ଓଡିଶା
ଅଗ୍ନିକାଣ୍ଡ ରେ ଜଳିଗଲା ପାଞ୍ଚ ବଖରା ଘର|
ରଘୁନାଥପୁର:- ୪/୪(ପିପିଏସ)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନସ୍ଥ ତରିକୁନ୍ଦ ପଂଚାୟତ ନୂଆଦା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଟସର୍କିଟରୁ ନିଆଁ ଲାଗି ସେକ ନିଜାମ ଉଦ୍ଦିନ ଓ ସେକ ଇସରାଫଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ନିଜାମ ଉଦ୍ଦିନ ଓ ଇସରାଫଙ୍କ ପରିବାର ଶୋଇଥିବା ସମୟରେ ହଠାତ ଘର ହୁହୁହୋଇ ଜଳୁଥିବାର ଦେଖି ବାହାରକୁ ଆସି ପାଟି କରିଥିଲେ।ପଡୋଶୀ ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ରଘୁନାଥପୁର ଦମକଳ କେନ୍ଦ୍ରକୁ […]
ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଳା ଗୁରୁତର
ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଲା ଗୁରୁତର ଟିଟିଲାଗଡ଼, 4/4 ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଆଜି ସକାଳୁ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ନେଇ ଜଣେ ମହିଲା ଦୂତିଆ ଭୋଇ ପୋଡି ହୋଇ ଗୁରୁତର ହୋଇଛନ୍ତି l ବିସ୍ପୋରଣ ନେଇ ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଛି l ସୂଚନା ଯେ ମୁରିବାହାଲ ଥାନା ଅନ୍ତର୍ଗତ ଚିକନିବାହାଲି ଗ୍ରାମର ଋଷଭ ଜାନିଙ୍କ ପତ୍ନୀ ପ୍ରସୂତି ନେଇ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ […]
ଗ୍ରୀଷ୍ମପ୍ରବାହ ବଢିବା ସାଙ୍ଗକୁ ବଢୁଛି ଜଳକଷ୍ଟ ,
ଅଭିଯୋଗ ପରେବି ଶୁଣୁନି ପ୍ରଶାସନ ଫିରିଙ୍ଗିଆ,୪l୪:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ରାଜେନିପ୍ଡିଆ ଗ୍ରାମରେ ଦେଖିବାକୁ ମିଳିଛି ,ପାଣି ର ସମସ୍ୟା ଲୋକେ ଯେପରି ପିଇବା ପାଣି ପାଇପାରିବେ ସେଥିପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିବାବେଳେ ଫିରିଙ୍ଗିଆ ବ୍ଲକ୍ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ରାଜେନିପ୍ଡିଆ ଗ୍ରାମର ଲୋକମାନେ ପ୍ରତିଦିନ ଏହି ଗାଁ ର ଲୋକେ ପାଣି ପାଇଁ ଅନେକ ଦୂରକୁ ୧ କିଲୋମିଟର୍ […]
କାଳ ବୈଶାଖି ଝଡ଼ର ତାଣ୍ଡବଲୀଳା
ଫିରିଙ୍ଗିଆ,୪l୪: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଳକର ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରେ କାଳ ବୈଶାଖି ଝଡ଼ର ତାଣ୍ଡବ ଯୋଗୁଁ ନୀରିହ ଜନତା ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି ।ଘଟଣାରୁ ଜଣାପଡ଼ିଛି ଯେ ଗତକାଲି ଅପରାହ୍ନ ୨ଟା ସମଯରେ ହଠାତ ଏକ କଳାହାଣ୍ଡିଆ ମେଘ ମାଡ଼ିଅସିଥିଲା ଓ ପ୍ରଥମେ ଧିରେ ଧିରେ ପବନ ବହିଥିଲା ଓ ପରେ ସାଧାରଣ ବର୍ଷା ଆରମ୍ଭ ହୋଇଥିଲା ପରେ ପରେ ତୀବ୍ରଗତିରେ ପବନ ସମେତ ବର୍ଷା ଓ କୁଆପଥର ମାଡ଼ ହେବାରୁ […]
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କଲେ ଧାମନଗରବାସୀ I
ଧାମନଗର (ପି ପି ଏସ) ଧାମନଗରରେ ଖୋଲିଲା ଜଳସେଚନ ଡିଭିଜନ କାର୍ଯ୍ୟାଳୟ। ପୂର୍ବ ସରକାର ସମୟରେ ଧାମନଗରର ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଖୁଆପଦା ଜଳ ସମ୍ପଦ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଧାମନଗରରେ ସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁର କରାଇଥିଲେ। ମାତ୍ର ତତ୍କାଳୀନ ଭଣ୍ଡାରିପୋଖରୀ ବିଧାୟକ ତଥା ରାଜ୍ୟ ସରକାରରେ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଚାପ ପ୍ରୟୋଗ କରି ଏହା ଧାମନଗରରେ କରାଇ ଦେଇନଥିଲେ। ବର୍ତ୍ତମାନ ସମୟ ବଦଳିବା ସହ ସରକାର ମଧ୍ଯ […]
ଉଦଘାଟିତ ହେଲା ସପ୍ତମ ବାର୍ଷିକ ବାଇଦେଈ ମହୋତ୍ସବ।
ଚାରିଛକ,( ପି ପି ଏସ) ନିକଟସ୍ଥ ଗଡ଼ ଅମରପ୍ରସାଦ ର ସାଇ ମନ୍ଦିର ସମ୍ମୁଖରେ ଆଜି ସଂଧ୍ୟା ରେ ସପ୍ତମ ବାର୍ଷିକ ବାଇଦେଈ ମହୋତ୍ସବ ର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଗତ ୧ ତାରିଖ ଠାରୁ ମା ବାଇଦେଈ ଙ୍କ ପୀଠ ଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଆଜି ଠାରୁ ବାଇଦେଈ ମହୋତ୍ସବ କମିଟି ଓ ଇଣ୍ଡିଆନ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚର ର ମିଳିତ ଅୟୋଜନ ରେ ତିନି ଦିନିଆ […]
ଚନ୍ଦ୍ରଭାଗା ଜଙ୍ଗଲରେ ଅଗ୍ନିକାଣ୍ଡ
ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ଅଗ୍ନିକାଣ୍ଡ, ଜଗାରଖା କଡା କରିବାକୁ ଦାବୀ। କୋଣାର୍କ(ପି ପି ଏସ):-କୋଣାର୍କ- ପୁରୀ ବେଳାମାର୍ଗ ଚନ୍ଦ୍ରଭାଗା ଫିସାରି ନିକଟ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ପ୍ରାୟ ଏକରେ ଜଙ୍ଗଲ ପୋଡ଼ି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଖବର ଚମ୍ପାହାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଏକ ବଡ଼ ବିର୍ପଯୟରୁ ଜଙ୍ଗଲକୁ ରକ୍ଷା କରିଥିଲେ।ଏଠାରେ ସୂଚନା ଥାଇପାରେକି ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ଅଭୟାରଣ୍ୟରେ ଅଗ୍ନିକାଣ୍ଡ […]
ପାରାଦୀପ ସହର ମୁଖ୍ୟ ଜଳ ନିଷ୍କାସନ ପଥ ଏନଆରଏଲ ଦ୍ୱାରା ଅବରୋଧ : ପରିବେଶ ପ୍ରଦୂଷିତ !
ପାରାଦୀପ – ପାରାଦୀପ ବନ୍ଦର ସହରର ଏକମାତ୍ର ବର୍ଜ୍ୟ ଜଳ ନିଷ୍କାସନ ମୁଖ୍ୟ ପଥ ହେଉଛି ମଧୁବନ ର କପିଳ ଜୋର l ଏହି ଜୋରଟି ବଡ଼ପଡ଼ିଆ ଠାରୁ ଆରମ୍ଭ ହୋଇ ମଧୁବନ ଅଫିସର୍ସ କ୍ଲବ ଓ ଜଗନ୍ନାଥ ମନ୍ଦିର ପାର୍ଶ୍ୱରେ ଯାଇ ସମୁଦ୍ରରେ ମିଶିଛି l ତେବେ ବର୍ଜ୍ୟ ପାଣି ସୁନିଷ୍କାସନ ପାଇଁ ତତ୍କାଳୀନ ବନ୍ଦର ଅଧ୍ୟକ୍ଷ ସନ୍ତୋଷ ମହାପାତ୍ର ଏହି ଜୋର କୁ ଗଭୀର ଭାବେ ଖନନ କରାଇ ଷଣ୍ଢକୁଦ ନିକଟସ୍ଥ ସମୁଦ୍ରରେ ମିଶାଇଥିଲେ […]
ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର ପରିବେଶ ଦିବସ ପାଳନ
କଳିଙ୍ଗନଗର,(ପିପିଏସ) ପରିବେଶଗତ ସ୍ଥିରତା ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର ଯାଜପୁର ପ୍ଳାଣ୍ଟ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରମୁଖ ପରିବେଶ ଦିବସଗୁଡ଼ିକୁ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ଅନ୍ତର୍ଜାତୀୟ ବନ ଦିବସ (୨୧ ମାର୍ଚ୍ଚ), ବିଶ୍ୱ ଜଳ ଦିବସ (୨୨ ମାର୍ଚ୍ଚ), ଏବଂ ଅନ୍ତର୍ଜାତୀୟ ଶୂନ୍ୟ ଅପଚୟ ଦିବସ (୩୦ ମାର୍ଚ୍ଚ) ଅନ୍ତର୍ଭୁକ୍ତ। କର୍ମଚାରୀ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି କରିବା […]
ପୁନମ ଗୁପ୍ତା ଡେପୁଟି ଗଭର୍ନର ଭାବେ ନିଯୁକ୍ତ
ନୂଆଦିଲ୍ଲୀ : ଆରବିଆଇର ଡେପୁଟି ଗଭର୍ନର ହେବାକୁ ଯାଉଛନ୍ତି ଜଣେ ମହିଳା। ନ୍ୟାଶନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER)ର ମହାନିର୍ଦ୍ଦେଶକ ପୁନମ ଗୁପ୍ତା ଡେପୁଟି ଗଭର୍ନର ଭାବେ ନିଯୁକ୍ତି ହୋଇଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତିକୁ ଅନୁମୋଦନ ମିଳିଛି। ଜାନୁଆରୀରେ ମାଇକେଲ ଦେବବ୍ରତ ପାତ୍ର ଇସ୍ତଫା ଦେବା ପରେ RBIରେ ଡେପୁଟି ଗଭର୍ନର ପଦବୀ ଖାଲି ପଡ଼ିଥିଲା। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଗୁପ୍ତାଙ୍କ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ତିନି ବର୍ଷ ପାଇଁ ଆରବିଆଇରେ ଡେପୁଟି ଗଭର୍ନର ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନ, ଗୁପ୍ତା NCAERର ମହାନିର୍ଦ୍ଦେଶକ ଅଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଏବଂ ଷୋଡ଼ଶ ଅର୍ଥ କମିଶନର ପରାମର୍ଶଦାତା ପରିଷଦର ସଂଯୋଜକ ମଧ୍ୟ। ପ୍ରାୟ ଦୁଇ ଦଶନ୍ଧି ଧରି ୱାଶିଂଟନରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିବା ପରେ ସେ 2021 ମସିହାରେ NCAER ରେ ଯୋଗ ଦେଇଥିଲେ। ଗୁପ୍ତା ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ (ଆମେରିକା)ର ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ପାଠପଢ଼ା କରୁଥିଲେ ଏବଂ ଦିଲ୍ଲୀର ISI (ଭାରତୀୟ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ)ରେ ପରିଦର୍ଶକ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ସେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି (NIPFP)ରେ ଆରବିଆଇ ଚେୟାର ପ୍ରଫେସର ଏବଂ ICRIERରେ ପ୍ରଫେସର ମଧ୍ୟ ଥିଲେ। ଗୁପ୍ତା ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ପିଏଚଡି ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୯୮ ମସିହାରେ ଆନ୍ତର୍ଜାତୀୟ ଅର୍ଥନୀତି ଉପରେ ପିଏଚଡି ପାଇଁ ଏକ୍ସିମ ବ୍ୟାଙ୍କ ପୁରସ୍କାର ଜିତିଥିଲେ।
