ଓଡିଶା
ବେଜିଂର ଦାବିକୁ ଭାରତର ଜବାବ “ଆମ ଅଧିକାର ଛାଡ଼ିବୁନି”
ନୂଆଦିଲ୍ଲୀ,୨୫୲୭: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଚୀନର ସେହି ସବୁ ଅଭିଯୋଗକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଛି, ଯେଉଁଠି ଚୀନ୍ ସାର୍ବଭୌମତ୍ୱ ଉଲ୍ଲଂଘନ ଅଭିଯୋଗ କରିଛି। ଏହା ସହ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ବେଜିଂ ହିଁ ଭାରତୀୟ ଅଞ୍ଚଳକୁ ଅବୈଧ ଭାବରେ ଦଖଲ କରୁଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକର ସରକାରୀ ବିବରଣୀ ପ୍ରକାଶ କରିବା ପରେ ଏହି ବିବୃତ୍ତି ଆସିଛି। ଜୟଶଙ୍କର କହିଛନ୍ତି, ତାଇୱାନ ଏବଂ ତିବ୍ଦତ ଉପରେ ଭାରତର ସ୍ଥିତି ସମାନ ରହିଛି ଏବଂ ନୂଆଦିଲ୍ଲୀ ଚୀନର ସାର୍ବଭୌମତ୍ବକୁ ସମ୍ମାନ କରିଥାଏ। ନୂଆଦିଲ୍ଲୀରେ ସାପ୍ତାହିକ ଗଣମାଧ୍ୟମ ବ୍ରିଫିଂ ସମୟରେ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଭାରତ ସର୍ବଦା ଚୀନର ସାର୍ବଭୌମତ୍ୱକୁ ସମ୍ମାନ ଦେଇଆସିଛି, କିନ୍ତୁ ସୀମାରେ ବେଜିଂର କାର୍ଯ୍ୟ ବିଷୟରେ ସମାନ କୁହାଯାଇପାରିବ ନାହିଁ। ‘ଯେତେବେଳେ ସାର୍ବଭୌମତ୍ୱ ପ୍ରସଙ୍ଗ ଆସେ, ସେତେବେଳେ ପ୍ରକୃତରେ ଭାରତ ହିଁ ସେଗୁଡ଼ିକୁ ଉଠାଇ ଆସୁଛି। ଭାରତ କୌଣସି ପ୍ରକାରେ ଚୀନର ସାର୍ବଭୌମତ୍ୱ ଉଲ୍ଲଂଘନ କରେ ନାହିଁ ଏବଂ ଏହି ପ୍ରସଙ୍ଗରେ ଏହାର ସ୍ଥିତି ସର୍ବଦା ସ୍ଥିର ରହିଛି।’ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଚୀନ୍ ୧୯୬୩ ମସିହାରୁ ଜମ୍ମୁ-କାଶ୍ମୀର ଏବଂ ଲଦାଖର କିଛି ଅଂଶକୁ ଅବୈଧ ଭାବରେ ଦଖଲ କରିଆସୁଛି। ନୂଆଦିଲ୍ଲୀ ଏହି ଅଞ୍ଚଳଗୁଡ଼ିକରେ ବେଜିଂର କାର୍ଯ୍ୟକଳାପର ଲଗାତାର ପ୍ରତିବାଦ କରିଆସୁଛି।’ ଏବେ ଜମ୍ମୁ-କଶ୍ମୀର ବହୁ ସ୍ଥାନରେ ଚୀନ୍ର ପ୍ରୋଜେକ୍ଟ ବି ଚାଲିଛି। ଗୁରୁବାର ମନିଲାରେ ଆସିଆନ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବେଳେ ଜୟଶଙ୍କର ଓ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଚୀନ୍ ବିଶେଷଜ୍ଞ ଲେଫ୍ଟନାଣ୍ଟ କର୍ନଲ ରିଟାୟଡ ଜେଏସ୍ ସୋଡି କହିଛନ୍ତି, ଚୀନ୍ ୨୦୩୫ ପର୍ଯ୍ୟନ୍ତ ପାକିସ୍ତାନ ସହ ଭାରତ ବିରୋଧରେ ଯୁଦ୍ଧ ଲଢିବାକୁ ଯୋଜନା କରୁଛି। ପ୍ରଥମେ ତାଇଓ୍ବାନ ସହ ଯୁଦ୍ଧ କରିବ ତା ପରେ ଭାରତ ସହ ଯୁଦ୍ଧ ଲଢିବ। ଏଭଳି ସ୍ଥିତିରେ ଆମକୁ ସତର୍କ ରହିବାକୁ ହେବ। ଅନ୍ୟପକ୍ଷେ ଭାରତ ସେପ୍ଟେମ୍ବରରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ କରିବାକୁ ଯାଉଛି। ଏଥିରେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ସାମିଲ ହେବାର ଆଶା ରହିଛି।
ଇଏମ୍ଆଇ ଦେବାରେ ଯାଉଛି ପରିବାରର ୬୦% ଆୟ
ନୂଆଦିଲ୍ଲୀ: ଋଣ ନେଇ ନିଜ ଜୀବନର ଗୁରୁତ୍ବପୂର୍ଣ୍ଣ ଅଭିଳାଷ ପୂରଣ କରିବାକୁ ଆଗେଇ ଆସିଥିବା ପରିବାରଗୁଡ଼ିକ ପାଇଁ ମାସିକ କିସ୍ତି ବା ଇଏମ୍ଆଇ ମୁଣ୍ଡବ୍ୟଥାର କାରଣ ପାଲଟିିଛି। ଘର କିମ୍ବା ଗାଡ଼ି କିଣିବା ଲାଗି ମୋଟା ଅଙ୍କର ଋଣ ନେଇଥିବା ଗ୍ରାହକମାନଙ୍କ ପରିବାରର ୬୦ ପ୍ରତିଶତ ରୋଜଗାର ଇଏମ୍ଆଇ ଗଣିବାରେ ଯାଉଛି ବୋଲି ‘ଏକ୍ସପର୍ଟ ପ୍ୟାନେଲ’ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏଥିରେ ଭାଗ ନେଇଥିବା ୬୦ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ସେମାନଙ୍କ ମାସିକ ଆୟ ପୁରା ଇଏମ୍ଆଇ ଦେବାରେ ଚାଲିଯାଉଛି। ଅନ୍ୟ ୪୦ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ପୁରୁଣା ଋଣ ଶୁଝିବାକୁ ସେମାନେ ଆହୁରି ଋଣ କରିଛନ୍ତି ଓ ଚଳିବା ପାଇଁ ସେମାନଙ୍କୁ କ୍ରେଡିଟ୍ କାର୍ଡ ଉପରେ ନିର୍ଭର କରିବାକୁ ପଡ଼ୁଛି।ଋଣ ନେଇ ଗ୍ରାହକମାନେ ଏଭଳି ଏକ ଗୋଲକଧନ୍ଦାରେ ଫସିଯାଇଛନ୍ତି, ଯେଉଁଥିରୁ ବାହାରିବାକୁ ସେମାନେ ବାଟ ପାଉନାହାନ୍ତି। ଜୀବନର ବଡ଼ ସଉକ ପୂରଣ କରିବାକୁ ଲୋକମାନେ ଋଣ କରିଥାନ୍ତି ବୋଲି ସାଧାରଣରେ ଯେଉଁ ଭାବନା ରହିଛି ତାହା ସମ୍ପୂର୍ଣ୍ଣ ସତ ନୁହେଁ। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ଗ୍ରାହକ ନିଜର ଅତ୍ୟାବଶ୍ୟକ କାମ କିମ୍ବା ଏଡ଼ାଇ ହେଉନଥିବା ଖର୍ଚ୍ଚ କରିବାକୁ ଋଣ ନେଇଥିଲେ। ଡାକ୍ତରଖାନା ଖର୍ଚ୍ଚ ବହନ କରିବାକୁ ୨୬ ପ୍ରତିଶତ ଗ୍ରାହକ ଋଣ କରିଥିଲେ। ଅନ୍ୟ ୨୨ ପ୍ରତିଶତ ଗ୍ରାହକ ପରିବାର ସଦସ୍ୟଙ୍କ ବିବାହ ଖର୍ଚ୍ଚ ପାଇଁ ଋଣ ନେଇଥିଲେ। ସେହିପରି ୧୮ ପ୍ରତିଶତ ଗ୍ରାହକ ଚାକିରି ଚାଲିଯିବା କିମ୍ବା ବ୍ୟବସାୟରେ ବିଫଳ ହେବାରୁ ଋଣ କରିବାକୁ ବାଧ୍ୟ ହୋଇଥିଲେ। ଅବଶିଷ୍ଟ ୧୫ ପ୍ରତିଶତ ଗ୍ରାହକ ଘର ଚଳାଇବାକୁ ଋଣ ନେଇଥିବା କହିଥିଲେ।
ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଜଲୱା: ଦ୍ୱିତୀୟ ଦିନରେ କମିଲା କଲେକ୍ସନ୍, ତଥାପି ପାର୍ କଲା ୫୦ କୋଟି
ମୁମ୍ବାଇ, ୨୫୲୭: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟକନ୍’ (Jana Nayagan) ବକ୍ସ ଅଫିସରେ ଧମାକାଦାର ପ୍ରଦର୍ଶନ ଜାରି ରଖିଛି। ପ୍ରଥମ ଦିନରେ ଏକ ବଡ଼ ଓପନିଂ କରିଥିବା ଏହି ଫିଲ୍ମର ଆୟ ଦ୍ୱିତୀୟ ଦିନରେ (ଶୁକ୍ରବାର) ଟିକେ ହ୍ରାସ ପାଇଥିଲେ ମଧ୍ୟ, ଏହାର କ୍ରେଜ୍ କମିନାହିଁ। ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ୫୦ କୋଟି ଟଙ୍କାରୁ ଅଧିକ ନେଟ୍ ଆୟ କରି ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ […]
ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୨୫୲୭: ଯାଜପୁର ଜିଲ୍ଲାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (BBSA)’ ଅଧୀନରେ ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ସାମର୍ଥ୍ୟ ଶିବିରଗୁଡ଼ିକର ସଫଳ ଆୟୋଜନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରଶାସନିକ ଭିତ୍ତିଭୂମି ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନେଇ […]
ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାର ଆନୁକୁଲ୍ୟରେ ଭଜନ କାର୍ଯ୍ୟକ୍ରମ
ବଲାଙ୍ଗିର, ୨୫୲୭: ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର, ଡେର୍ଲିମାର୍କେଟ ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ରଶ୍ମି ପାତ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଦିଲିପ କୁମାର ପୁରୋହିତ ଙ୍କ ନେତୃତ୍ୱରେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭବାନୀ ଶଙ୍କର ପଟେଲ ଓ ବଳିଷ୍ଠ ପଧାନ ଉପସ୍ଥିତ ରହି ନିଜସ୍ୱ ଉଚିତ ଭଜନ […]
ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି “ସ୍ବର୍ଗ ରଥ”ଲୋକାର୍ପଣ
ବଲାଙ୍ଗୀର,୨୫୲୭ (ପିପିଏସ): ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି ଅତ୍ୟାଧୁନିକ “ସ୍ବର୍ଗ ରଥ”ଲୋକାର୍ପଣ ହୋଇଯାଇଛି।ଏଥିରୁ ଗୋଟିଏ ଡିପ୍ ଫ୍ରିଜର୍ ସୁବିଧା ଯୁକ୍ତ ରହିଥିବା ବେଳେ ଆଉ ଗୋଟିଏ ସାଧାରଣ ବର୍ଗର ହୋଇଛି।ପୈ।ରାଧ୍ୟକ୍ଷା ଲିକା ସାହୁ ଏହି ଦୁଇଟି ସ୍ବର୍ଗ ରଥର ଉଦଘାଟନ କରିଛନ୍ତି।ପୈ।ର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ବରିଷ୍ଠ ପରିଷଦ ସଦସ୍ୟ ମହେନ୍ଦ୍ର ବାଗ, ଶମ୍ଭୁ ନାଗ, ନନ୍ଦିନୀ ପୋଡ଼, କିଶୋର କୁମ୍ଭାର, ଲଲାଟେନ୍ଦୁ […]
ଗମ୍ଭାରୀପଦରରେ ସପ୍ତାହେ ହେଲା ପଡ଼ି ରହିଛନ୍ତି ଅଜଣା ବୃଦ୍ଧ, ଉଦ୍ଧାର ପାଇଁ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦାବି
ବୌଦ୍ଧ, ୨୪/୭: ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଛକରେ ଥିବା ଯାତ୍ରୀ ବିଶ୍ରମାଗାରରେ ଗତ ରଥଯାତ୍ରା ଦିନ ଠାରୁ ଜଣେ ଅଜଣା ବ୍ଯକ୍ତି ଆଶ୍ରୟ ନେଉଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ଦାବି କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର l ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରର ଅଳିଆ ଆବର୍ଜନା, ସନ୍ତସନ୍ତିଆ ଓ ଆସ୍ଵାସ୍ଥ୍ୟକର ପରିବେଶରେ ରହୁଥିବାରୁ ମଶା କାମୁଡି ରୋଗ ହେବାର ଆଶଙ୍କା ରହିଛି । ଆଖପାଖ ଲୋକେ […]
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ
ନୂଆଦିଲ୍ଲୀ, ୨୩/୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ଓଡ଼ିଶାର ଅନ୍ୟ ୧୧ ଜଣ ଲୋକସଭା ସାଂସଦଙ୍କ ସହ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ମହତାବ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ “କକ୍ରୋଚ୍ ଜନତା ପାର୍ଟି” ସହ ହାତ ମିଳାଇ ନିଜର ସ୍ତର ବହୁତ ଳକୁ ଖସାଇ ଦେଇଛନ୍ତି। ଗତ […]
ପୁରୀରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ: ଜଳବନ୍ଦୀ ସମସ୍ୟା ମୋକାବିଲା ଓ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା
ପୁରୀ, ୨୩/୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ବିଜେ ପାଇଁ ପୁରୀ ପ୍ରଶାସନ, ପୋଲିସ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱଶେଷ ବ୍ୟବସ୍ଥା କରାଯାଇଛି। ଗତ ଜୁଲାଇ ୧୬ ତାରିଖ ଗୁଣ୍ଡିଚା ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବାହୁଡ଼ା ଯାତ୍ରା ମାଧ୍ୟମରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ପରବର୍ତ୍ତୀ […]
ଅସ୍ତରଙ୍ଗରେ ମଦ ମାଫିଆଙ୍କ ରାଜ୍: ଥାନା ସାମ୍ନାରେ ଚୋରା ଚାଲାଣ, ପୋଲିସ ଓ ଅବକାରୀ ବିଭାଗ ନିଷ୍କ୍ରିୟ
ଅସ୍ତରଙ୍ଗ: ୨୩/୦୭: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଏବେ ମଦ ମାଫିଆଙ୍କ ପ୍ରାଦୁର୍ଭାବରେ କବଳିତ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅସ୍ତରଙ୍ଗ ମୁଖ୍ୟ ବଜାର ଆଜି ନିଶା କାରବାରର ଏକ ବଡ଼ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି, ଯାହା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପନ୍ନ କରୁଛି। ସରକାରୀ ନିୟମକୁ ଖୁଲମଖୁଲ୍ଲା ଉଲ୍ଲଂଘନ ବଜାରର ମୁଖ୍ୟ ପ୍ରବେଶ ପଥରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ (ତ୍ରିଭୁଜ ଆକୃତି) ଅବସ୍ଥିତ। ଏପରିକି, ସାପ୍ତାହିକ ହାଟ ଭିତରେ […]
