦ ଅଗଷ୍ଟ: ଚାଷୀଙ୍କ ପାଇଁ ଏଗ୍ରିଷ୍ଟାକ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସେ ସ୍ପଷ୍ଟ କରିଛନ୍ତି ଯେ, ଏଗ୍ରିଷ୍ଟାକ୍ କାର୍ଡ କରିବା ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚାଷୀଙ୍କୁ ବିଭିନ୍ନ ସରକାରୀ ସୁବିଧା ସହଜରେ ଯୋଗାଇଦେବା ଉଦ୍ଦେଶ୍ୟରେ ଏଗ୍ରିଷ୍ଟାକ୍ କାର୍ଡ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଅତିକମରେ ୧୦ ଲକ୍ଷ ଚାଷୀଙ୍କୁ ଏହି କାର୍ଡ ସହ ଯୋଡ଼ିବା ପାଇଁ ପ୍ରୟାସ ଚାଲିଥିବା ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ […]
ମଣିପୁରରେ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀ କ୍ୟାଡରଙ୍କୁ ଗିରଫ କଲା ସୁରକ୍ଷା ବାହିନୀ
ଇମ୍ଫାଲ, ଅଗଷ୍ଟ ୧୦: ମଣିପୁରରେ ସୁରକ୍ଷା ବାହିନୀ ପୃଥକ ଅପରେସନରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ତିନି ଜଣ ସନ୍ଦିଗ୍ଧ କ୍ୟାଡରଙ୍କୁ ଗିରଫ କରିଛନ୍ତି ।ସୁରକ୍ଷା ବାହିନୀ ଅଗଷ୍ଟ ୯ ତାରିଖରେ କାକଚିଙ୍ଗ ଜିଲ୍ଲାର କାକଚିଙ୍ଗ ଥାନା ଅନ୍ତର୍ଗତ ନୋଙ୍ଗଜୁବି ଚାଙ୍ଗଫାମ ନିକଟସ୍ଥ ଇକୋ ପାର୍କ ରୋଡ୍ରୁ ଆରପିଏଫ/ପିଏଲଏର ସକ୍ରିୟ କ୍ୟାଡର ଏସ୍/ଏସ୍ କର୍ପୋରାଲ ଥୋନାଓଜାମ ଇବୋଚୌବା ମେଇତେଇ ଓରଫ ଲାମ୍ଟା (୫୬) ଙ୍କୁ ଗିରଫ କରିଥିଲେ । ସେ ଏଲାଙ୍ଗଖାନପୋକପି ମାମାଙ୍ଗ ଲେଇକାଇର ବାସିନ୍ଦା ଏବଂ ବର୍ତ୍ତମାନ […]
କୋଲୋରେକ୍ଟାଲ କ୍ୟାନସରକୁ ନେଇ ଲୋକସଭାରେ ଚିନ୍ତା ପ୍ରକାଶ, ସଚେତନତା ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ଦେଶରେ କୋଲୋରେକ୍ଟାଲ କ୍ୟାନସରର ବଢ଼ୁଥିବା ବିପଦକୁ ନେଇ ଲୋକସଭାରେ ଚିନ୍ତା ପ୍ରକାଶ ପାଇଛି। ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣକୁ ଅନେକ ସମୟରେ ଲୋକେ ଅଣଦେଖା କରୁଥିବା ନେଇ ଗୁରୁତ୍ୱ ଦେଇଛନ୍ତି।ସେ କହିଛନ୍ତି, କୋଲୋରେକ୍ଟାଲ କ୍ୟାନସର ସମ୍ପର୍କରେ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ଆବଶ୍ୟକ। ବିଶେଷକରି ଶରୀରରେ ଦେଖାଦେଉଥିବା ପ୍ରାରମ୍ଭିକ ସଙ୍କେତକୁ ଅଣଦେଖା ନକରି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। କୋଲୋରେକ୍ଟାଲ କ୍ୟାନସର ସମ୍ପର୍କରେ ସଚେତନତା ବଢ଼ାଇବା ସହ ନିୟମିତ […]
ଶରୀରରେ ବଢ଼ୁଛି ୟୁରିକ୍ ଏସିଡ୍? ଜାଣନ୍ତୁ କାରଣ, ଲକ୍ଷଣ ଓ ପ୍ରତିରୋଧ ଉପାୟ
ଭୁବନେଶ୍ୱର: ଶରୀରରେ ୟୁରିକ୍ ଏସିଡ୍ର ମାତ୍ରା ବଢ଼ିଗଲେ ଗଣ୍ଠିରେ ୟୁରିକ୍ ଏସିଡ୍ କ୍ରିଷ୍ଟାଲ୍ ଜମି ଗାଉଟ୍ (Gout) ସମସ୍ୟା ସୃଷ୍ଟି ହୋଇପାରେ। ଏହା ହଠାତ୍ ଗଣ୍ଠିରେ ଯନ୍ତ୍ରଣା, ଫୁଲା ଓ ଲାଲ୍ ହେବାର କାରଣ ହୋଇପାରେ। ବିଶେଷକରି ବଡ଼ ଆଙ୍ଗୁଠିର ଗଣ୍ଠିରେ ଏହି ସମସ୍ୟା ଅଧିକ ଦେଖାଯାଏ। କାହିଁକି ବଢ଼େ ୟୁରିକ୍ ଏସିଡ୍? ଶରୀରରେ ପ୍ୟୁରିନ୍ ନାମକ ପଦାର୍ଥ ଭାଙ୍ଗିବା ସମୟରେ ୟୁରିକ୍ ଏସିଡ୍ ତିଆରି ହୁଏ। ସାଧାରଣତଃ କିଡ୍ନୀ ଏହାକୁ ଛାଣି ଶରୀରରୁ ବାହାର କରିଦିଏ। […]
ହୀରାକୁଦରୁ ବଢ଼ିଲା ବନ୍ୟାଜଳ ନିଷ୍କାସନ, ଖୋଲିଲା ଆଉ ୪ ଗେଟ୍
ସମ୍ବଲପୁର, ୧୦/୮: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରବିବାର ପୁଣି ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିଛି। ଫଳରେ ଜଳସ୍ତର ବଢ଼ିବାରେ ଲାଗିଥିବାରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହାପରେ ବର୍ତ୍ତମାନ ହୀରାକୁଦର ବାମ ପାର୍ଶ୍ୱର ୮ଟି ଏବଂ ଡାହାଣ ପାର୍ଶ୍ୱର ୪ଟିକୁ ମିଶାଇ ମୋଟ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ରାତି ୯ଟା ୩୦ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ହୀରାକୁଦ […]
ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାରରେ ଲାଗିବ କଟକଣା?
ଲୋକସଭାରେ ପ୍ରାଇଭେଟ୍ ବିଲ୍ ଆଣିଲେ ବିଜେପି ସାଂସଦ ନୂଆଦିଲ୍ଲୀ: ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଦେଶରେ ବଢ଼ୁଥିବା ଚିନ୍ତା ମଧ୍ୟରେ ଲୋକସଭାରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ତାଲିକାଭୁକ୍ତ ହୋଇଛି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଆଗତ ଏହି ବିଲ୍ରେ ଶିଶୁ ଓ କିଶୋରଙ୍କୁ ସୋସିଆଲ ମିଡିଆ ଏବଂ ଅନଲାଇନ୍ ପ୍ଲାଟଫର୍ମର କ୍ଷତିକାରକ ପ୍ରଭାବରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ‘ସେଫଗାର୍ଡିଂ ହେଲ୍ଦି ଇଣ୍ଟରନେଟ୍ ଏନଭାୟରନମେଣ୍ଟସ ଫର୍ ଲିଟିଲ୍ ଡିଜିଟାଲ-ନେଟିଭ୍ସ (ସିଲ୍ଡ) ବିଲ୍, […]
ବିଦ୍ୟୁତ୍ ଆଘାତ (Electric Shock) ଲାଗିଲେ ତୁରନ୍ତ କରନ୍ତୁ ଏହି କାମ: ବଞ୍ଚିପାରିବ ମୂଲ୍ୟବାନ ଜୀବନ
ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ବୈଦ୍ୟୁତିକ ଉପକରଣର ବ୍ୟବହାର ବୃଦ୍ଧି ପାଇବା ସହ ଅସାବଧାନତା ହେତୁ ବିଦ୍ୟୁତ୍ ଆଘାତ (Electric Shock)ର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଘରେ କିମ୍ବା ବାହାରେ କାହାକୁ କରେଣ୍ଟ ଲାଗିଲେ ପ୍ରାଥମିକ ଚିକିତ୍ସା (First Aid) ଏବଂ ସଠିକ୍ ପଦକ୍ଷେପ ଜଣା ନଥିବା ଯୋଗୁଁ ଅନେକ ସମୟରେ ଜୀବନ ଚାଲିଯାଏ। ବିଦ୍ୟୁତ୍ ଆଘାତ ସମୟରେ କେଉଁ ସାବଧାନତା ଅବଲମ୍ବନ କରିବା ଜରୁରୀ । ସେ ସମ୍ପର୍କରେ ଆସନ୍ତୁ ଜାଣିବା: ୧. ସର୍ବପ୍ରଥମେ ନିଜର […]
ଅରୁଣାଚଳ ପାଇଁ ନୂଆ ମାନଚିତ୍ର ଜାରି କଲା ଭାରତ, ଚୀନ୍କୁ ଦେଲା ବଡ଼ ବାର୍ତ୍ତା
ନୂଆଦିଲ୍ଲୀ, ୧୦।୮ (ପିପିଏସ୍): ଚୀନ୍ ସୀମାନ୍ତରେ ନିଜର ଭୌଗୋଳିକ ଓ ପ୍ରଶାସନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତ ସରକାର ଅରୁଣାଚଳ ପ୍ରଦେଶର ଏକ ସଂଶୋଧିତ ସରକାରୀ ମାନଚିତ୍ର ଜାରି କରିଛନ୍ତି। ନୂଆ ମାନଚିତ୍ରରେ ସୀମାନ୍ତର ରଣନୈତିକ ଗୁରୁତ୍ୱ ଥିବା ପାସ୍, ହ୍ରଦ, ଜନବସତି ଓ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ସହ ଜଡ଼ିତ ଐତିହାସିକ ସ୍ଥାନଗୁଡ଼ିକୁ ସାମିଲ କରାଯାଇଛି। ସୂଚନା ଅନୁଯାୟୀ, ସଂଶୋଧିତ ମାନଚିତ୍ରରେ ମୋଟ ୨୭ଟି ପ୍ରମୁଖ ସ୍ଥାନ ଓ ଭୌଗୋଳିକ ଚିହ୍ନକୁ ସ୍ଥାନ […]
