ପ୍ରମୁଖ ଖବର
ତିନି ଦିନ ଧରି ବନ୍ୟା ପାଣି ଘେରରେ ମଣିପୁର ଗ୍ରାମବାସୀ, ବିଧାୟକଙ୍କ ଦ୍ଵାରା ଚୁଡା, ଚିନି, ବିସ୍କୁଟ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଗୋ ଖାଦ୍ୟ ବଣ୍ଟନ
ଭାପୁର, ୧/୮(ପିପିଏସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ମହାନଦୀରେ ବନ୍ୟା ଆସି ଭାପୁର ବ୍ଲକ୍ର ଫତେଗଡ଼ ପଞ୍ଚାୟତ ମଣିପୁର ଗ୍ରାମବାସୀ ଆଜକୁ ୩ଦିନ ଧରି ପାଣି ଘେରରେ ରହିଛନ୍ତି। ଖାଦ୍ୟ, ପିଇବା ପାଣି, ଗୋଖାଦ୍ୟ ଓ ଗମନା ଗମନକୁ ଦୁଷ୍ଟିରେ ରଖି ସ୍ଥାନୀୟ ବିଧାୟକ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି, ବ୍ଳକ ପ୍ରଶାସନ ସହ ବିଭିନ୍ନ ସଂଗଠନ ଆଗେଇ ଆସିଛନ୍ତି। ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଚୁଡା, ଚିନି, ବିସ୍କୁଟ ବଣ୍ଟନ କରିଛନ୍ତି […]
ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ; ଗାଈ ଫସିଲା, ମାଛ ଗୋଦାମ ଡୁବିଲା, କିନ୍ତୁ ପ୍ରଶାସନ ଆଶ୍ବସ୍ତି ନାହିଁ
ଅସ୍ତରଙ୍ଗ, ୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି […]
ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ
ଅସ୍ତରଙ୍ଗ,୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି ର […]
ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ସାଂସଦ ,ଜିଲ୍ଲାପାଳ ଓ ଏସପି
ରଘୁନାଥପୁର, ୧/୮(ପିପିଏସ): ମହାନଦୀରେ ବନ୍ୟା ଆସି ଜଳସ୍ତର ବୃଦ୍ଧି ପାଉଥିବାରୁ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ରଘୁନାଥପୁର ବ୍ଲକ ଅଞ୍ଚଳର ଶତାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପୂରଣ ଆଦିବାସୀ ସାହିରେ ବନ୍ୟାଜଳ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ସ୍ଥଳେ ଲୋକମାନେ ଘରୁ ଯିବାକୁ ଅମଙ୍ଗ ହୋଇଥିଲେ।ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଏଡିଏମ ଜ୍ୟୋତିଶଙ୍କର ରାୟ,ବିଡିଓ ବିରଞ୍ଚି ନାରାୟଣ ବେହେରା,ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଆଇଆଇସି ପ୍ରେମଜିତ ଦାସ ଗତକାଲି ପୋଲିସ ଫୋର୍ସ ସହ ସେଠାରେ ପହଞ୍ଚି ସେମାନଙ୍କୁ […]
ନିଜ ଜୀବନ ବାଜି ଲଗାଇ ୨ଶହ ମଇଁଷି ଉଦ୍ଧାର କଲେ ଅସ୍ତରଙ୍ଗ-କୋଣାର୍କ ଅଗ୍ନିଶମ ବୀର।
କାକଟପୁର, ୦୧/୦୮: ଗୁରୁବାର ରାତି। ଦେବୀ ନଦୀ ମା “ଆଜି ରାଗି ଯାଇଥିଲେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ର ତାଳଦା ନିକଟ ଗୋଟେ ନିର୍ଜନ ଟାପୁ। ସେଠାରେ ୨ଶହ ରୁ ରୁ ଉର୍ଦ୍ଧ ମଇଁଷି। ସେମାନେ କେବଳ ମଇଁଷି ନୁହଁନ୍ତି। ସେମାନେ ହେଲେ ଗୋଟେ ଚାଷୀ ର ସ୍ୱପ୍ନ, ଗୋଟେ ପିଲା ର ପାଠ ପଢା, ଗୋଟେ ଘର ର ଚୁଲି।ହଠାତ ଜଳସ୍ତର ବଢିଲା। ଚାରି ପାଖୁ କେବଳ ପ୍ରଖର ସ୍ରୋତ। ମଇଁଷି ମାନେ ପାଣି ରେ […]
ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି।
ଅସ୍ତରଙ୍ଗ, ୩୧/୦୭: ଗୋଟିଏ ପଟେ ଦେବୀ ନଦୀ ରେ ବନ୍ୟା ପାଣି ବଢୁଛି, ତଳିଆ ଗାଁ ର ଲୋକ ମଇଁଷି ପାଣି ଘେର ରେ ଫସୁଛନ୍ତି। ଆଉ ଗୋଟିଏ ପଟେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି। ଏହା କି ପ୍ରଶାସନିକ ତତ୍ପରତା ? ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରଶାସନ ନିକଟରେ ଥିବା “ସ୍ପେସିଆଲ ରିଲିଫ ଓଡିଶା ଏଫଆରପି […]
ବନ୍ୟା ରେ ଯାଜପୁର ଜିଲା ର ୯ ବ୍ଳକ ର ୫୦ ରୁ ଉର୍ଦ୍ଧ ପଞ୍ଚାୟତ ପ୍ରଭାବିତ
ଯାଜପୁର, ୩୧୲୦୭(ପିପିଏସ): ଯାଜପୁରରେ ବନ୍ୟାର ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଦଶରଥପୁର ଓ ବରୀ ପରେ ଏବେ ବିଞ୍ଝାରପୁର ବ୍ଲକକୁ ମଧ୍ୟ ଗ୍ରାସ କରିଛି ବନ୍ୟା। ସେଠାରେ ମଧ୍ୟ ନୂଆମାହାରା ନିକଟରେ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି।ବଡ଼କଥା ହେଲା ଦୁଇଦିନ ତଳେ ଦଶରଥପୁରରେ କାଣୀ ନଦୀରେ ହୋଇଥିବା ଘାଇ ଯୋଗୁଁ ଶହ ଶହ ପରିବାର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ସୁକିନ୍ଦା ବ୍ୟତୀତ ମୋଟାମୋଟି ୯ଟି ବ୍ଲକର ୫୦ରୁ ଉର୍ଧ୍ଵ […]
ଭାରତୀୟ ନୋଟ୍ରେ କେତୋଟି ଭାଷା ଲେଖାଥାଏ?
ଯଦି ଆପଣ କେବେ ଭାରତୀୟ ନୋଟ୍କୁ ଧ୍ୟାନର ସହ ଦେଖିଥିବେ, ତେବେ ସେଥିରେ ଭିନ୍ନ ଭିନ୍ନ ଭାଷାରେ ଲେଖାଯାଇଥିବା ଶବ୍ଦଗୁଡ଼ିକୁ ନିଶ୍ଚୟ ଲକ୍ଷ୍ୟ କରିଥିବେ। ଏଭଳି ପରିସ୍ଥିତିରେ ଆପଣ ଜାଣିଛନ୍ତି କି, ଭାରତୀୟ ନୋଟ୍ଗୁଡ଼ିକରେ ମୋଟ୍ କେତୋଟି ଭାଷା ଲେଖାଯାଇଥାଏ ଏବଂ ଏପରି କାହିଁକି କରାଯାଏ? ଏହା ପଛର କାରଣ ହେଉଛି ଭାରତରେ କୁହାଯାଉଥିବା ଭାଷାଗୁଡ଼ିକ, ଯାହା ଲୋକମାନଙ୍କର ଭାବନାକୁ ପ୍ରକାଶ କରିବାର କାମ କରିଥାଏ। ଭାରତୀୟ ନୋଟ୍ରେ ମୋଟ୍ କେତୋଟି ଭାଷା ଥାଏ? ଭାରତୀୟ ମୁଦ୍ରା (କରେନ୍ସି) ନୋଟ୍ଗୁଡ଼ିକରେ ପ୍ରାୟ ୧୭ଟି ଭାଷା ଲେଖାଯାଇଥାଏ। ନୋଟ୍ର ସମ୍ମୁଖ ଭାଗରେ ୨ଟି ଭାଷା ଥାଏ, ଯାହାକୁ ହିନ୍ଦୀ ଏବଂ ଇଂରାଜୀ ଜାଣିଥିବା ଲୋକେ ସହଜରେ ପଢ଼ିପାରିବେ। ସେହିପରି, ପଛ ଭାଗରେ ୧୫ଟି ଭାଷା ଲେଖାଯାଇଥାଏ। ସେହି ୧୫ଟି ଭାଷା କେଉଁଗୁଡ଼ିକ?ଭାରତୀୟ ନୋଟ୍ର ଭାଷା ପ୍ୟାନେଲ୍ (Language Panel) ରେ ଏହି ୧୫ଟି ଭାଷା ସାମିଲ ଥାଏ। ଏଥିରେ ଅସମୀୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲାୟାଲମ୍, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଲେଖାଯାଇଥାଏ। ହିନ୍ଦୀ ଏବଂ ଇଂରାଜୀ ଅଲଗା କାହିଁକି ଲେଖାଯାଏ?ହିନ୍ଦୀ ଏବଂ ଇଂରାଜୀକୁ ନୋଟ୍ର ସମ୍ମୁଖ ଭାଗରେ (ଆଗ ପଟେ) ଲେଖାଯାଇଥାଏ। ଏହାଦ୍ୱାରା ସାରା ଦେଶରେ ନୋଟ୍କୁ ଚିହ୍ନିବା ସହଜ ହୋଇଥାଏ। ସେହିପରି, ଅନ୍ୟ ଭାରତୀୟ ଭାଷାଗୁଡ଼ିକୁ ପଛ ପଟେ ଥିବା ଭାଷା ପ୍ୟାନେଲ୍ରେ ସାମିଲ କରାଯାଇଛି। ସବୁ ଭାଷା କାହିଁକି ନଥାଏ?ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ବର୍ତ୍ତମାନ ୨୨ଟି ଭାଷା ସାମିଲ ରହିଛି, କିନ୍ତୁ ଭାରତୀୟ ନୋଟ୍ଗୁଡ଼ିକରେ ଏବେ ମଧ୍ୟ ମୋଟ୍ ୧୭ଟି ଭାଷା ହିଁ ଲେଖାଯାଉଛି। ଏହାର କାରଣ ହେଉଛି ନୋଟ୍ଗୁଡ଼ିକର ବର୍ତ୍ତମାନର ଡିଜାଇନ୍ ସେହି ସମୟରେ ପ୍ରସ୍ତୁତ କରାଯାଇଥିଲା। ନୋଟ୍ଗୁଡ଼ିକରେ ଭାଷା ଲେଖିବାର ଆରମ୍ଭ କେବେ ହୋଇଥିଲା?ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ଜାରି କରାଯାଉଥିବା ନୋଟ୍ଗୁଡ଼ିକରେ ବିଭିନ୍ନ ଭାରତୀୟ ଭାଷାର ବ୍ୟବହାର ଅନେକ ଦଶନ୍ଧି ଧରି କରାଯାଇ ଆସୁଛି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ଭିନ୍ନ ଭିନ୍ନ ରାଜ୍ୟ ଏବଂ ଭାଷାଭାଷୀ ସମୁଦାୟର ଲୋକଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା।
ୱାଙ୍ଗଚୁକ୍ଙ୍କ ‘ଟ୍ରାଇବାଲ୍ ହାଉସ୍’
ମାଟିକାନ୍ଥ ଘର । କିନ୍ତୁ ସୁବିଧାରେ ଭିଲ୍ଲାଠାରୁ କମ୍ ନୁହେଁ । ଲଦାଖର ବିଯୁକ୍ତ ତାପମାତ୍ରାରେ ବି ଘର ଭିତର ଉଷୁମ । ବିନା ହିଟରରେ ମଧ୍ୟ ଭିତରେ ୧୮ରୁ ୨୦ ଡିଗ୍ରୀ ତାପମାତ୍ରା । ପାରମ୍ପରିକ ପାହାଡ଼ିଆ ବାସ୍ତୁକଳା ଏବଂ ପାଣିପାଗ ଅନୁକୂଳ ଆଧୁନିକ ଇଞ୍ଜିନିୟରିଂର ଏହା ଏକ ଚମତ୍କାର ଉଦାହରଣ । ତାପମାତ୍ରାର ପ୍ରାକୃତିକ ନିୟନ୍ତ୍ରଣ ପାଇଁ ସବୁ ବ୍ୟବସ୍ଥା ଖଞ୍ଜାଯାଇଛି । ଘର ତିଆରିରେ ସିମେଣ୍ଟ ଓ କଂକ୍ରିଟ ବଦଳରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ସୂର୍ଯ୍ୟ କିରଣରେ ଘର ଗରମ ହେଉଛି । ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ପାଇଖାନା ରହିଛି । ୨୬ ଦିନ ଅନଶନ କରି ଦେଶବ୍ୟାପୀ ଚର୍ଚ୍ଚା ସାଉଁଟିଥିବା ଜଳବାୟୁ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ଙ୍କର ଏହି ‘ଟ୍ରାଇବାଲ୍ ଘର’ ଏବେ ବେଶ୍ ଚର୍ଚ୍ଚାରେ । ଜଳବାୟୁ କର୍ମୀ ହିସାବରେ ସେ ନିଜ ଘରକୁ ବାସ୍ତବରେ ପରିବେଶ ଅନୁକୂଳ ବନାଇଛନ୍ତି । ପରିବେଶ ପାଇଁ ଏହା ଦୃଷ୍ଟାନ୍ତ ସାଜିଛି । ଆମେରିକା ଓ ୟୁରୋପରେ ବି ଏହାକୁ ନେଇ ଚର୍ଚ୍ଚା ହେଉଛି । ଗବେଷଣା ବି କରାଯାଉଛି । ୱାଙ୍ଗଚୁକ୍ଙ୍କୁ ଲୋକେ ଜଣେ ଇଞ୍ଜିନିୟର, ଶିକ୍ଷା ସଂସ୍କାରକ ଏବଂ ପରିବେଶ ସଂରକ୍ଷକ ଭାବେ ଜାଣନ୍ତି । କିନ୍ତୁ ତାଙ୍କର ଲଦାଖସ୍ଥିତ ଘରକୁ ବହୁତ କମ୍ ଲୋକ ପାଖରୁ ଦେଖିଛନ୍ତି । ରହିବା ପାଇଁ ଏହା କେବଳ ଏକ ଘର ନୁହେଁ । ବରଂ ପ୍ରକୃତିକୁ ବୁଝି ଘର ନିର୍ମାଣ କଲେ ସ୍ୱଳ୍ପ ସମ୍ବଳରେ ମଧ୍ୟ ଆରାମଦାୟକ ଜୀବନ ବଞ୍ଚିହେବ ବୋଲି ଏହା ଶିଖାଉଛି । ଏହି ନିଆରା ଘର ‘ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ୍ସ ଲଦାଖ (ଏଚ୍ଆଇଏଏଲ୍)’ ପରିସରରେ ନିର୍ମାଣ ହୋଇଛି । ଏହାର ଛୋଟବଡ଼ ସମସ୍ତ ଅଂଶକୁ ପରିବେଶକୁ ଧ୍ୟାନରେ ରଖି ଡିଜାଇନ କରାଯାଇଛି । ଏଠାରେ ଆଧୁନିକ ସୁବିଧା ସାଙ୍ଗକୁ ପାରମ୍ପରିକ ଲଦାଖୀ ଭାବନା ବି ଖୁନ୍ଦି ହୋଇଛି । ଏହି କାରଣରୁ ଘରଟି ଆଜି ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି । ଘରଟିର ସବୁଠୁ ବିଶେଷତ୍ୱ ହେଉଛି ଏହାର କାନ୍ଥ । ସମ୍ପ୍ରତି ଅଧିକାଂଶ ଘର ସିମେଣ୍ଟ, କଂକ୍ରିଟ ଏବଂ ଇସ୍ପାତ ଦ୍ୱାରା ବନାଯାଉଛି । କିନ୍ତୁ ଏହି ଘରେ ମାଟି ଏବଂ ସ୍ଥାନୀୟ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ଲଦାଖରେ ଅନେକ ଶତାବ୍ଦୀ ଧରି ଏହି ପ୍ରକାର ଘର ନିର୍ମାଣ କରାଯାଉଛି । ମୁଖ୍ୟ କାରଣ ହେଉଛି ଏଠାକାର ପ୍ରତିକୂଳ ପାଣିପାଗ । ମୋଟା ମାଟିର କାନ୍ଥ ଗରମ ଦିନରେ ବି ଘରକୁ ଥଣ୍ଡା ରଖିଥାଏ ଏବଂ ବିଯୁକ୍ତ ତାପମାତ୍ରାରେ ଭିତରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଷୁମ ରଖେ । ଏହା ଫଳରେ ପୃଥକ ରୁମ୍ ହିଟର ଚଳାଇବା ଦରକାର ହୁଏନାହିଁ । ଘରର ସୋଲାର ଡିଜାଇନ ବି ଦୃଷ୍ଟି ଆକର୍ଷଣ କରେ । ଏହାର ବଡ଼ ବଡ଼ ଝରକା ଏଭଳି ଦିଗରେ ପ୍ରସ୍ତୁତ ହୋଇଛି, ଯାହାଦ୍ୱାରା ଦିନସାରା ଖରା ପଡ଼ିଥାଏ । ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଉତ୍ତାପ ମାଟିକାନ୍ଥରେ ଜମା ହୋଇ ରହିଥାଏ ଏବଂ ସନ୍ଧ୍ୟା ହେବା ପରେ ଧୀରେ ଧୀରେ ସାରା ଘରକୁ ଏହି ଉତ୍ତାପ ବ୍ୟାପିବାକୁ ଲାଗିଥାଏ । ଏହାଯୋଗୁ ଲଦାଖ ଭଳି ସାଙ୍ଘାତିକ ଥଣ୍ଡା ଜାଗାରେ ଘର ଭିତର ତାପମାତ୍ରା ଆରାମଦାୟକ ଅନୁଭୂତ ହୁଏ । ଏହାଦ୍ୱାରା ବିଜୁଳି ଏବଂ ଇନ୍ଧନ ସଞ୍ଚୟ ହୋଇଥାଏ । ବାହାରୁ ଦେଖିବାକୁ ଘରଟି ସମ୍ପୂର୍ଣ୍ଣ ପାରମ୍ପରିକ ଲଦାଖୀ ଘର ଭଳି ଲାଗିଥାଏ । କିନ୍ତୁ ଭିତରେ ପ୍ରବେଶ କରିବା କ୍ଷଣି ଆଧୁନିକ ସୁବିଧା ଦୃଷ୍ଟି ଆକର୍ଷଣ କରେ । ଘରକୁ ଆସୁଥିବା ନୂଆ ଅତିଥି ଏହାକୁ ଦେଖି ବିଭୋର ହୋଇଉଠନ୍ତି । ଏହାର ସୌନ୍ଦର୍ଯ୍ୟ ଏବଂ ବୈଶିଷ୍ଟ୍ୟକୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ । ଆରାମରେ ବସିବା ସ୍ଥାନ, ସୁନ୍ଦର କାଠ ଫର୍ନିଚର, ମଡ୍ୟୁଲାର କିଚେନ ଏବଂ ପରିବାର ସହ ବସି ଖାଇବାକୁ ଖୋଲା ସ୍ଥାନ ଏହାକୁ ସ୍ୱତନ୍ତ୍ର ବନାଉଛି । ସମସ୍ତ କକ୍ଷରେ ଜରୁରି ସୁବିଧା ମହଜୁଦ । ଏହି ଘରେ ସ୍ୱାଭାବିକ ଫ୍ଲସ ଟଏଲେଟ ସ୍ଥାନରେ ସ୍ୱତନ୍ତ୍ର ପ୍ରକାର କମ୍ପୋଷ୍ଟିଙ୍ଗ୍ ଟଏଲେଟ୍ ଲଗାଯାଇଛି । ଏଥିରେ ପ୍ରତିଥର ଫ୍ଲସ୍ କରିବା ଲାଗି ପାଣିର ଆବଶ୍ୟକ ହୁଏନାହିଁ । ଏହା ବଦଳରେ କାଠଗୁଣ୍ଡ କିମ୍ବା ମାଟି ବ୍ୟବହାର କରାଯାଏ । ଏହାଦ୍ୱାରା ବହୁତ ପାଣି ସଞ୍ଚୟ ହୋଇଥାଏ । ଶେଷରେ ଏହା ଜୈବିକ ସାରରେ ରୂପାନ୍ତରିକ ହୁଏ । ଲଦାଖ ଭଳି ଅଞ୍ଚଳରେ ପାଣି ବହୁତ ମହଙ୍ଗା । ସେଠାରେ ଏହି କୌଶଳ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଘର ପାଖରେ କମ୍ ଖାଲି ସ୍ଥାନ ଦେଖିବାକୁ ମିଳେ । ଏଠାରେ ଗ୍ରୀନହାଉସ ନିର୍ମାଣ କରାଯାଏ, ଯେଉଁଠାରେ ପାଣିପାଗ ଅନୁସାରେ ପନିପରିବା ଏବଂ ଅନ୍ୟ ଚାରା ରୋପଣ କରାଯାଏ । ଏହାଛଡ଼ା ସେଓ ଗଛ ବି ଲଗାଯାଏ । ସମଗ୍ର ପରିସରକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସ୍ଥାନୀୟ ସମ୍ବଳର ସର୍ବାଧିକ ଉପଯୋଗ ହେବ ଏବଂ ପ୍ରକୃତି ଉପରେ ଅନ୍ୟୂନ ଚାପ ପଡ଼ିବ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଶକ୍ତି ସଂରକ୍ଷଣ ଏବଂ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉଛି । ଏଭଳି ସମୟରେ ସୋନମ ୱାଙ୍ଗଚୁକ୍ଙ୍କର ଏହି ଘର ଦର୍ଶାଉଛି ଯେ ପାରମ୍ପରିକ ଜ୍ଞାନ ଓ ଆଧୁନିକ ବିଜ୍ଞାନକୁ ମିଶାଇ ଉନ୍ନତ ଭବିଷ୍ୟତ ନିର୍ମାଣ କରାଯାଇ ପାରିବ । ସ୍ଥାନୀୟ ସାମଗ୍ରୀର ବ୍ୟବହାର, ପାଣି ସଞ୍ଚୟ, ସୌର ଶକ୍ତି ଏବଂ ପ୍ରାକୃତିକ ଡିଜାଇନ ଏହି ଘରକୁ ଏକ ‘ଆଦର୍ଶ ଗ୍ରୀନ୍ ହୋମ୍’ ଭାବେ ଗଢ଼ିତୋଳିଛି ।
ସମୁଦ୍ର କୂଳରେ ହିଁ କାହିଁକି ହୁଏ ନଡ଼ିଆ ଚାଷ?
ନଡ଼ିଆ ପାଣି ପ୍ରାୟ ସମସ୍ତେ ପିଇଥିବେ । ଏହାର ମିଠା ପାଣି ଏବଂ ଭିତରେ ଥିବା ଧଳା ଅଂଶ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ ଏବଂ ଗ୍ରୀଷ୍ମ ଋତୁରେ ଏହା ଶରୀରକୁ ବେଶ୍ ଆରାମ ଦେଇଥାଏ । ନଡ଼ିଆ ଗଛ ସାଧାରଣତଃ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଅଧିକ ଦେଖିବାକୁ ମିଳେ । ସେଠାରେ ସମୁଦ୍ର କୂଳରେ ବାଲି ଉପରେ ଚାଲିବା ସମୟରେ ଦୂର ପର୍ଯ୍ୟନ୍ତ ବ୍ୟାପିଥିବା ନଡ଼ିଆ ଗଛଗୁଡ଼ିକ ମନକୁ ଖୁବ୍ ଶାନ୍ତି ଦେଇଥାନ୍ତି । କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ଏହି ଗଛଗୁଡ଼ିକ ସବୁବେଳେ ସମୁଦ୍ର ଆଡ଼କୁ ଢଳି ରହିଥାନ୍ତି । ଆଖପାଖ ସହର କିମ୍ବା ପାହାଡ଼ିଆ ଅଞ୍ଚଳରେ ଏହି ଗଛ ସେତେଟା ଦେଖାଯାଏ ନାହିଁ, ବରଂ ସବୁବେଳେ ସମୁଦ୍ର କୂଳରେ ଏହା ଅଧିକ ଦେଖାଯାଏ । ଆସନ୍ତୁ ଜାଣିବା ଏହା ପଛର ଅସଲ କାରଣ । ସମୁଦ୍ର ଆଡ଼କୁ ଢଳି ରହିବାର ରହସ୍ୟ ସାଧାରଣତଃ ଅଧିକାଂଶ ଗଛ ପ୍ରବଳ ପବନ ବହିଲେ ତାର ବିପରୀତ ଦିଗକୁ ଢଳିଯାନ୍ତି, କିନ୍ତୁ ନଡ଼ିଆ ଗଛ କ୍ଷେତ୍ରରେ ଏମିତି ଆଦୌ ହୁଏନାହିଁ । ଏହି ଗଛ ପବନର ଦିଗ ଅନୁସାରେ ନଇଁବା ପରିବର୍ତ୍ତେ ସୂର୍ଯ୍ୟଙ୍କ ଆଲୋକ ଆଡ଼କୁ ଅଧିକ ଆକର୍ଷିତ ହୋଇଥାଏ, ଯାହାକୁ ବିଜ୍ଞାନ ଭାଷାରେ ‘ଫୋଟୋଟ୍ରୋପିଜମ୍’ କୁହାଯାଏ । ସମୁଦ୍ର ଉପର ଆକାଶ ସମ୍ପୂର୍ଣ୍ଣ ଖୋଲା ଏବଂ ସଫା ଥିବାରୁ, ଗଛଗୁଡ଼ିକୁ ସେହି ଦିଗରୁ ହିଁ ସବୁଠାରୁ ଅଧିକ ପବନ ଓ ସୂର୍ଯ୍ୟକିରଣ ମିଳିଥାଏ । ଏହି ପ୍ରଚୁର ଆଲୋକ ପାଇବା ପାଇଁ ନଡ଼ିଆ ଗଛଗୁଡ଼ିକ ସମୁଦ୍ର ଆଡ଼କୁ ଢଳି ଚାଲନ୍ତି । ଏହା ବ୍ୟତୀତ ଉପକୂଳ ଅଞ୍ଚଳରେ ଆସୁଥିବା ବାତ୍ୟା ଓ ଝଡ଼ର ମାଡ଼ ସହି ଏହି ଗଛଗୁଡ଼ିକ ଅନ୍ୟ ଜଙ୍ଗଲ ପାଇଁ ଏକ ସୁରକ୍ଷା ପ୍ରାଚୀର ସଦୃଶ କାର୍ଯ୍ୟ କରନ୍ତି । ସମୁଦ୍ର କୂଳରେ ହିଁ କାହିଁକି ଗଜା ହୁଏ ନଡ଼ିଆ? ସମୁଦ୍ର କୂଳରେ ନଡ଼ିଆ ଗଛ ହେବାର ସବୁଠାରୁ ବଡ଼ ବୈଜ୍ଞାନିକ କାରଣ ହେଉଛି ଏହାର ଫଳ ଏବଂ ମଞ୍ଜି । ନଡ଼ିଆର ବାହାର ପାଖ ଏତେ ଶକ୍ତ ଏବଂ ହାଲୁକା ହୋଇଥାଏ ଯେ, ଏହା ପାଣିରେ ନବୁଡ଼ି ସପ୍ତାହ ସପ୍ତାହ ଧରି ଭାସିପାରେ । ଯେତେବେଳେ କୌଣସି ପାଚିଲା ନଡ଼ିଆ ତଳେ ପଡ଼େ, ସମୁଦ୍ରର ଢେଉ ତାକୁ ନିଜ ସହ ଶହ ଶହ କିଲୋମିଟର ଦୂରକୁ ଭସାଇ ନେଇଯାଏ । ପାଣି ମାଧ୍ୟମରେ ମଞ୍ଜିର ଏଭଳି ବଂଶବିସ୍ତାର ପ୍ରକ୍ରିୟାକୁ ବିଜ୍ଞାନରେ ‘ହାଇଡ୍ରୋକୋରୀ’ କୁହାଯାଏ । ଆଶ୍ଚର୍ଯ୍ୟର କଥା ହେଉଛି, ଲୁଣି ପାଣିରେ ମାସ ମାସ ଧରି ଭାସିବା ପରେ ମଧ୍ୟ ନଡ଼ିଆ ଭିତରେ ଥିବା ମଞ୍ଜି କେବେ ନଷ୍ଟ ହୁଏନାହିଁ ଏବଂ ଯେମିତି ତାକୁ କୌଣସି ନୂଆ କୂଳ ବା ମାଟି ମିଳେ, ତାହା ଗଜା ହୋଇଯାଏ । ସୋଲାର ପ୍ୟାନେଲ୍ ଭଳି କାମ କରେ ପତ୍ର ନଡ଼ିଆ ଗଛର ବୃଦ୍ଧିରେ ସମୁଦ୍ର କୂଳରେ ମିଳୁଥିବା ପ୍ରଖର ସୂର୍ଯ୍ୟକିରଣର ବଡ଼ ଅବଦାନ ରହିଥାଏ । ଏହି ଗଛର ଲମ୍ବା ଏବଂ ମେଲାଇ ହୋଇଥିବା ପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଏକ ପ୍ରାକୃତିକ ସୋଲାର ପ୍ୟାନେଲ୍ ଭଳି କାମ କରନ୍ତି । ଏହି ପତ୍ରଗୁଡ଼ିକ ଉପରେ ଯେତେ ପ୍ରଖର ଖରା ପଡ଼େ, ଗଛ ଭିତରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ସେତେ ଶୀଘ୍ର ହୋଇଥାଏ । ସହରର ଘଞ୍ଚ ଜନବସତି କିମ୍ବା ପାହାଡ଼ର ଛାଇରେ ସେମାନଙ୍କୁ ଏଭଳି ଖୋଲା ସୂର୍ଯ୍ୟକିରଣ ମିଳିପାରେ ନାହିଁ, ସେଥିପାଇଁ ଏହି ଗଛ ଉପକୂଳର ବାଲିଆ ମାଟିରେ ଖୁବ୍ ଶୀଘ୍ର ବଢ଼ିଥାନ୍ତି । ବାଲି ଓ ଲୁଣି ପାଣି ସହ ରହିଛି ସମ୍ପର୍କ ନଡ଼ିଆ ଗଛ ବଢ଼ିବା ପାଇଁ କୌଣସି ଅଧିକ ଉର୍ବର କିମ୍ବା କଳା ମାଟିର ଆବଶ୍ୟକତା ନଥାଏ । ସମୁଦ୍ର କୂଳରେ ମିଳୁଥିବା ବାଲି ଏବଂ ଲୁଣି ପାଣି ଏହା ପାଇଁ ସବୁଠାରୁ ଉତ୍ତମ । ଏହି ଗଛର ଚେରଗୁଡ଼ିକର ଗଠନ ଏମିତି ହୋଇଥାଏ, ଯେଉଁଥିରେ ପାଣି ଜମି ରହେନାହିଁ, ବରଂ କେବଳ ଆର୍ଦ୍ରତା ବା ଓଦାଭାବ ରହିଥାଏ । ବାଲି ଯୋଗୁଁ ପାଣି ତୁରନ୍ତ ଛାଣି ହୋଇ ତଳକୁ ଚାଲିଯାଏ, ଯାହାଦ୍ୱାରା ଚେର ସଢ଼ିଯାଏ ନାହିଁ ଏବଂ ଗଛ ମାଟି ଭିତରୁ ଆବଶ୍ୟକୀୟ ଆର୍ଦ୍ରତା ଶୋଷିନିଏ । ଏହା ସହିତ ସମୁଦ୍ର ଢେଉ ନିଜ ସହ ଯେଉଁ ଖଣିଜ ଏବଂ ପୋଷକ ତତ୍ତ୍ୱ ଭସାଇ କୂଳକୁ ଆଣିଥାଏ, ତାହା ଏହି ବାଲିଆ ମାଟିକୁ ନଡ଼ିଆ ଗଛ ପାଇଁ ଅତ୍ୟନ୍ତ ପୁଷ୍ଟିକର କରିଦେଇଥାଏ ।