ନିଜ ଜୀବନ ବାଜି ଲଗାଇ ୨ଶହ ମଇଁଷି ଉଦ୍ଧାର କଲେ ଅସ୍ତରଙ୍ଗ-କୋଣାର୍କ ଅଗ୍ନିଶମ ବୀର।
1 min read

ନିଜ ଜୀବନ ବାଜି ଲଗାଇ ୨ଶହ ମଇଁଷି ଉଦ୍ଧାର କଲେ ଅସ୍ତରଙ୍ଗ-କୋଣାର୍କ ଅଗ୍ନିଶମ ବୀର।

କାକଟପୁର, ୦୧/୦୮: ଗୁରୁବାର ରାତି। ଦେବୀ ନଦୀ ମା “ଆଜି ରାଗି ଯାଇଥିଲେ।  ପୁରୀ ଜିଲ୍ଲା ଅସ୍ତରଙ୍ଗ ର ତାଳଦା ନିକଟ ଗୋଟେ

ନିର୍ଜନ ଟାପୁ। ସେଠାରେ ୨ଶହ ରୁ ରୁ ଉର୍ଦ୍ଧ ମଇଁଷି। ସେମାନେ କେବଳ ମଇଁଷି ନୁହଁନ୍ତି। ସେମାନେ ହେଲେ ଗୋଟେ ଚାଷୀ ର ସ୍ୱପ୍ନ,

ଗୋଟେ ପିଲା ର ପାଠ ପଢା, ଗୋଟେ ଘର ର ଚୁଲି।ହଠାତ ଜଳସ୍ତର ବଢିଲା। ଚାରି ପାଖୁ କେବଳ ପ୍ରଖର ସ୍ରୋତ। ମଇଁଷି ମାନେ

ପାଣି ରେ ଛଟପଟ ହେଉଥିଲେ।

କଣ୍ଠ ରୁ ଶବ୍ଦ ବାହାରୁନଥିଲା। କେବଳ ଆଖି ରୁ ଭୟ ବାହାରୁଥିଲା।କୂଳ ରେ ଠିଆ ହୋଇ ମାଲିକ ମାନେ କାନ୍ଦୁଥିଲେ।  

ଜଣେ ବୃଦ୍ଧ କହୁଥିଲେ, ବାବୁ ମୋ ଝିଅ ର ବାହା ପାଇଁ ଏହି ମଇଁଷି କୁ ପାଳିଥିଲି। ଆଜି ସେ ବି ଯଦି ଯାଏ, ମୁଁ କୁଆଡେ ଯିବି?

ସରକାରୀ ବୋଟ ଅସ୍ତରଙ୍ଗ ବ୍ଲକ ଅଫିସ ରେ ଶିକୁଳି ପଡିଥିଲା। ନେତା ଙ୍କ ଫୋନ ସୁଇଚ ଅଫ ତ କାହାର ରିଙ୍ଗ ଧରୁନଥିଲେ ।

ରାତି ଆହୁରି କଳା ଲାଗୁଥିଲା। ସେତେବେଳେ ଖବର ପାଇଁ ଶୁକ୍ରବାର ସକାଳୁ ଆଲୁଅ ପରି ଆସିଲେ ଅସ୍ତରଙ୍ଗ ଓ କୋଣାର୍କ ଅଗ୍ନିଶମ ବାହିନୀ।

ପିଠି ରେ FIRE & ଏମେରଜେନସଯ ଲେଖା ହୋଇଥିବା ହଳଦିଆ ପୋଷାକ। ଆଖି ରେ ନିଦ୍ରା ନାହିଁ, ହାତ ରେ ଭୟ ନାହିଁ।ଶୁକ୍ରବାର ସକାଳୁ ସେମାନେ ଇନଫ୍ଲେଟେବଲ ବୋଟ ନେଇ ପାଣି ରେ ଓହ୍ଲାଇ ପଡିଲେ।  ନିଜ ଜୀବନ କୁ ବାଜି ଲଗାଇ ପ୍ରଖର ସ୍ରୋତ ରେ ଓହ୍ଲାଇ ପଡିଲେ ଆଗ୍ନୀକ। କୂଳରେ ଅସ୍ତରଙ୍ଗ ତହସିଲଦାର ମଇଁଷି ଉଦ୍ଧାର ପ୍ରେରଣା ଦେଉଥାନ୍ତି।ଜଣେ ଯୁବକ ଓ ଜଣେ ଆଗ୍ନୀକ ପାଣି ରେ ଅଧା ବୁଡି ଯାଇ ଗୋଟେ ମଇଁଷି ର ବେକ ଧରିଛନ୍ତି। ସ୍ରୋତ ତାଙ୍କୁ ଟାଣି ନେଉଛି। ତଥାପି ସେ ଛାଡୁନାହାଁନ୍ତି। କାରଣ ସେ ଜାଣିଛନ୍ତି – ଏହି ହାତ ଛାଡିଲେ ଗୋଟେ ପରିବାର ଭାଙ୍ଗିଯିବ।

ଆଉ ଜଣେ ସାଥି ବୋଟ ରୁ ଚିତ୍କାର କରି କହୁଛନ୍ତି, ଭାଇ ଧରି ରୁହ, ଆମେ ଅଛୁ।ଘଣ୍ଟା ଘଣ୍ଟା ଧରି ଲଢେଇ। ଶେଷ ରେ ଜୟ।  

୨ଶହ ରୁ ଅଧିକ ମଇଁଷି କୂଳ କୁ ଫେରିଲେ।ପ୍ରଶଂସା ଦେଲେ ସ୍ଥାନୀୟ ଲୋକ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ଓ ଅଗ୍ନିଶମ ବିଭାଗ କୁ।

ଯେଉଁ ମାଲିକ ଆଶା ଛାଡି ଦେଇଥିଲେ, ସେ ଆଗ୍ନୀକ ଙ୍କ ଗୋଡ ଧରି ମୂର୍ଛା ଗଲେ। କହିଲେ, ବେଟା ତୁମେ ମୋ ଭଗବାନ।

ଆଗ୍ନୀକ ଜଣକ ତାଙ୍କୁ ଉଠାଇ ଛାତି କୁ ଟାଣି କହିଲେ, କାକା କାନ୍ଦନି। ଆମେ ଥିବା ପର୍ଯ୍ୟନ୍ତ ଆପଣଙ୍କ ଘର କୁ ଆଞ୍ଚ ଆସିବାକୁ ଦେବୁ ନାହିଁ।ସେଦିନ ସେମାନେ କେବଳ ଡ୍ୟୁଟି କରୁନଥିଲେ। ସେମାନେ ମାନବତା ର ପାଠ ପଢାଉଥିଲେ।

ବନ୍ୟା ଆସିଥିଲା ସବୁ ଛଡେଇ ନେବାକୁ। କିନ୍ତୁ ଖାକି ପୋଷାକ ରେ ଥିବା ଏହି ଦେବଦୂତ ମାନେ ଆସି ସବୁ ଫେରାଇ ଦେଲେ।

ଆଜି ପୁରା ଅସ୍ତରଙ୍ଗ କହୁଛି – ପାଣି ଥିଲା ବନ୍ୟା, କିନ୍ତୁ ଆଗ୍ନୀକ ଥିଲେ ଜୀବନ।WE SERVE… WE SAVE – ଏହା କେବଳ ସେମାନଙ୍କ ମୋଟୋ ନୁହେଁ। ଏହା ଆଜି ପ୍ରତି ମାଲିକ ର ପ୍ରାର୍ଥନା।

ସାଲ୍ୟୁଟ ଆମ ଅଗ୍ନିଶମ ବୀର ମାନଙ୍କୁ। ଆପଣ ଅଛନ୍ତି ବୋଲି ଆଜି ବି ମଣିଷ ଉପରେ ଭରସା ଅଛି।

Leave a Reply

Your email address will not be published. Required fields are marked *