ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ
1 min read

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ, ୨୩/୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ଓଡ଼ିଶାର ଅନ୍ୟ ୧୧ ଜଣ ଲୋକସଭା ସାଂସଦଙ୍କ ସହ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ମହତାବ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ “କକ୍ରୋଚ୍ ଜନତା ପାର୍ଟି” ସହ ହାତ ମିଳାଇ ନିଜର ସ୍ତର ବହୁତ ଳକୁ ଖସାଇ ଦେଇଛନ୍ତି।

ଗତ ମଙ୍ଗଳବାର ଦିନ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଆଗାମୀ ଦିନରେ ଓଡ଼ିଶାରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ। ବୁଧବାର ଭୁବନେଶ୍ୱରରେ ମଧ୍ୟ ସେ ଏହି ପ୍ରସଙ୍ଗ ଦୋହରାଇଥିଲେ।

ନବୀନ ବାବୁ ଓଡ଼ିଆଙ୍କୁ ଦୁର୍ବଳ ଭାବନ୍ତୁନି: ଭର୍ତ୍ତୃହରି

ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରି ଭର୍ତ୍ତୃହରି ମହତାବ କହିଛନ୍ତି ଯେ ଏହା ତଥ୍ୟହୀନ। ସେ କହିଛନ୍ତି, “ସେ ଭାବୁଛନ୍ତି ଜନସାଧାରଣଙ୍କ ସ୍ମୃତିଶକ୍ତି ବହୁତ କମ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କ୍ରମାଗତ ଭାବେ ପ୍ରଶ୍ନପତ୍ର ଜାଲିଆତି (ପେପର ଲିକ୍) ଘଟଣା ଘଟିଥିଲା। ୨୦୧୫ ରୁ ୨୦୨୪ ମଧ୍ୟରେ ନିଯୁକ୍ତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନେକ ଅନିୟମିତତା ଦେଖିବାକୁ ମିଳିଥିଲା। ତେଣୁ ସେ ଓଡ଼ିଶାବାସୀଙ୍କୁ ଏତେ ହାଲୁକା ଭାବେ ନେବା ଉଚିତ୍ ନୁହେଁ।”

ବିଜେଡିର ପୂର୍ବତନ ସଂସ୍ଥାପକ ସଦସ୍ୟ ତଥା ୨୦୨୪ ମସିହାରେ ବିଜେପିରେ ଯୋଗ ଦେଇଥିବା ଭର୍ତ୍ତୃହରି ମହତାବ ଅଭିଯୋଗ କରିଛନ୍ତି ଯେ “କକ୍ରୋଚ୍ ଜନତା ପାର୍ଟି” ହେଉଛି ଏକ ରାଷ୍ଟ୍ର ବିରୋଧୀ ଶକ୍ତି।

ଦିଲ୍ଲୀର ପ୍ରତିବାଦ ପ୍ରସଙ୍ଗକୁ ଟାର୍ଗେଟ କରି ସେ କହିଛନ୍ତି, “ଏକ ସଫଳ ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କର ନିଜର ମତ ରଖିବାର ଅଧିକାର ରହିଛି। କିନ୍ତୁ କେହି ମଧ୍ୟ ସୁରକ୍ଷା ବାରିକେଡ୍ ଭାଙ୍ଗି, ନିଷ୍ଷିକ୍ଷ ଅଞ୍ଚଳରେ ପ୍ରବେଶ କରି ସଂସଦ ପରିସରକୁ ଅତିକ୍ରମ କରିବାକୁ ଚେଷ୍ଟା କରିପାରିବେ ନାହିଁ।”

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଅନ୍ୟାନ୍ୟ ବିଜେପି ସାଂସଦମାନେ ମଧ୍ୟ ଉପସ୍ଥିତ ରହି ବିଜେଡିର ଏଭଳି ଆଭିମୁଖ୍ୟକୁ କଡ଼ା ବିରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *