ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାଙ୍ଗଙ୍କୁ  ନେଇ ଚର୍ଚ୍ଚା
1 min read

ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାଙ୍ଗଙ୍କୁ ନେଇ ଚର୍ଚ୍ଚା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ବିଚିତ୍ରପୁର ଜଙ୍ଗଲରେ ୫ଟି ଅଜଣା ଜୀବ ଠାବ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଜୀବଗୁଡ଼ିକ ଓରାଙ୍ଗଉଟାଙ୍ଗ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ସେମାନେ ପ୍ରକୃତରେ କେଉଁ ପ୍ରଜାତିର ତାହା ନେଇ ଏବେ ବି ରହିଛି ରହସ୍ୟ।

ଖବର ପାଇ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜୀବଗୁଡ଼ିକୁ ଉଦ୍ଧାର କରିଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଉଦୟପୁର ବନପାଳ କାର୍ଯ୍ୟାଳୟକୁ ନିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ନନ୍ଦନକାନନ ପଠାଯାଇଥିବା ଜଣାପଡ଼ିଛି।

ତେବେ ଗ୍ରାମାଞ୍ଚଳର ଏହି ଜଙ୍ଗଲରେ ଏଭଳି ଜୀବ ଆସିଲେ କେଉଁଠୁ, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଉଦ୍ଧାର ହୋଇଥିବା ଜୀବଗୁଡ଼ିକ ପ୍ରକୃତରେ ଓରାଙ୍ଗଉଟାଙ୍ଗ ନା ଅନ୍ୟ କୌଣସି ପ୍ରଜାତି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଯଦି ସେଗୁଡ଼ିକ ଓରାଙ୍ଗଉଟାଙ୍ଗ ହୋଇଥାଏ, ତେବେ ଏକାଥରେ ୫ଟି ଜୀବ ବିଚିତ୍ରପୁର ଜଙ୍ଗଲରେ କିପରି ପହଞ୍ଚିଲେ, ତାହା ନେଇ ମଧ୍ୟ ଆଲୋଚନା ଜୋର ଧରିଛି। ଘଟଣା ସମ୍ପର୍କରେ ବନବିଭାଗର ଯାଞ୍ଚ ପରେ ହିଁ ଜୀବଗୁଡ଼ିକର ପ୍ରକୃତ ପରିଚୟ ଓ ସେମାନେ କେଉଁଠୁ ଆସିଲେ, ସେନେଇ ସ୍ପଷ୍ଟ ତଥ୍ୟ ମିଳିପାରିବ।

Leave a Reply

Your email address will not be published. Required fields are marked *