ଲଡ଼ୁବାବା ଓ ଦୁତିକେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼
1 min read

ଲଡ଼ୁବାବା ଓ ଦୁତିକେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼

ନୟାଗଡ: ବ୍ଲକଅନ୍ତର୍ଗତ ଶରଣକୁଳର ପ୍ରମୁଖ ଶୈବପୀଠ ଲଡୁବାବା ଓ ଓଡ଼ଗାଁ ନିକଟ ଜାମୁପାଟଣା ସ୍ଥିତ ବାବା ଦୁତିକେଶ୍ୱରଙ୍କ ମନ୍ଦିରରେ ସୋମବାର କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।କାଉଡ଼ିଆମାନେ ମାନସିକପୂର୍ଣ୍ଣ ପାଇଁ କଣ୍ଟିଲୋ ମହାନଦୀରୁ ପାଣିଉଠାଇ ଖାଲି ପାଦରେ ଚାଲିଚାଲି ଆସି ଶରଣକୁଳରେ ପହଞ୍ଚିଛନ୍ତି। କାଉଡ଼ିଆମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଯାତ୍ରା ପଡ଼ିଆରେ ପାଣିଭାର ରଖିବାର ବ୍ୟବସ୍ଥା କରାଯାଇଥିଲା।

ମନ୍ଦିର ଖୋଲିବା ପରେ ପ୍ରଥମେ ମହିଳାମାନଙ୍କୁ ପାଣି ଢାଳିବାର ସୁଯୋଗ ଦିଆଯିବା ସହିତ ପରେ ପୁରୁଷ ଭକ୍ତମାନେ ଧାଡ଼ିରେ ଆସି ପାଣି ଢାଳିଥିବା ଜଣାପଡ଼ିଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କାଉଡ଼ିଆଙ୍କ ପାଇଁ ସାଧା ଅନ୍ନ ଓ ପାନୀୟଜଳର ବ୍ୟବସ୍ଥା କରାଯାଇଥିବା ବେଳେ କାଉଡ଼ିଆଙ୍କ ସୁବିଧା ପାଇଁ ମନ୍ଦିର ପକ୍ଷରୁ ବାରିକେଟ କରି ଧାଡ଼ିର ବ୍ୟବସ୍ଥା କରାଯାଇଥିଲା।ଲଡ଼ୁବାବାଙ୍କ ପୀଠରେ ସାଢ଼େ ୭୮୮୨ ଜଣ କାଉଡ଼ିଆ ପାଣି ଢ଼ାଳିଥିବାବେଳେ ଜାମୁପାଟଣା ସ୍ଥିତ ଵାବା ଦୂତୀକେଶ୍ୱରଙ୍କ ପୀଠରେ ୨୮୦୦ ଜଣ କାଉଡ଼ିଆ ପାଣିଢ଼ାଳିଥିବା ଜଣାପଡ଼ିଛି ।

ସମସ୍ତ କାଉଡ଼ିଆ ଯେପରି ସୁବିଧାରେ ଜଳଲାଗି କରିବେ ସେଥ‌ିପାଇଁ ଓଡ଼ଗାଁ ପୁଲିସ ଓ ଶରଣକୁଳ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ପ୍ରତ୍ୟେକ ସୋମବାର ଦିନ କାଉଡ଼ିଆଙ୍କ ଭିଡ଼ଲାଗି ରହିବ ଓ ଠାକୁର ଦର୍ଶନ କରିବାରେ କୌଣସି ଅସୁବିଧା ସୃଷ୍ଟିହେବ ନାହିଁବୋଲି ମନ୍ଦିର ସୁପର ଭାଇଜର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *