terrorism
ପୁଲିସ ପୋଷାକରେ ଜନ୍ତରମନ୍ତର ଆନ୍ଦୋଳନରେ ପଶିଥାନ୍ତା ସନ୍ଦିଗ୍ଧ ଆତଙ୍କବାଦୀ
କୋଲକାତା: ଦିଲ୍ଲୀର ଜନ୍ତରମନ୍ତରଠାରେ ହୋଇଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଛାତ୍ର ଆନ୍ଦୋଳନରେ ପୁଲିସ ପୋଷାକରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ତାନରୁ ଷଡ଼୍ଯନ୍ତ୍ର କରାଯାଇଥିଲା। ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହମିମ୍ ମଣ୍ଡଳକୁ ତା’ର ପାକିସ୍ତାନୀ ପରିଚାଳକମାନେ ଏହି କାମ ଦେଇଥିଲେ ବୋଲି ପଶ୍ଚିମବଙ୍ଗ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍ଟିଏଫ୍) ରବିବାର କହିଛି।ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ସହ ସମ୍ପର୍କ ଥିବା ସନ୍ଦେହରେ ହମିମ୍କୁ ଶୁକ୍ରବାର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ କରାଯାଇଥିଲା। ଏସ୍ଟିଏଫ୍ ମହାନିରୀକ୍ଷକ ଗୌରବ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହମିମ୍କୁ ପୁଲିସ ପୋଷାକ କିଣି ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଅନୁପ୍ରବେଶ କରିବାକୁ କୁହାଯାଇଥିଲା। ସେଠାରେ ବିଶୃଙ୍ଖଳା ଓ ଅଶାନ୍ତି ସୃଷ୍ଟି କରିବା ତା’ର ଉଦ୍ଦେଶ୍ୟ ଥିଲା ବୋଲି ଏସ୍ଟିଏଫ୍ ଦାବି କରିଛି। ଏହାଛଡ଼ା ହମିମ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେ କେଉଁ ସ୍ଥାନରେ ସୁରକ୍ଷା ବିନା ରହୁଛନ୍ତି, ସେ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କର ଅନ୍ୟତମ ନିଶାଣ ଥିଲେ ବୋଲି ଗୌରବ କହିଛନ୍ତି। ଜେରା ବେଳେ ପଶ୍ଚିମବଙ୍ଗରେ ଜୈସ୍-ଏ-ମହମ୍ମଦର ଅନେକ ପରିଚାଳକଙ୍କ ସହ ହମିମ୍ର ସମ୍ପର୍କ ଥିବା ଜଣାପଡ଼ିଛି। ଅଦାଲତ ତାକୁ ୧୪ ଦିନ ପାଇଁ ଏସ୍ଟିଏଫ୍ ହେପାଜତକୁ ପଠାଇଛନ୍ତି।ହମିମ୍ର ବାନ୍ଧବୀ ଅର୍ପିତା ସରକାରକୁ ମଧ୍ୟ ଶୁକ୍ରବାର ଝାଡ଼ଖଣ୍ଡର ସାହିବଗଞ୍ଜରୁ ଗିରଫ କରାଯାଇଛି। ଉଭୟେ ରାଜ୍ୟମନ୍ତ୍ରୀ ଉମେଶ ରାୟଙ୍କ ପୁଅଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିବା ଏବଂ ତାଙ୍କ ପରିବାରଠାରୁ ଅର୍ଥ ଆଦାୟ ପାଇଁ ଷଡ଼୍ଯନ୍ତ୍ର କରୁଥିଲେ ବୋଲି ପୁଲିସ ଅଭିଯୋଗ କରିଛି।
ଲାଲଚୌକ ଗୁଳିକାଣ୍ଡର କଡ଼ା ଜବାବ: ଦୁଇ ଲସ୍କର ଆତଙ୍କବାଦୀଙ୍କ ଘର ଭାଙ୍ଗିଲା ପ୍ରଶାସନ
ନୂଆଦିଲ୍ଲୀ, ୨୩/୭: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରଶାସନ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜମ୍ମୁ-କାଶ୍ମୀର ପୋଲିସର ହେଡ୍ କନଷ୍ଟେବଳଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଲସ୍କର-ଇ-ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କ ଘରକୁ ଧୂଳିସାତ୍ କରିଦିଆଯାଇଛି। 🚨 କାହିଁକି ନିଆଗଲା ଏହି ପଦକ୍ଷେପ? ବୁଧବାର ଦିନ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ସ୍ଥିତ ଲାଲଚୌକଠାରେ ଆତଙ୍କବାଦୀମାନେ ଅତି ନିକଟରୁ ଟାର୍ଗେଟ କରି ପୋଲିସ ହେଡ୍ କନଷ୍ଟେବଳ ଆଶିକ ହୁସେନ କ୍ୟୁରେସୀଙ୍କ ଉପରେ […]
ପହଲଗାମ ଆତଙ୍କ ମାମଲା: ହାଫିଜ୍ ସଇଦଙ୍କ ବିରୋଧରେ ଏନ୍ଆଇଏର ବଡ଼ ଆକ୍ସନ
ନୂଆଦିଲ୍ଲୀ, ୧୫ ଜୁଲାଇ(ଉଦୟ): ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ)କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସଫଳତା ମିଳିଛି। ଜମ୍ମୁସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ ଅଦାଲତ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରିଛନ୍ତି। ଏନ୍ଆଇଏ ପକ୍ଷରୁ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହେବାର ଦୁଇ ଦିନ ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ର ଅନୁଯାୟୀ, ସ୍ୱତନ୍ତ୍ର ଏନ୍ଆଇଏ ଅଦାଲତର ବିଚାରପତି […]
