ପ୍ରମୁଖ ଖବର
ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ସି ଜିନପିଙ୍ଗ
ନୂଆଦିଲ୍ଲୀ/ବେଜିଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ରେ ଆୟୋଜିତ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ସେ ଯୋଗଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସି ଜିନପିଙ୍ଗଙ୍କ ଭାରତ ଗସ୍ତ ନେଇ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଦୁଇଦିନିଆ BRICS ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରାୟ ୭ ବର୍ଷ ପରେ ସି ଜିନପିଙ୍ଗ ଭାରତ ଗସ୍ତ କରୁଥିବାରୁ […]
BRICS ସମ୍ମିଳନୀକୁ ଯିବେ ନାହିଁ ତାରିକ ରହମାନ
ନୂଆଦିଲ୍ଲୀ/ଢାକା: ନୂଆଦିଲ୍ଲୀରେ ହେବାକୁ ଥିବା ଦୁଇଦିନିଆ BRICS ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଯୋଗଦେବେ ନାହିଁ। ବାଂଲାଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି। ହୁମାୟୁନ କବୀର କହିଛନ୍ତି ଯେ BRICS ସମ୍ମିଳନୀ ପାଇଁ ତାରିକ ରହମାନଙ୍କୁ ସିଧାସଳଖ ନିମନ୍ତ୍ରଣ କରାଯାଇନାହିଁ। ବାଂଲାଦେଶ ପକ୍ଷରୁ ଜଣେ ପ୍ରତିନିଧି ସମ୍ମିଳନୀରେ ଯୋଗଦେବେ। ‘ଦି ଡେଲି ଷ୍ଟାର୍’ର ରିପୋର୍ଟ ଅନୁଯାୟୀ, ତାରିକ ରହମାନଙ୍କ ଭାରତ ଗସ୍ତ ନେଇ ପଚରାଯିବାରୁ ହୁମାୟୁନ କବୀର କହିଥିଲେ, […]
FAS ରିପୋର୍ଟରେ ଦାବି; ଭାରତ ପାଖରେ ୧୯୦ ପରମାଣୁ ଅସ୍ତ୍ର!
ନୂଆଦିଲ୍ଲୀ: ଭାରତର ପରମାଣୁ ଅସ୍ତ୍ରଭଣ୍ଡାରରେ ପ୍ରାୟ ୧୯୦ଟି ଯୁଦ୍ଧାସ୍ତ୍ର ଥିବା ଆକଳନ କରିଛି ଆମେରିକାର ଫେଡେରେସନ ଅଫ୍ ଆମେରିକାନ ସାଇଣ୍ଟିଷ୍ଟସ୍ (FAS)। ଏଥିରେ ବିକାଶାଧୀନ ନୂତନ କ୍ଷେପଣାସ୍ତ୍ର ପାଇଁ ପ୍ରାୟ ୩୦ଟି ଅତିରିକ୍ତ ପରମାଣୁ ଅସ୍ତ୍ର ସାମିଲ ଥିବା ରିପୋର୍ଟରେ ଦାବି କରାଯାଇଛି। ଖୋଲା ଉତ୍ସ, ସରକାରୀ ତଥ୍ୟ ଏବଂ ବାଣିଜ୍ୟିକ ଉପଗ୍ରହ ଚିତ୍ରର ବିଶ୍ଳେଷଣ ଆଧାରରେ ଏହି ଆକଳନ କରାଯାଇଥିବା କୁହାଯାଇଛି। FAS ଅନୁଯାୟୀ, ଭାରତ ପାଖରେ ବର୍ତ୍ତମାନ ୯ଟି କାର୍ଯ୍ୟକ୍ଷମ ପରମାଣୁ-ସକ୍ଷମ ପ୍ରଣାଳୀ ରହିଛି। […]
କୋଇଲା ପରିବହନ ପାଇଁ ରାସ୍ତା ନାହିଁ, ବଢୁଛି ଅସନ୍ତୋଷ
ଛେଣ୍ଡିପଦାରେ ଦୈନିକ ୯୦୦ରୁ ଅଧିକ କୋଇଲା ଟ୍ରକ୍ ଚଳାଚଳ, ଦୁର୍ଘଟଣା ଆଶଙ୍କାରେ ଲୋକେ ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଏକାଧିକ ଖଣିରୁ କୋଇଲା ପରିବହନ ହେଉଥିଲେ ମଧ୍ୟ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ୪୧ଟି କୋଇଲା ଖଣି ହେବାକୁ ଥିବା ବେଳେ ବର୍ତ୍ତମାନ ୫ଟି ଖଣିରୁ କୋଇଲା ପରିବହନ ହେଉଛି। ରାଇଝରଣରେ ଥିବା ଉତ୍କଳ ବି-୧, ଉତ୍କଳ ବି-୨, ଉତ୍କଳ ସି, ଉତ୍କଳ […]
କାଦୁଅ ରାସ୍ତାରେ ଯାତାୟାତ ଦୁର୍ବିଷହ, ଡିଏମ୍ଏଫ୍ ଅର୍ଥ ବିନିଯୋଗକୁ ନେଇ ଉଠିଲା ପ୍ରଶ୍ନ
ପାଇକମାଳ: ପାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଅନ୍ତର୍ଗତ ଭୂତମୁଣ୍ଡା-ଅଚ୍ୟୁତପୁର (ଢେଙ୍କିମୁଣ୍ଡା) ଗାଁକୁ ଯାତାୟାତ ରାସ୍ତାର ଅବସ୍ଥା ବର୍ଷା ହେଲେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି। ଭୂତମୁଣ୍ଡାଠାରୁ ମାତ୍ର ପ୍ରାୟ ୧ କିମି ଦୂରରେ ଥିବା ଏହି ଗାଁରେ ୬୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୪୦୦ ଲୋକ ବସବାସ କରୁଛନ୍ତି। ହେଲେ ଗାଁକୁ ପହଞ୍ଚିବା ପାଇଁ ପକ୍କା ରାସ୍ତାଟିଏ ଦୀର୍ଘଦିନ ଧରି ହୋଇପାରିନାହିଁ। ବର୍ଷା ଋତୁରେ ଏହି ରାସ୍ତାରେ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼େ। ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହି ରାସ୍ତା […]
ରାଉରକେଲାରେ ସ୍ମାର୍ଟ ସିଟି ବ୍ୟବସ୍ଥା ବେହାଲ, କାଗଜପତ୍ରରେ ସୀମିତ ଆର୍ଏମ୍ସି ସ୍ୱଚ୍ଛତା
ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପରିମଳ ବ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ସିଭିଲ୍ ଟାଉନସିପ୍ ହେଉ କି ଗୋପବନ୍ଧୁପାଲି, ମଧୁସୂଦନପାଲି—ପ୍ରାୟ ସବୁ ଅଞ୍ଚଳରେ ସମାନ ସ୍ଥିତି। ରାସ୍ତାଘାଟ, ନାଳନର୍ଦ୍ଦମା ସବୁଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଅନ୍ୟପକ୍ଷରେ, ଜାତୀୟ ସ୍ୱଚ୍ଛତା ସର୍ଭେକ୍ଷଣ ରାଙ୍କିଂରେ ରାଉରକେଲା କ୍ରମାଗତ ଭାବେ ନିଜ ସ୍ଥିତି ବଜାୟ ରଖିଆସିଛି। ଗତ ୫ ବର୍ଷର ରିପୋର୍ଟ ଦେଖିଲେ ୨୦୨୧ରେ ରାଉରକେଲା ୫୭ତମ, ୨୦୨୨ରେ ୪୫ତମ, ୨୦୨୩ରେ ୧୧୯ତମ ଏବଂ ୨୦୨୪ରେ […]
ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ଭର୍ତ୍ତୃହରି ମହତାବ; ବିତ୍ତ କମିଟିର ଉଲ୍ଲେଖନୀୟ କାର୍ଯ୍ୟକୁ ମିଳିଲା ସ୍ୱୀକୃତି
ନୂଆଦିଲ୍ଲୀ: ସଂସଦୀୟ ସ୍ଥାୟୀ କମିଟି ଅନ୍ ଫାଇନାନ୍ସର ଉଲ୍ଲେଖନୀୟ କାର୍ଯ୍ୟ ଓ ସଂସଦୀୟ ଅବଦାନକୁ ସ୍ୱୀକୃତି ଦେଇ ୧୬ତମ ସଂସଦ ରତ୍ନ ପୁରସ୍କାର-୨୦୨୬ରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ‘ସଂସଦ ରତ୍ନ ପୁରସ୍କାର’ରେ ସମ୍ମାନିତ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଦାୟିତ୍ୱବୋଧ, ବ୍ୟାପକ ସଂସଦୀୟ ଯାଞ୍ଚ ଏବଂ ଗଠନମୂଳକ ଆଲୋଚନାକୁ ଏହି ସମ୍ମାନରେ ସ୍ୱୀକୃତି ମିଳିଛି। ୨୦୨୫ରେ ମଧ୍ୟ ଭର୍ତ୍ତୃହରି ମହତାବ ତାଙ୍କର ଉଲ୍ଲେଖନୀୟ ସଂସଦୀୟ ସେବା ପାଇଁ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। […]
ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ, ବରମ୍ବା-କଟକ ଚିନିକଳ ପାଇଁ ନିମନ୍ତ୍ରଣ
ନୂଆଦିଲ୍ଲୀ: କଟକ ସାଂସଦ ଡ. ଭର୍ତ୍ତୃହରି ମହତାବ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ତାଙ୍କ କର୍ତ୍ତବ୍ୟ ଭବନସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ ଡ. ମହତାବ ବରମ୍ବା-କଟକରେ ପ୍ରସ୍ତାବିତ ଚିନିକଳର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଆନ୍ତରିକ ନିମନ୍ତ୍ରଣ ଜଣାଇଛନ୍ତି। ବରମ୍ବା-କଟକ ଅଞ୍ଚଳରେ ଚିନିକଳ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅର୍ଥନୀତିକୁ ଗତି ମିଳିବା ସହ ଚାଷୀ ଓ ଅଞ୍ଚଳବାସୀଙ୍କ ପାଇଁ […]
ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିବା ଘଟଣାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ବୁଧବାର ସକାଳେ ”ହଷ୍ଟେଲ ଡେଜ୍” ନାମକ ବଏଜ୍ ପିଜି ଚଳାଉଥିବା ଦୁଇଜଣ ବ୍ୟବସାୟୀଙ୍କ ମଧ୍ୟରୁ ଅଭିଯୁକ୍ତ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣ ସହ-ଅଂଶୀଦାର ଶୁଭମ ତ୍ୟାଗୀ ଏବେ ବି ଫରାର୍ ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ଏହି ମାମଲାରେ ପୋଲିସ ପୂର୍ବରୁ ବେସମେଣ୍ଟ ମରାମତି କାମର ତଦାରଖ କରୁଥିବା ଠିକାଦାର ସନୋଜଙ୍କୁ ଗିରଫ କରିଥିଲା। ଏହାପରେ ରାଜସ୍ଥାନର ଭିୱାଡିରୁ ୮୧ ବର୍ଷୀୟ କୋଠା ମାଲିକ ହରିରାମ ବଂଶଲ, ତାଙ୍କ ସ୍ତ୍ରୀ ଉର୍ମିଳା ଗୁପ୍ତା ଏବଂ ପୁଅ ମହେଶ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟ ବୃଦ୍ଧ ଦମ୍ପତିଙ୍କୁ ୧୪ ଦିନିଆ ଜେଲକୁ ପଠାଇଥିବା ବେଳେ କୋଠାର ସମସ୍ତ ପରିଚାଳନା କରୁଥିବା ପୁଅ ମହେଶଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶର ସୁଧାଂଶୁ ଓ ଶୁଭମ ୨୦୨୫ ଅଗଷ୍ଟରୁ ଏହି କୋଠାକୁ ଭଡ଼ାରେ ନେଇ ପିଜି ଚଲାଉଥିଲେ। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କର ଅନ୍ୟ ୩ଟି ପିଜି ଚାଲୁଥିବା ଜଣାପଡ଼ିବା ପରେ ତଦନ୍ତ ବ୍ୟାପକ କରାଯାଇଛି।
‘ବନ୍ଦେ ମାତରମ୍’ ଗାଇଲେ ଓମାର ଅବଦୁଲ୍ଲା
ନୂଆଦିଲ୍ଲୀ ; ଜାମ୍ମୁ କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସମାରୋହରେ ‘ବନ୍ଦେ ମାତରମ୍’ ଗାଇବାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତର ସମସ୍ତ ୬ଟି ପଦ ଗାନ କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ସମେତ ଅନେକ ବିଶିଷ୍ଟ ନେତା ପ୍ରାୟ ୩ ମିନିଟ୍ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଠିଆ ହୋଇଥିଲେ । ତେବେ କଂଗ୍ରେସକୁ ପୁରା ବନ୍ଦେ ମାତରମ୍ ଗାଇବା ପସନ୍ଦ ନଥିଲା ଏବଂ ଦଳ ଜାମ୍ମୁ କାଶ୍ମୀରରେ ଏହାର ସହଯୋଗୀ ଦଳକୁ ଏହି ପ୍ରସଙ୍ଗରେ ପରାମର୍ଶ ଦେଇଥିଲା । କଂଗ୍ରେସର ଆପତ୍ତି ପରେ ବିଜେପି ମଧ୍ୟ ଏହାର ଜବାବ ଦେଇ ଅଭିଯୋଗ କରିଛି ଯେ, କଂଗ୍ରେସ ଏକବିଂଶ ଶତାବ୍ଦୀର ମୁସଲିମ୍ ଲିଗ୍ ପାଲଟିଛି । ଜାମ୍ମୁ କାଶ୍ମୀରରେ, ଯେଉଁଠାରେ ଆଞ୍ଚଳିକ ରାଜନୈତିକ ଦଳ ୨୦୧୯ ପୂର୍ବରୁ ଧାରା ୩୭୦ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରୁଥିଲେ, ବର୍ତ୍ତମାନ ସେହି କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଉତ୍ସବରେ ବନ୍ଦେ ମାତରମର ସମସ୍ତ ୬ଟି ପକ୍ତିଂ ଗାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ସରକାରଙ୍କ ଅନ୍ୟ ପ୍ରମୁଖ ନେତାଙ୍କ ଉପସ୍ଥିତିରେ ଏହି ଉତ୍ସବରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସ ଏହା ଉପରେ ଆପତ୍ତି ଉଠାଇଛି । କଂଗ୍ରେସ କହିଛି ଯେ, ଏହାର ସହଯୋଗୀମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ଚିନ୍ତାଧାରା ଏବଂ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ୍ । ସ୍ୱାଧୀନତା ସଂଗ୍ରାମୀମାନେ ଗ୍ରହଣ କରିଥିବା ବନ୍ଦେ ମାତରମର କେବଳ ୨ଟି ସଂସ୍କରଣ ଗାନ କରାଯାଉ ବୋଲି ଦଳ ନିବେଦନ କରିଛି ।
