Odia news latest
IIT ମନ୍ଦ୍ରାଜ ନିର୍ଦ୍ଦେଶକ ଭି. କାମକୋଟି କିଏ? ପରୀକ୍ଷା ସଂସ୍କାର ଟାସ୍କଫୋର୍ସ ସଦସ୍ୟଙ୍କୁ ‘ଗୋମୂତ୍ର ବିଶେଷଜ୍ଞ’ କହି କଟାକ୍ଷ କଲେ ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ : National Testing Agency (NTA) ର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଇନଫୋସିସ୍ ସହ-ସଂସ୍ଥାପକ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ସ୍ଥାନ ପାଇଛନ୍ତି IIT ମନ୍ଦ୍ରାଜ ନିର୍ଦ୍ଦେଶକ ଭି. କାମକୋଟି। ତେବେ ତାଙ୍କ ସାମିଲକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଦେଇଥିବା ବକ୍ତବ୍ୟ ପରେ ସଂସଦରୁ ରାଜପଥ ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ବିବାଦ। […]
IPL ଟ୍ରେଡ୍: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସର ଯୋଜନା, ରେସ୍ରେ ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ, ୨୮୲୭:ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ପୂର୍ବରୁ ଏକ ବଡ଼ ଧରଣର ଖେଳାଳି ଟ୍ରେଡ୍କୁ ନେଇ ଚର୍ଚ୍ଛା ଜୋର୍ ଧରିଛି। ପାଞ୍ଚଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଅଧିନାୟକ ତଥା ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରିବା ପାଇଁ ମନସ୍ଥ କରିଥିବା ଜଣାପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହ ଚୁକ୍ତି ବିଫଳ ହେବା ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ […]
ଚୀନ୍ର ‘କୃତ୍ରିମ ସୂର୍ଯ୍ୟ’ ପ୍ରକଳ୍ପକୁ ବଡ଼ ସଫଳତା: ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ/ବେଇଜିଙ୍ଗ, ୨୮୲୭: ବିଶ୍ୱବ୍ୟାପୀ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ଯୁଗାନ୍ତକାରୀ ସଫଳତା ହାସଲ କରିଛି। ଦେଶର ଚର୍ଚ୍ଚିତ ‘ଆର୍ଟିଫିସିଆଲ୍ ସନ୍’ (କୃତ୍ରିମ ସୂର୍ଯ୍ୟ) ପ୍ରକଳ୍ପ ପାଇଁ ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion Magnet) ନିର୍ମାଣ କରିବା ସହ ଏହାର ସଫଳ ପରୀକ୍ଷଣ ଶେଷ କରିଛି। ୫୮୨ ଟନ୍ ଓଜନବିଶିଷ୍ଟ ଏହି ମ୍ୟାଗନେଟ୍ ଆଗାମୀ ଦିନରେ ବିନା କାର୍ବନ ନିର୍ଗମନରେ ବିପୁଳ ପରିମାଣର ବିଦ୍ୟୁତ୍ ଉତ୍ପାଦନ […]
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବିକ୍ଷୋଭ, ପୋଲିସ କାର୍ଯ୍ୟାନୁଷ୍ଠାନ ଓ ନାଗରିକ ଅଧିକାର ଉପରେ ସ୍ୱାଧୀନ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୮୲୭: ସାମ୍ବିଧାନିକ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାର ଏବଂ ଆଇନ ଶୃଙ୍ଖଳା ରକ୍ଷା ନାମରେ ପୋଲିସର ଅତ୍ୟାଚାରକୁ ନେଇ ସୁପ୍ରିମକୋର୍ଟ ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି (CJI) ସ୍ପଷ୍ଟ କରିଛନ୍ତି ଯେ, ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ। ଏଥିସହିତ, ପୋଲିସ ବଳର ଅତ୍ୟଧିକ ଓ ବେଆଇନ ପ୍ରୟୋଗ ନେଇ ଅଭିଯୋଗ […]
ଖରାପ ପାଗ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା
ଭଦ୍ରକ, ୨୮୲୭: ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି (ବୁଧବାର) ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏହି ନିୟମ ଜିଲ୍ලାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ (ପ୍ରାଇଭେଟ୍) ସ୍କୁଲ୍ ପାଇଁ ସମାନ […]
କନ୍ଧମାଳ ମେଡିକାଲ କଲେଜକୁ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି
ବ୍ରାହ୍ମପୁର, ୨୮୲୭: ରାଜ୍ୟ ସରକାର ପ୍ରସ୍ତାବିତ କନ୍ଧମାଳ ମେଡିକାଲ କଲେଜକୁ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏଆଇକେଏମଏସ୍) ଓ ଅଖିଳ ଭାରତ ଆଦିବାସୀ ମଞ୍ଚ ବିରୋଧ କରିଛି । କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ଏହି ମେଡିକାଲ କଲେଜର ନାମକରଣ କରିବାର ଥିଲା । କିନ୍ତୁ ସରକାର ନିଜର ସଂକୀର୍ଣ୍ଣ ରାଜନୈତିକ […]
ଲୋକ ଦେଖି ମନଇଚ୍ଛା ଭଡା ଲୁଟୁଛନ୍ତି ଘରୋଇ ବସ୍, ପ୍ରଶାସନ ନିଦ୍ରାରେ
ଅସ୍ତରଙ୍ଗ, ୨୮/୦୭: ପୁରୀ ଜିଲ୍ଲା କାକଟପୁର-ଅସ୍ତରଙ୍ଗରୁ ଭୁବନେଶ୍ୱର ଯିବା ମାନେ ଏବେ ଲୁଟ୍ର ଶିକାର ହେବା। ଘରୋଇ ବସ୍ ମାଲିକ ଓ କର୍ମଚାରୀମାନେ ଆଇନକୁ ବୃଦ୍ଧାଙ୍ଗୁଳି ଦେଖାଇ ଖୋଲାଖୋଲି ଉଲ୍ଲଘନ କରୁଛନ୍ତି। ଆଉ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ସବୁ ଦେଖି ବି ଅନ୍ଧ, କାଲା ସାଜିଛନ୍ତି। ନା ଗାଡିରେ ସରକାରୀ ଭଡା ତାଲିକା, ନା କମ୍ପ୍ୟୁଟର୍ ରସିଦ୍। ଅଛି କେବଳ କଣ୍ଡକ୍ଟରଙ୍କ ମନମାନି ଆଉ ହାତ ଲେଖା କାଗଜ ଟୁକୁରା। ଏହି ଅସ୍ତ୍ରରେ ସେମାନେ ଲୋକ […]
ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ଯ ବନ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ଯାଜପୁର, ୨୮୲୭(ପିପିଏସ): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ସୁଦ୍ଧା ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ, ବିଶେଷ କରି ଯାଜପୁର, ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକ୍ ଅଞ୍ଚଳ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଏହି […]
ମହାନଦୀରେ ବନ୍ୟା, ଚାଷଜମି ଜଳମଗ୍ନ
ବାଙ୍କୀ, ୨୮୲୭ : ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ରୁ ଉଦୃତ ଜଳ ନିଷ୍କାସନ ପରେ ମହାନଦୀ ରେ ବନ୍ୟା ସୃଷ୍ଟି ହୋଇଛି ଫଳରେ ବାଙ୍କୀ ଅଞ୍ଚଳର ବିଭିନ୍ନ ତଳିଆ ଓ ଖାଲୁଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଜନ ସାଧାରଣ ଙ୍କ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । ଅନ୍ୟପଟେ ପ୍ରତେକ ଭଳି ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ […]
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ମୋଡ଼: କୋର୍ଟରେ ଆତ୍ମସମର୍ପଣ କଲେ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା
ପାରଳାଖେମୁଣ୍ଡି, (୨୭।୭): ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ଏକ ବଡ଼ ଆଇନଗତ ମୋଡ଼। ଦୀର୍ଘ ଦିନର ଚର୍ଚ୍ଚା ଓ ଆଇନଗତ ପ୍ରକ୍ରିୟା ପରେ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ (DFO) ସଂଗ୍ରାମ କେଶରୀ ବେହେରା ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ସେ ପାରଳାଖେମୁଣ୍ଡି SDJM କୋର୍ଟରେ ସରେଣ୍ଡର କରିଥିବା ଜଣାପଡ଼ିଛି। DFOଙ୍କ ଆତ୍ମସମର୍ପଣ ପରେ ଏହି ସମ୍ବେଦନଶୀଳ ମାମଲା ପୁଣି ଥରେ ରାଜ୍ୟସାରା ହଇଚଇ ସୃଷ୍ଟି କରିଛି। କ’ଣ ଥିଲା ପୂରା ଘଟଣା? ୨୦୨୧ ମସିହା […]
