1 min read

ଭାରତ ମାନଚିତ୍ରରେ ପିଓକେ ଏବଂ ଗିଲଗିଟ୍- ବାଲ୍ଟିସ୍ତାନ

ନୂଆଦିଲ୍ଲୀ : କାଶ୍ମୀରକୁ ନେଇ ପୁଣିଥରେ ବଢିଛି ଭାରତ-ପାକିସ୍ତାନ ବିବାଦ।ଏଥର ଚର୍ଚ୍ଚାର କେନ୍ଦ୍ରରେ ରହିଛି ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ଏକ ପ୍ରମୋସନାଲ୍ ଭିଡିଓ।  ଭିଡିଓରେ ଭାରତର ମାନଚିତ୍ରରେ ପିଓକେ  ଏବଂ ଗିଲଗିଟ୍ବା ଲ୍ଟିସ୍ତାନ ଅଞ୍ଚଳକୁ ଭାରତର ମାନଚିତ୍ର ଭିତରେ ଦେଖାଯାଇଥିବା ନେଇ ପାକିସ୍ତାନରେ ଅସନ୍ତୋଷ ପ୍ରକାଶ ପାଇଛି। ସୋସିଆଲ୍ ମିଡିଆରେ ଅନେକ ପାକିସ୍ତାନୀ ୟୁଜର୍ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଆକ୍ସନ୍ ନେବାକୁ ଦାବି କରିଥିବା ରିପୋର୍ଟ ଆସିଛି। ଏପରିକି ଏହି ମାମଲା କୂଟନୈତିକ ସ୍ତରକୁ ମଧ୍ୟ ଯାଇଥିବା କୁହାଯାଉଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଗାମୀ ଟି-୨୦ ସିରିଜ୍ ପୂର୍ବରୁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏକ ପ୍ରମୋସନାଲ୍ ଭିଡିଓ ଜାରି କରିଥିଲା। ଏହି ଭିଡିଓର ଗୋଟିଏ ଫ୍ରେମ୍‌ରେ PoK ଏବଂ ଗିଲଗିଟ୍-ବାଲ୍ଟିସ୍ତାନ ଭାରତର ମାନଚିତ୍ର ଭିତରେ ଦେଖାଯାଇଥିଲା। ଏହାକୁ ନେଇ ପାକିସ୍ତାନୀ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ଆସିଥିଲା। ୧୯୪୭ରୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ଚାଲିଆସୁଛି ବଡ଼ ଭୂ-ରାଜନୈତିକ ବିବାଦ। ବର୍ତ୍ତମାନ କାଶ୍ମୀର ଅଞ୍ଚଳର ବିଭିନ୍ନ ଭାଗ ଭାରତ, ପାକିସ୍ତାନ ଏବଂ ଚୀନର ପ୍ରଶାସନିକ ନିୟନ୍ତ୍ରଣରେ ରହିଛି। ଭାରତ ସମଗ୍ର ଜମ୍ମୁ-କାଶ୍ମୀର ଓ ଲଦାଖ ଉପରେ ନିଜର ସାର୍ବଭୌମ ଦାବି ରଖିଆସିଛି। ଅନ୍ୟପଟେ ପାକିସ୍ତାନ ମଧ୍ୟ କାଶ୍ମୀରକୁ ନେଇ ନିଜର ଦାବି ରଖେ। ଏହି କାରଣରୁ ମାନଚିତ୍ରରେ କାଶ୍ମୀରକୁ କିପରି ଦେଖାଯାଉଛି, ତାହା ଦୁଇ ଦେଶ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ।  ଆଫଗାନିସ୍ତାନର ଏହି ପ୍ରମୋସନାଲ୍ ଭିଡିଓ ପରେ ପାକିସ୍ତାନୀ ସୋସିଆଲ୍ ମିଡିଆ ୟୁଜର୍ମାନଙ୍କ ଏକ ଅଂଶ ଅସନ୍ତୋଷ ପ୍ରକାଶ କରିଥିଲେ। କିଛି ୟୁଜର୍ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଆଫଗାନିସ୍ତାନ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏହି ବିଷୟକୁ ନେଇ ପାକିସ୍ତାନ ପକ୍ଷରୁ ମଧ୍ୟ ଆପତ୍ତି ଉଠାଯାଇଥିବା ରିପୋର୍ଟରେ କୁହାଯାଇଛି।

1 min read

ଆଣ୍ଡାମାନ-ନିକୋବରର ନବନିଯୁକ୍ତ ଉପରାଜ୍ୟପାଳ ଡ. ଦିନେଶ ଶର୍ମାଙ୍କୁ ସାଂସଦ ଭର୍ତ୍ତୃହରି ମହତାବଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବିଜେପିର ରାଜ୍ୟସଭା ସଦସ୍ୟ ତଥା ଅର୍ଥ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ ଡ. ଦିନେଶ ଶର୍ମାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଅର୍ଥ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ତଥା ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବ ତାଙ୍କ ବୟାନରେ କହିଛନ୍ତି, “ଡ. ଦିନେଶ ଶର୍ମାଜୀଙ୍କୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହି […]

1 min read

ଦୁଇ ବର୍ଷରେ ହେବ ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ, ଆସିବ ସ୍ୱତନ୍ତ୍ର ପୋର୍ଟାଲ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ସେଟଲମେଣ୍ଟ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ସରକାରୀ ସୂଚନା ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଜମିର ସେଟଲମେଣ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ୨୦୦୩ ମସିହାରେ ଶ୍ରୀଜଗନ୍ନାଥଙ୍କ ଜମି ସମ୍ପର୍କିତ ନୀତି ଆସିଥିଲା। ପରେ ୨୦୧୯ରେ ଏହାର ସଂଶୋଧନ ହୋଇଥିଲେ ମଧ୍ୟ ନିୟମ ଅଭାବରୁ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା। ଏବେ ଏଥିପାଇଁ ଆବଶ୍ୟକ ନିୟମ ପ୍ରସ୍ତୁତ […]

1 min read

UAEରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଆବୁଧାବିରେ ପହଞ୍ଚିଛନ୍ତି। ଏହି ଗସ୍ତ ସହ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନ ଆରମ୍ଭ ହୋଇଛି। ସେପ୍ଟେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ UAEରେ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବା କାର୍ଯ୍ୟକ୍ରମ ରହିଛି। UAE ସହ ଓଡ଼ିଶାର ଆର୍ଥିକ ସମ୍ପର୍କକୁ […]

1 min read

ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାଙ୍ଗଙ୍କୁ ନେଇ ଚର୍ଚ୍ଚା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ବିଚିତ୍ରପୁର ଜଙ୍ଗଲରେ ୫ଟି ଅଜଣା ଜୀବ ଠାବ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଜୀବଗୁଡ଼ିକ ଓରାଙ୍ଗଉଟାଙ୍ଗ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ସେମାନେ ପ୍ରକୃତରେ କେଉଁ ପ୍ରଜାତିର ତାହା ନେଇ ଏବେ ବି ରହିଛି ରହସ୍ୟ। ଖବର ପାଇ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜୀବଗୁଡ଼ିକୁ ଉଦ୍ଧାର କରିଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଉଦୟପୁର ବନପାଳ କାର୍ଯ୍ୟାଳୟକୁ ନିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା […]

1 min read

ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଭାଲିଆସାହି ଗ୍ରାମର ଭୀମ ମଣ୍ଡଳ ନାମକ ଜଣେ ଯୁବକ ନଦୀ ପାର ହେବା ସମୟରୁ ନିଖୋଜ ହୋଇଛନ୍ତି। ଘଟଣା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପୁଲିସ ଓ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ସୂଚନା ଅନୁସାରେ, ଭୀମ ସନ୍ଧ୍ୟାରେ ଆଶ୍ରୟସ୍ଥଳୀରୁ ଘରକୁ ଫେରିଥିଲେ। ଘରେ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ନଥିବାରୁ ସେ ପୁଣି ନଦୀ ପାର ହୋଇ ନିକଟସ୍ଥ ଦୋକାନକୁ […]

1 min read

ବାଲେଶ୍ୱରରେ ୫୦ ଲକ୍ଷ ଟଙ୍କାର ମତ୍ସ୍ୟ ଲ୍ୟାବ୍‌ ଅବ୍ୟବହୃତ, ଗୋରୁ ଚରୁଛନ୍ତି ପରିସରରେ

ବାଲେଶ୍ୱର: ବାଲେଶ୍ୱର ପୌରାଞ୍ଚଳର ୩ ନମ୍ବର ୱାର୍ଡ ଦିଗିରହଣିଆଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମତ୍ସ୍ୟ ଲ୍ୟାବ୍‌ ଓ ଟ୍ରେନିଂ ସେଣ୍ଟର ଏବେ ପରିତ୍ୟକ୍ତ ହୋଇପଡ଼ିଛି। କର୍ମଚାରୀ ଅଭାବରୁ ଦୀର୍ଘଦିନ ଧରି ବନ୍ଦ ଥିବା ଏହି କେନ୍ଦ୍ର ଏବେ ଘାସବଣରେ ପରିଣତ ହୋଇଥିବା ବେଳେ ରାତି ହେଲେ ଅସାମାଜିକଙ୍କ ଆଡ଼ା ଜମୁଥିବା ଅଭିଯୋଗ ହେଉଛି। ପ୍ରାୟ ୫ ବର୍ଷ ପୂର୍ବେ ୧ ଏକର ଜମିରେ ୨ ମହଲା ବିଶିଷ୍ଟ ଲ୍ୟାବ୍‌ […]

1 min read

ବାତ୍ୟା ଓ ବନ୍ୟାରେ ବାଲେଶ୍ୱରର ୪ ବ୍ଲକ୍‌ର ୧୦୦୮ ଗାଁ, ମାତ୍ର ୫୪ଟି ଆଶ୍ରୟସ୍ଥଳ

ବାଲେଶ୍ୱର: ସାମୁଦ୍ରିକ ଝଡ଼, ବାତ୍ୟା ସହ ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍‌ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି। ଏଭଳି ବିପର୍ଯ୍ୟୟ ସମୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ (ଏମ୍‌ସିଏସ୍‌) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ (ଏମ୍‌ଏଫ୍‌ଏସ୍‌)ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ୪ ବ୍ଲକ୍‌ର ୧୦୦୮ଟି ଗାଁ ପାଇଁ ରହିଛି ମାତ୍ର ୫୪ଟି ଆଶ୍ରୟସ୍ଥଳ। ୨୦୧୧ ଜନଗଣନା ଅନୁସାରେ, ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ […]

1 min read

୭୦ତମ ଜନ୍ମଦିନରେ ଡ. ଭର୍ତ୍ତୃହରି ମହତାବଙ୍କ ଦୀର୍ଘାୟୁ କାମନା

କଟକ: ଡ. ଭର୍ତ୍ତୃହରି ମହତାବଙ୍କ ୭୦ତମ ଜନ୍ମଦିନ ଅବସରରେ ୪୨ ମୌଜା ଦେଉଳିଢେଉରାସ୍ଥିତ ଅନ୍ଧେଇବା ଶ୍ରୀଶ୍ରୀ ବାଲେଶ୍ୱର ମହାଦେବ, ହନୁମାନ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏଥିସହ ଗୋପବନ୍ଧୁ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରାଯିବା ସହ ବନଦୁର୍ଗା ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ୪୨ ମୌଜା ବୁଦ୍ଧିଜୀବୀ ନାଗରିକ ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କଟକେଶ୍ୱର ମହାଦେବ, ଆଇଟଳଙ୍ଗ ସ୍ୱପ୍ନେଶ୍ୱର ମନ୍ଦିର, […]

1 min read

ଆବର୍ଜନାରେ ପୋତି ହେଉଛି ପୁରୁଣାପଡ଼ା ପୋଖରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ପୋଖରୀ ଏବେ ଜଳାଶୟ ନୁହେଁ, ଆବର୍ଜନାର ଭଣ୍ଡାର ପାଲଟିଛି। ବର୍ଷ ବର୍ଷ ଧରି ପୋଖରୀରେ ଅଳିଆ ଆବର୍ଜନା ପଡ଼ି ଏହା ପୋତି ହେବାକୁ ବସିଛି। ୨୦୨୩ରେ ପୋଖରୀ ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୬୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୁଇ ବର୍ଷ ପରେ ମଧ୍ୟ ଏହା ଅଧାପନ୍ତରିଆ ହୋଇପଡ଼ିଛି। ସହରରେ ୧୦ରୁ ଅଧିକ ପୋଖରୀ ଥିବାବେଳେ ଅନେକ ପୋଖରୀ ଆବର୍ଜନାରେ ପୋତି […]