ଓଡିଶା
୧୫ରେ ବଙ୍ଗୋପସାଗରରେ ଅବପାତ!
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ପାଣିପାଗ ପରିବର୍ତ୍ତନର ସଙ୍କେତ। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଧୀରେ ଧୀରେ ଏହି ପାଣିପାଗ ପ୍ରଣାଳୀ ଶକ୍ତିଶାଳୀ ହେବା ନେଇ ଆକଳନ କରାଯାଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୪ ତାରିଖ ବେଳକୁ […]
କଟକ ବାଲିଯାତ୍ରାରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ: ଐତିହାସିକ କଟକ ବାଲିଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ମହାନଦୀ କୂଳରେ ଆୟୋଜିତ ହେବାକୁ ଥିବା ଏହି ଆଠ ଦିବସୀୟ ଯାତ୍ରାରେ ଚଳିତ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ହେବେ। ସେ ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ବାଲିଯାତ୍ରାକୁ ଉଦ୍ଘାଟନ କରିବେ। କଟକ ଜିଲ୍ଲା ପ୍ରସାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଟକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ଠାରୁ ଆରମ୍ଭ ହେବ। ଏହି ଯାତ୍ରା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ […]
ଜାପାନରେ ଭୂମିକମ୍ପ ଝଟକା
ନୂଆଦିଲ୍ଲୀ : ଜାପାନର ବୋନିନ୍ ଦ୍ୱୀପପୁଞ୍ଜ ନିକଟର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ। ରବିବାର ସକାଳେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୁଇଟି ଭିନ୍ନ ଭୂକମ୍ପ ଅନୁଭୂତ ହୋଇଛି। ଜାପାନର ବୋନିନ୍ ଦ୍ୱୀପ ଅଞ୍ଚଳରେ ୬.୫ ତୀବ୍ରତାର ଭୂକମ୍ପ ଆସିଥିବା ବେଳେ ଭାନୁଆଟୁ ଦ୍ୱୀପପୁଞ୍ଜରେ ୬.୨ ତୀବ୍ରତାର ଝଟକା ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ନେଇ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS)ର ସୂଚନା ଦେଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର […]
ଦୈନିକ ରାଶିଫଳ
ମେଷ: ଆଜି ନୂଆ ଦାୟିତ୍ୱ ମିଳିପାରେ। କାମରେ ତତ୍ପରତା ରଖନ୍ତୁ, କିନ୍ତୁ ତରବରିଆ ନିଷ୍ପତ୍ତି ଏଡ଼ାନ୍ତୁ। ପରିବାରରେ ଆଲୋଚନା କରି ଆଗକୁ ବଢ଼ିବା ଭଲ। ବୃଷ: ବ୍ୟବସାୟ କିମ୍ବା ଚାକିରିରେ ଅଟକିଥିବା କାମ ଆଗକୁ ବଢ଼ିପାରେ। ଆର୍ଥିକ କାରବାରରେ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ। ସମ୍ପର୍କରେ ଧୈର୍ଯ୍ୟ ରଖିବା ଲାଭଦାୟକ। ମିଥୁନ: ଯୋଗାଯୋଗ ଓ ଆଲୋଚନାରୁ ନୂଆ ସୁଯୋଗ ମିଳିପାରେ। ପଢ଼ାଶୁଣାରେ ମନୋଯୋଗ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନଜର ରଖନ୍ତୁ। କର୍କଟ: ପରିବାର ଓ ଘରୋଇ […]
ସଫେଇ ନାଁରେ ୩.୫୦ ଲକ୍ଷ ଖର୍ଚ୍ଚ, ତଥାପି ଗାଁ ଗାଁରେ ଅଳିଆ ପାହାଡ଼ !
ବ୍ରହ୍ମପୁର -: ଗାଁର ସ୍ୱଚ୍ଛତା ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା, ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ତାଳସର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଅର୍ଥ ଖର୍ଚ୍ଚ ହେଉଥିବା ସତ୍ତ୍ୱେ ପଞ୍ଚାୟତର ସଫେଇ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ, ପଞ୍ଚାୟତ ଉପରେ ନିର୍ଭର ନକରି ହଂସତୂଳୀ ଗ୍ରାମବାସୀ ନିଜ ଉଦ୍ୟମରେ ସଫେଇ କରିଛନ୍ତି। ଗୁରୁବାର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁର ବିଭିନ୍ନ ସ୍ଥାନରେ ସଫେଇ କରାଯାଇଛି। […]
ଘୋଷଣା ଅଛି, ବିକାଶ ନାହିଁ
ପଂଚାୟତ ନିର୍ବାଚନ ହେବ କି ଅଗ୍ନି ପରୀକ୍ଷା ଅସ୍ତରଙ୍ଗ :- ଗାଁରେ ବିକାଶ କେଉଁଠି? ଘୋଷଣା ହେଲା, ଶିଳାନ୍ୟାସ ହେଲା, ହେଲେ ଲୋକଙ୍କ ସମସ୍ୟା ସମାଧାନ ହେଲା କି? ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ଏବେ ଏହି ପ୍ରଶ୍ନ ହିଁ ସବୁଠୁ ବଡ ହୋଇଛି। ରାଜ୍ୟରେ ସରକାର ବଦଳିଛି, ହେଲେ ଗାଁ ଲୋକଙ୍କ ଜୀବନରେ କେତେ ପରିବର୍ତ୍ତନ ଆସିଛି ତାର ହିସାବ ନେବାକୁ ଭୋଟର ଅପେକ୍ଷା କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିକାଶର ଦାବି ଓ […]
ବନ୍ଦ ହେଲା ବୈତରଣୀ ନଦୀର ଶାଖା କାଣୀ ନଦୀର ମୁହଁ, ବିପଦରେ ଧାମନଗର ଓ ଚାନ୍ଦବାଲିର ଅନେକ ପଞ୍ଚାୟତ
ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ନଦୀ କାଣୀ ଓ କୋଚିଳାକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। କାଣୀ ନଦୀର ମୁହଁରେ ପଥର ପକାଇ ଜଳ ପ୍ରବାହର ରାସ୍ତା ବନ୍ଦ କରାଯାଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା କେଉଁ ଉଦ୍ଦେଶ୍ୟରେ ଓ କାହା ସ୍ୱାର୍ଥରେ କରାଯାଇଛି, ତାହାକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। […]
୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି
ଭୁବନେଶ୍ବର: ଓଡ଼ିଶାକୁ ଆସୁଛି ପୁଣି ଏକ ବଡ଼ ବର୍ଷା। ୨୭ରେ କମ୍ ଆଉ ୨୮ ଓ ୨୯ରେ ନିର୍ଦ୍ଧୁମ ଛେଚିବ। ଦକ୍ଷିଣରେ ବୁଡ଼ାଇପାରେ, ଉପକୂଳରେ ଉଜାଡ଼ିପାରେ। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆଗକୁ ଡିପ୍ରେସନ୍ ଓ ପରେ ବାତ୍ୟାର ରୂପ ନେବାକୁ ଯାଉଥିବା ବେଳେ ଏପଟେ ୩ ଦିନ ଧରି ରାଜ୍ୟରେ ଭୀଷଣ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ବର ମେଟ୍ ଅଫିସ ସ୍ପଷ୍ଟ କରିଛି, ଏବେ ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ଲାଣ୍ଡଫଲ୍ […]
ପାକିସ୍ତାନରେ ରହୁଛି ଦାଉଦ ଇବ୍ରାହିମ୍ : ଭାରତ
ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ଅପରାଧିକ ସଂଗଠନ ‘ଡି-କମ୍ପାନୀ’କୁ ଭାରତ-ଆଧାରିତ ଅପରାଧିକ ଗୋଷ୍ଠୀ ଭାବେ ବର୍ଣ୍ଣନା କରିଛନ୍ତି ଜାତିସଂଘର ଜଣେ ସ୍ୱତନ୍ତ୍ର ରିପୋର୍ଟର । ଯାହାକୁ ନେଇ ତାଙ୍କ ଉପରେ କଡ଼ା ଆପତ୍ତି ଉଠାଇଛି ଭାରତ। ଦାଉଦ ଇବ୍ରାହିମ୍ ପାକିସ୍ତାନରେ ଲୁଚି ରହିଥିବା ଦାବି କରି ଭାରତ ଜାତିସଂଘର ରିପୋର୍ଟକୁ ତଥ୍ୟଗତ ତ୍ରୁଟିପୂର୍ଣ୍ଣ ଓ ବାସ୍ତବତାରୁ ଭିନ୍ନ ବୋଲି ସମାଲୋଚନା କରିଛି । ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ବେନ୍ ସଲ୍ ନିଜ ରିପୋର୍ଟରେ ଦାଉଦ ଇବ୍ରାହିମ୍କୁ ‘ଡି-କମ୍ପାନୀ’ […]
