ଆଣ୍ଡାମାନ-ନିକୋବରର ନବନିଯୁକ୍ତ ଉପରାଜ୍ୟପାଳ ଡ. ଦିନେଶ ଶର୍ମାଙ୍କୁ ସାଂସଦ ଭର୍ତ୍ତୃହରି ମହତାବଙ୍କ ଶୁଭେଚ୍ଛା
1 min read

ଆଣ୍ଡାମାନ-ନିକୋବରର ନବନିଯୁକ୍ତ ଉପରାଜ୍ୟପାଳ ଡ. ଦିନେଶ ଶର୍ମାଙ୍କୁ ସାଂସଦ ଭର୍ତ୍ତୃହରି ମହତାବଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବିଜେପିର ରାଜ୍ୟସଭା ସଦସ୍ୟ ତଥା ଅର୍ଥ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ ଡ. ଦିନେଶ ଶର୍ମାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଅର୍ଥ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ତଥା ସାଂସଦ ଭର୍ତ୍ତୃହରି ମହତାବ।

ଶ୍ରୀ ମହତାବ ତାଙ୍କ ବୟାନରେ କହିଛନ୍ତି, “ଡ. ଦିନେଶ ଶର୍ମାଜୀଙ୍କୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହି ନୂତନ ଦାୟିତ୍ୱ ପାଇଁ ତାଙ୍କୁ ମୋର ଶୁଭେଚ୍ଛା।”

ସେ ଆହୁରି କହିଛନ୍ତି, “ଅର୍ଥ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ଡ. ଶର୍ମାଙ୍କ ସହ ଘନିଷ୍ଠ ଭାବେ କାମ କରିବାର ସୁଯୋଗ ମୋତେ ମିଳିଛି। ସରକାରୀ ଭାଷା କମିଟି ମାଧ୍ୟମରେ ମଧ୍ୟ ଆମର ସମ୍ପର୍କ ଦୀର୍ଘବର୍ଷର।”

ଡ. ଶର୍ମାଙ୍କ ଜନସେବା ଓ ପ୍ରଶାସନିକ ଅଭିଜ୍ଞତାକୁ ପ୍ରଶଂସା କରି ଶ୍ରୀ ମହତାବ କହିଛନ୍ତି, “ବର୍ଷ ବର୍ଷ ଧରି ମୁଁ ତାଙ୍କର ଜନସେବା, ପ୍ରଶାସନିକ ଅଭିଜ୍ଞତା ଏବଂ ରାଷ୍ଟ୍ର ପ୍ରତି ଗଭୀର ପ୍ରତିବଦ୍ଧତା ଦେଖିଆସିଛି। ତାଙ୍କୁ ମିଳିଥିବା ଏହି ନୂତନ ଦାୟିତ୍ୱ ତାଙ୍କର ଦୀର୍ଘକାଳୀନ ସେବା ଓ ନେତୃତ୍ୱର ଏକ ସ୍ୱୀକୃତି।”

ଡ. ଶର୍ମା ନୂତନ ଦାୟିତ୍ୱକୁ ସଫଳତାର ସହ ତୁଲାଇବେ ବୋଲି ଆଶା ପ୍ରକାଶ କରି ଶ୍ରୀ ମହତାବ କହିଛନ୍ତି, “ମୁଁ ନିଶ୍ଚିତ ଯେ ଡ. ଶର୍ମାଜୀ ଜ୍ଞାନ, ସାଧୁତା ଓ ନିଷ୍ଠାର ସହିତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲୋକଙ୍କ ସେବା କରିବେ। ତାଙ୍କର କାର୍ଯ୍ୟକାଳ ସଫଳ, ସାର୍ଥକ ଓ ପ୍ରଭାବଶାଳୀ ହେଉ—ଏହା ମୋର ହାର୍ଦ୍ଦିକ ଶୁଭକାମନା।”

Leave a Reply

Your email address will not be published. Required fields are marked *