ପାଟିରୁ କାହିଁକି ଆସେ ଦୁର୍ଗନ୍ଧ? ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ?
ପାଟିରୁ ଦୁର୍ଗନ୍ଧ: କାହିଁକି ଆସେ ଓ କିପରି ଦୂର କରିବେ?
ପାଟିରୁ ଦୁର୍ଗନ୍ଧ ଆସିବା ଏକ ସାଧାରଣ ସମସ୍ୟା, କିନ୍ତୁ ଏହା ଯୋଗୁଁ ଲୋକଙ୍କୁ ଅନେକ ସମୟରେ ଅତି ଅପମାନିତ ହେବାକୁ ପଡ଼ିଥାଏ। ଅନେକ ଲୋକଙ୍କର ଅଭିଯୋଗ ଥାଏ ଯେ ସେମାନେ ପ୍ରତିଦିନ ସକାଳେ ଭଲ ଭାବରେ ବ୍ରଶ୍ କରିଥାନ୍ତି, କିନ୍ତୁ କାହା ସହ କଥା ହେବା ସମୟରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଏହି ସମସ୍ୟା କେବଳ ଆତ୍ମବିଶ୍ୱାସକୁ ଦୁର୍ବଳ କରେ ନାହିଁ, ବରଂ ଚିନ୍ତାର କାରଣ ମଧ୍ୟ ପାଲଟିଥାଏ।
ପାଟିରୁ କାହିଁକି ଆସେ ଦୁର୍ଗନ୍ଧ?
ପାଟିରୁ ଦୁର୍ଗନ୍ଧ ଆସିବାର ସବୁଠାରୁ ବଡ଼ କାରଣ ହେଉଛି ପାଟି ଭିତରେ ଥିବା ବ୍ୟାକ୍ଟେରିଆ। ଦାନ୍ତ ଭିତରେ ଲାଗିରହିଥିବା ଖାଦ୍ୟ ଏବଂ ଜିଭରେ ଜମିଥିବା ମଇଳା ଏହି ବ୍ୟାକ୍ଟେରିଆଗୁଡ଼ିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ।
ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ?
ଧନିଆ ଚୋବାନ୍ତୁ: ଧନିଆରେ ଥିବା ଉପାଦାନ ପାଟିର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଖାଦ୍ୟ ଖାଇସାରିବା ପରେ କିଛି ଧନିଆପତ୍ର ଚୋବାଇଲେ ପାଟି ସଫା ହୋଇଥାଏ ଏବଂ ସତେଜତା ଆସିଥାଏ।
ପାନମଧୁରୀ: ଖାଦ୍ୟ ଖାଇବା ପରେ ଅଧା ଚାମଚ ପାନମଧୁରୀ ଚୋବାଇବା ଦ୍ୱାରା କେବଳ ପାଟିର ଦୁର୍ଗନ୍ଧ ଦୂର ହୁଏ ନାହିଁ, ବରଂ ହଜମ ଶକ୍ତି ମଧ୍ୟ ଭଲ ରହିଥାଏ।
ଲେମ୍ବୁ ପାଣିରେ କୁଳି କରନ୍ତୁ: ପ୍ରତିଦିନ ଏକ ଗ୍ଲାସ ପାଣିରେ ଅଧା ଲେମ୍ବୁର ରସ ମିଶାଇ ଦିନକୁ ଦୁଇଥର କୁଳି କରିବା ଦ୍ୱାରା ପାଟିରେ ବ୍ୟାକ୍ଟେରିଆ ବୃଦ୍ଧି ପାଇନଥାଏ।
ଅଦା ରସର ବ୍ୟବହାର: ଏକ ଗ୍ଲାସ ପାଣିରେ ଏକ ଚାମଚ ଅଦା ରସ ମିଶାଇ କୁଳି କଲେ ପାଟିର ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ ଏବଂ ଦୁର୍ଗନ୍ଧ କମିଥାଏ।
