ଧୁଷୁରୀରେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ ପରେ ମାରଣାନ୍ତକ ଆକ୍ରମଣ, କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

0
1001007268

ଅସୁରାଳି (ପିପିଏସ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ପଞ୍ଚାୟତର ଘୋଡ଼ାସାହି ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଉଦ୍ୟମକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ସମୟରେ ମାନସୀ ଆରଣ ଔଷଧ ଆଣିବା ପାଇଁ ଯାଉଥିବା ବେଳେ ବିଚିତ୍ର ଆରଣ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ମାନସୀ ଚିତ୍କାର କରିବା ପରେ ପୂର୍ବରୁ ଲୁଚି ରହିଥିବା ବିରଞ୍ଚି ଆରଣ, ରବୀନ୍ଦ୍ର ଆରଣ ଓ ଗଣେଶ ଆରଣ ସେଠାରେ ପହଞ୍ଚି ତାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି।

ଚିତ୍କାର ଶୁଣି ମାନସୀଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏଥିରେ ମାନସୀ ଆରଣଙ୍କ ସମେତ ପରିବାରର ଚାରିଜଣ ଗୁରୁତର ଆହତ ହୋଇ ପ୍ରଥମେ ଧୁଷୁରୀ ହସ୍ପିଟାଲ ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି।

ଘଟଣା ସମ୍ପର୍କରେ ଧୁଷୁରୀ ଥାନାରେ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବୋଲି ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି। ପରିବାର ପକ୍ଷରୁ ପ୍ରଶାସନଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *

You may have missed